ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ ଉତ୍ପାଦନ ହୋଇପାରିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଦିଅନ୍ତି। ବେକାର ଯୁବତୀ ଯୁବକମାନେ କିପରି କୃଷି କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ସହିତ ଅନ୍ୟକୁ ଏହି କ୍ଷେତ୍ର ପ୍ରତି ଆକର୍ଷିତ କରିପାରିବେ ସେ ଦିଗରେ ଦୀର୍ଘବର୍ଷ ହେଲା କାର୍ଯ୍ୟ କରୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପାତ୍ରପଡା ଗ୍ରାମର ରଞ୍ଜନ କୁମାର ସାହୁ।

ଶିକ୍ଷକ ସହ ଜଣେ ଉଦ୍ୟାନ ଚାଷୀ ଭାବେ ପରିଚିତ ସାହୁ ଦୀର୍ଘ ୧୧ ବର୍ଷ ହେଲା ଚାରା ଉତ୍ପାଦନ କରିଆସୁଛନ୍ତି। ଇତିମଧ୍ୟରେ ଲକ୍ଷାଧିକ ଚାରା ସେ ବିକ୍ରି କରିଛନ୍ତି। ପ୍ରାୟ ୩୦ଟିରୁ ଅଧିକ ପରିବାରକୁ ରୋଜଗାର ଯୋଗାଇ ପାରିଛନ୍ତି। ଏ ସମ୍ପର୍କରେ ସାହୁ କହିଛନ୍ତି, ଚାଷ ସମ୍ପର୍କରେ ବାପା ବୁଲା ସାହୁଙ୍କ ଠାରୁ ସେ ଶିକ୍ଷା ପାଇଛନ୍ତି। ବାପା ଏ ସବୁ କାର୍ଯ୍ୟ କରୁଥିବା ପିଲାଦିନରୁ ସେ ଦେଖି ଅସିଛନ୍ତି। ତେଣୁ ବାପାଙ୍କ ସେହି କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ସେ ଉଦ୍ୟମ ଜାରି ରଖିଛନ୍ତି। ୨୦୦୮ରୁ ସେ ବାଗଡିଆ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ବାପାଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ। ୨୦୧୨ରେ ଉଦ୍ୟାନ କୃଷିକୁ ନେଇ କିପରି ଅଧିକ ରୋଜଗାର କରାଯାଇପାରିବ ସେ ନେଇ ବିଭିନ୍ନ କୃଷି ଅଧିକାରୀ, କୃଷି ବୈଜ୍ଞାନିକଙ୍କ ସହିତ ଆଲୋଚନା କରିଥିଲେ। ୨୦୧୩ରେ ପ୍ରଥମେ ଚାରା କଲମୀ କରି ବିକ୍ରି କରିବା ଆରମ୍ଭ କରିଥିଲେ। ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ପ୍ରାୟ ୨୦ ଏକରରେ ବିଭିନ୍ନ ପ୍ରକାରର ଆମ୍ବ ଚାରା ଲଗାଇବା ସହିତ କଲମୀ କରୁଛନ୍ତି। ଏଥିସହ କଦଳୀ, ପିଜୁଳି, ଲେମ୍ବୁ, ବରକୋଳି, ଅମୃତଭଣ୍ଡା, ଶାଳ ଚାରା ଆଦି ବିକ୍ରି କରୁଛନ୍ତି। ଆମ୍ରପଲ୍ଲୀ, ଦଶେରୀ, ବାଇଗଣପଲେଇ ଚାରା ସହିତ ବଜାରରେ ମିଳୁଥିବା ମାହାଙ୍ଗା ହାଇବ୍ରିଡ଼ ଆମ୍ବ ମିଆଁଜାକି, ନୁରଜାନ, ପାଲମର, ଡି -୫୯ ଆଦିରୁ ଚାରା ପ୍ରସ୍ତୁତ କରୁଛନ୍ତି। ଥାଇଲାଣ୍ଡ ବରକୋଳି, ସବୁଜ ଓ ନାଲି ବରକୋଳି ଚାରା ସହିତ ଥାଇଲାଣ୍ଡ ପିଜୁଳି, ନାଲି ପିଜୁଳି, ଏଲ -୪୯, ଭିଏନ୍‌ଆର୍‌ ଆଦି ଅଧିକ ଅମଳ ଦେଉଥିବା ଚାରା ସହିତ ଫୁଲ ଚାରା ମଧ୍ୟ କଲାମୀ କରି ପ୍ରସ୍ତୁତ କରୁଛନ୍ତି। ପ୍ରତିବର୍ଷ ପ୍ରାୟ ୩ ଲକ୍ଷରୁ ଅଧିକ ଚାରା ବିକ୍ରି କରି ସେ ଟଙ୍କା ଉପାର୍ଜନ କରିବା ସହିତ ଏ ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି l କେହି କେହି ଶିକ୍ଷକ ରଞ୍ଜନ ସାହୁଙ୍କୁ ସବୁଜ ଶିକ୍ଷକ ବୋଲି ଡାକିଥାନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri