ବଢ଼ୁଛି ତାତି, ବନାଗ୍ନି ଚିନ୍ତା

ଭୁବନେଶ୍ୱର, ୪।୩(ଅସମାପିକା ସାହୁ): ରାଜ୍ୟରେ ଏବେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଚଳିତବର୍ଷ ତାତି ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏ ପରିସ୍ଥିତିରେ ଜଙ୍ଗଲ ନିଆଁକୁ ନେଇ ଚିନ୍ତା ବଢ଼ିଛି। କାରଣ ଖରା ଯେତେ ଅଧିକ ହେବ ଜଙ୍ଗଲ ନିଆଁ ସେତେ ଅଧିକ ବ୍ୟାପିବ। ତେଣୁ ବନାଗ୍ନିକୁ ରୋକିବା ସହ ତ୍ୱରିତ ମୁକାବିଲା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି। ବେଳେବେଳେ ଶହଶହ ହେକ୍ଟର ଜଙ୍ଗଲ ଜଳିଯାଇ ଛାରଖାର ହୋଇଯାଉଛି। ତେଣୁ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି। ସାଧାରଣତଃ ଏହି ଜଙ୍ଗଲ
ନିଆଁ ପ୍ରାକୃତିକ ଓ ମନୁଷ୍ୟକୃତ ଯୋଗୁ ହୋଇଥାଏ। ପ୍ରାକୃତିକ କାରଣଗୁଡ଼ିକ ହେଲା ବଜ୍ରପାତ, ପଥର ବା ବାଲିଗରଡା ଘଷି ହୋଇ ଅଗ୍ନିକଣା ବାହାରିବା, ଥୁଣ୍ଟା ଗଛ ଡାଳ ବା ବାଉଁଶ ପରସ୍ପର ଘଷି ହୋଇ ନିଆଁ ଝୁଲ ବାହାରିବା ଓ ଆଗ୍ନେୟଗିରି ଉଦ୍‌ଗିରଣ। ତେବେ ମନୁଷ୍ୟକୃତ କାରଣ ଇଚ୍ଛାକୃତ ଏବଂ ଦୁର୍ଘଟଣାଜନିତ ହୋଇଥାଏ। ଅନେକ ସମୟରେ ମଣିଷ ବିଭିନ୍ନ କାରଣ ପାଇଁ ଜଙ୍ଗଲରେ ନିଆଁ ଲଗାଇଦେଇଥାଏ। ପୋଡ଼ୁଚାଷ, କେନ୍ଦୁ ଗଛର ନୂଆ ପତ୍ର ପାଇଁ ନିଆଁ ଲଗାଇବା, ଘାସ ଓ ଜାଳେଣି, ଗାଁ ଲୋକଙ୍କ ଲାଗି ରାସ୍ତା ଫିଟାଇବା, ଜଙ୍ଗଲ ଜମି ଜବରଦଖଲ, ବେଆଇନ ଗଛ କଟାକୁ ଲୁଚେଇବା ଆଦି ସବୁ ଇଚ୍ଛାକୃତ ଅଗ୍ନିକାଣ୍ଡ। କିନ୍ତୁ ମହୁଲ ଆଦି ଅଣ କାଠ ଜାତୀୟ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ, ଜଙ୍ଗଲ ଭିତରେ ରୋଷେଇ ଓ ରାସ୍ତା କାମ ପାଇଁ ପିଚୁ ଗରମ କରିବାବେଳେ ନିଆଁ ଲାଗିବା ଆଦି ହେଉଛି ଦୁର୍ଘଟଣାଜନିତ ଅଗ୍ନିକାଣ୍ଡ। ତେବେ ଜଙ୍ଗଲ ନିଆଁର ମୋଟ ୯୦% କେବଳ ମନୁଷ୍ୟକୃତ ବୋଲି କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନରୁ ଜଣାପଡ଼ଛି।
ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ)ର ତଥ୍ୟାନୁସାରେ, ଗତବର୍ଷ ମାର୍ଚ୍ଚରେ କେବଳ ଓଡ଼ିଶାର ବିଭିନ୍ନ ଜଙ୍ଗଲ ଭିତରେ ୧୫,୧୫୫ ସ୍ଥାନରେ ନିଆଁ ଲାଗିଥିଲା। ସେଥିମଧ୍ୟରୁ ୬୪୨ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଥିଲା, ଯାହାକୁ ନେଇ ବିଭାଗ ଚିନ୍ତାରେ ପଡ଼ିଯାଇଥିଲା। ତେଣୁ ଚଳିତବର୍ଷ ଏହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ହୋଇଛି। ଜାନୁଆରୀରୁ ଜୁନ୍‌ ଭିତରେ ଜଙ୍ଗଲରେ ପ୍ରାୟତଃ ନିଆଁ ଲାଗିଥାଏ। କିନ୍ତୁ ମାର୍ଚ୍ଚରୁ ମେ’ରେ ଅଧିକ ନିଆଁ ଲାଗୁଥିବା ଦେଖାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଆସନ୍ତା ୧୫ ତାରିଖରୁ ତାତି ଆହୁରି ଅସହ୍ୟ ହେବ। ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି। ଏପ୍ରିଲ ଓ ମେ’ରେ ପ୍ରଚଣ୍ଡ ଗ୍ରୀଷ୍ମ ସମଗ୍ର ରାଜ୍ୟକୁ ଉତ୍ତପ୍ତ କରି ରଖିବ। ଏହି ୨ ମାସରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀକୁ ଛୁଇଁପାରେ। ଆଉ କିଛି ସ୍ଥାନରେ ଏହାଠୁ ବି ଅଧିକ ରହିବ ବୋଲି କୁହାଯାଉଛି। ତେଣୁ ବନାଗ୍ନିକୁ ସଫଳ ଭାବେ ରୋକିବା ପାଇଁ ବନ ବିଭାଗ କେଉଁ କୌଶଳ ଆପଣାଉଛି ତାହା ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି।
ଏଥିର ଅଧିକ ସ୍କ୍ବାଡ୍‌, ସବୁ ଅଭୟାରଣ୍ୟରେ ଫାୟାରମ୍ୟାନ୍‌ ସଜାଗ
ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି, ରାଜ୍ୟରେ ଜଙ୍ଗଲ ନିଆଁକୁ ଆମେ ମନିଟରିଂ କରୁଛୁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଫାୟାର ପଏଣ୍ଟ କମ୍‌ ରହିଛି। କାରଣ ପାଗ ଟିକେ ଭଲ ରହିଥିଲା। କିନ୍ତୁ ଆଗକୁ ଯଦିବି ଖରା ଅଧିକ ହେବ ତାକୁ ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ହୋଇଛୁ। ସବୁ ଅଭୟାରଣ୍ୟରେ ଆମେ ଫାୟାରମ୍ୟାନ ନିୟୋଜିତ କରିଛୁ। ଗତବର୍ଷ ଅପେକ୍ଷା ଏଥର ଅଧିକ ସଂଖ୍ୟକ ସ୍କ୍ବାଡ୍‌ କରିଛୁ। ଫଳରେ ମୁକାବିଲା କରିବାକୁ ସୁବିଧା ହେବ। ଗୋଟିଏ ସ୍କ୍ବାଡ୍‌ରେ ପ୍ରାୟ ୧୦ଜଣ ଫାୟରମ୍ୟାନ ରଖାଯାଇଛି। ଶିମିଳିପାଳରେ ପୂର୍ବରୁ ଖବର ପାଇବା ପାଇଁ ବିଳମ୍ବ ହେଉଥିଲା। ମୋବାଇଲ ନେଟ୍‌ଓ୍ବର୍କ ପ୍ରୋବ୍ଲେମ ଯୋଗୁ ପୂର୍ବରୁ ସାଟେଲାଇଟରୁ ଜଙ୍ଗଲ ନିଆଁର ଫଟୋ ଆସିଲେ ବି ଡାଉନଲୋଡ୍‌ କରିବାକୁ ଅସୁବିଧା ହୋଇଥିଲା। କିନ୍ତୁ ଏବେ ଭି-ସାଟ୍‌ ଲଗାଯାଇଛି। ଫଳରେ ଫଟୋ ଡାଉନଲୋଡ୍‌ କରିବା ସହିତ ଫାୟାର ପଏଣ୍ଟକୁ ଶୀଘ୍ର ଯାଇ ନିଆଁକୁ ଆୟତ୍ତ କରାଯିବ।
ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଗତ ୩ ବର୍ଷ ତଳେ ଶିମିଳିପାଳରେ ବଡ଼ ଧରଣର ନିଆଁ ଲାଗିଥିଲା, ଯାହାକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ନିଆଁ ଲାଗିବା ଖବର ବନ ବିଭାଗ ଠିକ୍‌ ସମୟରେ ପାଇପାରି ନ ଥିବାରୁ ନିଆଁ ଚାରିଆଡକୁ ବ୍ୟାପିଯାଇଥିଲା। ଖବର ପାଇ ମୁକାବିଲା ପାଇଁ ବନ ବିଭାଗ ତତ୍ପରତା ଦେଖାଇବାବେଳକୁ ହଜାର ହଜାର ହେକ୍ଟର ଜଙ୍ଗଲ ଜଳିଯାଇଥିଲା। ଏହାପରଠାରୁ ରାଜ୍ୟରେ ବନାଗ୍ନିକୁ ରୋକିବାକୁ ବନ ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri