ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ଶିକ୍ଷକ

ବରଗଡ଼ ଅଫିସ,୨୩ା୧୦: ବରଗଡ଼ ମୁଖ୍ୟ କେନାଲରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ଶିକ୍ଷକ ଭାସି ଯାଇଛନ୍ତି। ସେ ହେଲେ ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ ସ୍କୁଲ ପଡ଼ାର ଜଳନ୍ଧର କଲେତ୍‌ (୭୦)। ଜଳନ୍ଧର ଭଟଲି ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ଏବଂ ଅବସର ଗ୍ରହଣ ପରେ ଘରେ ଥିଲେ। ଶୁକ୍ରବାର ସେ ନିକଟସ୍ଥ ବରଗଡ଼ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇଥିଲେ ଏବଂ ଗାଧୋଉ ଥିବା ସମୟରେ କେନାଲ ପାଣିରେ ଭାସି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଖବର ପାଇ ବରଗ’ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖାଜି କରୁଛନ୍ତି। ଖବର ଲେଖା ହେବା ସୁଦ୍ଧା ତାଙ୍କ ସନ୍ଧାନ ମିଳିପାରିନାହିଁ।