ବଢ଼ୁଛି ତାତି, ବନାଗ୍ନି ଚିନ୍ତା

ଭୁବନେଶ୍ୱର, ୪।୩(ଅସମାପିକା ସାହୁ): ରାଜ୍ୟରେ ଏବେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଚଳିତବର୍ଷ ତାତି ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏ ପରିସ୍ଥିତିରେ ଜଙ୍ଗଲ ନିଆଁକୁ ନେଇ ଚିନ୍ତା ବଢ଼ିଛି। କାରଣ ଖରା ଯେତେ ଅଧିକ ହେବ ଜଙ୍ଗଲ ନିଆଁ ସେତେ ଅଧିକ ବ୍ୟାପିବ। ତେଣୁ ବନାଗ୍ନିକୁ ରୋକିବା ସହ ତ୍ୱରିତ ମୁକାବିଲା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି। ବେଳେବେଳେ ଶହଶହ ହେକ୍ଟର ଜଙ୍ଗଲ ଜଳିଯାଇ ଛାରଖାର ହୋଇଯାଉଛି। ତେଣୁ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି। ସାଧାରଣତଃ ଏହି ଜଙ୍ଗଲ
ନିଆଁ ପ୍ରାକୃତିକ ଓ ମନୁଷ୍ୟକୃତ ଯୋଗୁ ହୋଇଥାଏ। ପ୍ରାକୃତିକ କାରଣଗୁଡ଼ିକ ହେଲା ବଜ୍ରପାତ, ପଥର ବା ବାଲିଗରଡା ଘଷି ହୋଇ ଅଗ୍ନିକଣା ବାହାରିବା, ଥୁଣ୍ଟା ଗଛ ଡାଳ ବା ବାଉଁଶ ପରସ୍ପର ଘଷି ହୋଇ ନିଆଁ ଝୁଲ ବାହାରିବା ଓ ଆଗ୍ନେୟଗିରି ଉଦ୍‌ଗିରଣ। ତେବେ ମନୁଷ୍ୟକୃତ କାରଣ ଇଚ୍ଛାକୃତ ଏବଂ ଦୁର୍ଘଟଣାଜନିତ ହୋଇଥାଏ। ଅନେକ ସମୟରେ ମଣିଷ ବିଭିନ୍ନ କାରଣ ପାଇଁ ଜଙ୍ଗଲରେ ନିଆଁ ଲଗାଇଦେଇଥାଏ। ପୋଡ଼ୁଚାଷ, କେନ୍ଦୁ ଗଛର ନୂଆ ପତ୍ର ପାଇଁ ନିଆଁ ଲଗାଇବା, ଘାସ ଓ ଜାଳେଣି, ଗାଁ ଲୋକଙ୍କ ଲାଗି ରାସ୍ତା ଫିଟାଇବା, ଜଙ୍ଗଲ ଜମି ଜବରଦଖଲ, ବେଆଇନ ଗଛ କଟାକୁ ଲୁଚେଇବା ଆଦି ସବୁ ଇଚ୍ଛାକୃତ ଅଗ୍ନିକାଣ୍ଡ। କିନ୍ତୁ ମହୁଲ ଆଦି ଅଣ କାଠ ଜାତୀୟ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ, ଜଙ୍ଗଲ ଭିତରେ ରୋଷେଇ ଓ ରାସ୍ତା କାମ ପାଇଁ ପିଚୁ ଗରମ କରିବାବେଳେ ନିଆଁ ଲାଗିବା ଆଦି ହେଉଛି ଦୁର୍ଘଟଣାଜନିତ ଅଗ୍ନିକାଣ୍ଡ। ତେବେ ଜଙ୍ଗଲ ନିଆଁର ମୋଟ ୯୦% କେବଳ ମନୁଷ୍ୟକୃତ ବୋଲି କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନରୁ ଜଣାପଡ଼ଛି।
ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ)ର ତଥ୍ୟାନୁସାରେ, ଗତବର୍ଷ ମାର୍ଚ୍ଚରେ କେବଳ ଓଡ଼ିଶାର ବିଭିନ୍ନ ଜଙ୍ଗଲ ଭିତରେ ୧୫,୧୫୫ ସ୍ଥାନରେ ନିଆଁ ଲାଗିଥିଲା। ସେଥିମଧ୍ୟରୁ ୬୪୨ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଥିଲା, ଯାହାକୁ ନେଇ ବିଭାଗ ଚିନ୍ତାରେ ପଡ଼ିଯାଇଥିଲା। ତେଣୁ ଚଳିତବର୍ଷ ଏହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ହୋଇଛି। ଜାନୁଆରୀରୁ ଜୁନ୍‌ ଭିତରେ ଜଙ୍ଗଲରେ ପ୍ରାୟତଃ ନିଆଁ ଲାଗିଥାଏ। କିନ୍ତୁ ମାର୍ଚ୍ଚରୁ ମେ’ରେ ଅଧିକ ନିଆଁ ଲାଗୁଥିବା ଦେଖାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଆସନ୍ତା ୧୫ ତାରିଖରୁ ତାତି ଆହୁରି ଅସହ୍ୟ ହେବ। ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି। ଏପ୍ରିଲ ଓ ମେ’ରେ ପ୍ରଚଣ୍ଡ ଗ୍ରୀଷ୍ମ ସମଗ୍ର ରାଜ୍ୟକୁ ଉତ୍ତପ୍ତ କରି ରଖିବ। ଏହି ୨ ମାସରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀକୁ ଛୁଇଁପାରେ। ଆଉ କିଛି ସ୍ଥାନରେ ଏହାଠୁ ବି ଅଧିକ ରହିବ ବୋଲି କୁହାଯାଉଛି। ତେଣୁ ବନାଗ୍ନିକୁ ସଫଳ ଭାବେ ରୋକିବା ପାଇଁ ବନ ବିଭାଗ କେଉଁ କୌଶଳ ଆପଣାଉଛି ତାହା ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି।
ଏଥିର ଅଧିକ ସ୍କ୍ବାଡ୍‌, ସବୁ ଅଭୟାରଣ୍ୟରେ ଫାୟାରମ୍ୟାନ୍‌ ସଜାଗ
ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି, ରାଜ୍ୟରେ ଜଙ୍ଗଲ ନିଆଁକୁ ଆମେ ମନିଟରିଂ କରୁଛୁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଫାୟାର ପଏଣ୍ଟ କମ୍‌ ରହିଛି। କାରଣ ପାଗ ଟିକେ ଭଲ ରହିଥିଲା। କିନ୍ତୁ ଆଗକୁ ଯଦିବି ଖରା ଅଧିକ ହେବ ତାକୁ ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ହୋଇଛୁ। ସବୁ ଅଭୟାରଣ୍ୟରେ ଆମେ ଫାୟାରମ୍ୟାନ ନିୟୋଜିତ କରିଛୁ। ଗତବର୍ଷ ଅପେକ୍ଷା ଏଥର ଅଧିକ ସଂଖ୍ୟକ ସ୍କ୍ବାଡ୍‌ କରିଛୁ। ଫଳରେ ମୁକାବିଲା କରିବାକୁ ସୁବିଧା ହେବ। ଗୋଟିଏ ସ୍କ୍ବାଡ୍‌ରେ ପ୍ରାୟ ୧୦ଜଣ ଫାୟରମ୍ୟାନ ରଖାଯାଇଛି। ଶିମିଳିପାଳରେ ପୂର୍ବରୁ ଖବର ପାଇବା ପାଇଁ ବିଳମ୍ବ ହେଉଥିଲା। ମୋବାଇଲ ନେଟ୍‌ଓ୍ବର୍କ ପ୍ରୋବ୍ଲେମ ଯୋଗୁ ପୂର୍ବରୁ ସାଟେଲାଇଟରୁ ଜଙ୍ଗଲ ନିଆଁର ଫଟୋ ଆସିଲେ ବି ଡାଉନଲୋଡ୍‌ କରିବାକୁ ଅସୁବିଧା ହୋଇଥିଲା। କିନ୍ତୁ ଏବେ ଭି-ସାଟ୍‌ ଲଗାଯାଇଛି। ଫଳରେ ଫଟୋ ଡାଉନଲୋଡ୍‌ କରିବା ସହିତ ଫାୟାର ପଏଣ୍ଟକୁ ଶୀଘ୍ର ଯାଇ ନିଆଁକୁ ଆୟତ୍ତ କରାଯିବ।
ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଗତ ୩ ବର୍ଷ ତଳେ ଶିମିଳିପାଳରେ ବଡ଼ ଧରଣର ନିଆଁ ଲାଗିଥିଲା, ଯାହାକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ନିଆଁ ଲାଗିବା ଖବର ବନ ବିଭାଗ ଠିକ୍‌ ସମୟରେ ପାଇପାରି ନ ଥିବାରୁ ନିଆଁ ଚାରିଆଡକୁ ବ୍ୟାପିଯାଇଥିଲା। ଖବର ପାଇ ମୁକାବିଲା ପାଇଁ ବନ ବିଭାଗ ତତ୍ପରତା ଦେଖାଇବାବେଳକୁ ହଜାର ହଜାର ହେକ୍ଟର ଜଙ୍ଗଲ ଜଳିଯାଇଥିଲା। ଏହାପରଠାରୁ ରାଜ୍ୟରେ ବନାଗ୍ନିକୁ ରୋକିବାକୁ ବନ ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri