Categories: ଜାତୀୟ

କରୋନା ସମୟରେ ଦରମା ନ ପାଇ ଏମିତି ପଦକ୍ଷେପ ନେଲେ ଶିକ୍ଷକ

ଲକ୍ଷ୍ନୌ,୨୮ା୮: କରୋନା ମହାମାରୀ ସମୟରେ ଜଣେ ଶିକ୍ଷକ ଦୀର୍ଘଦିନ ଧରି ଦରମା ନ ପାଇବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମେରୁଟ୍‌ରେ।
ଗୋଟିଏ ପଟେ କରୋନା ସମୟରେ ସ୍କୁଲ୍‌ ଫି’କୁ ନେଇ ଅଭିଭାବକମାନେ ଚିନ୍ତାରେ ରହିଥିବା ବେଳେ ଶିକ୍ଷକମାନେ ମଧ୍ୟ ଦରମା ପାଉନାହାନ୍ତି। ଯାହାକି ଜୀବନ ହାରିବାକୁ ଏକପ୍ରକାର ବାଧ୍ୟ କରୁଛି।
ମେରୁଟ୍‌ର ଜଣେ ଶିକ୍ଷକଙ୍କ ପରିବାର ଏଭଳି ଅଭିଯୋଗ ଆଣିଛନ୍ତି। ଶିକ୍ଷକ ଜଣକ ଦୀର୍ଘଦିନ ଧରି ଦରମା ପାଇ ନ ଥିଲେ। ତେଣୁ ସେ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ନୃତ୍ୟ ଶିକ୍ଷକ ଆଶିଷ ଠାକୁରଙ୍କ ପରିବାର ଲୋକେ।
ଏନେଇ ମେରୁଟ୍‌ର ଜିଲାପାଳ ଅନିଲ ଧୀଙ୍ଗ୍ରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ସ୍କୁଲ କମିଟି ସଦସ୍ୟ ଏବଂ ଅଭିଭାବକଙ୍କ ସହ ଏକ ବୈଠକ କରିବେ। ସେ କହିଛନ୍ତି ଏହି ମାମଲାର ତଦନ୍ତ ପାଇଁ ବିଏସ୍‌ଏଙ୍କୁ ଦାୟିତ୍ୱ ଦିଆଯାଇଛି।

Share