Categories: ଜାତୀୟ

ପାଠ ମନେ ରଖିବା ପାଇଁ ଛାତ୍ରୀଛାତ୍ରଙ୍କୁ ଇଞ୍ଜେକସନ ଦେଉଥିଲେ ଶିକ୍ଷକ

ନୂଆଦିଲ୍ଲୀ,୧୫।୨: ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକ ଛାତ୍ରୀଛାତ୍ରଙ୍କ ସ୍ମରଣଶକ୍ତି ବଢାଇବା ଇଞ୍ଜେକସନ ଦେଉଥିବାବେଳେ ଧରାପଡିଛନ୍ତି। ପୋଲିସ ଶିକ୍ଷକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଦିଲ୍ଲୀର ମଣ୍ଡାବାଲୀ ଅଞ୍ଚଳରେ ସନ୍ଦିପ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର କିଛି ପିଲାଙ୍କୁ ମାଗଣାରେ ଟ୍ୟୁସନ ପଢାଉଥିଲେ। ଯେଉଁ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ ସେମାନଙ୍କ ସ୍ମରଣଶକ୍ତି ବଢାଇବା ପାଇଁ ସାଇଲାଇନ୍‌ ଇଞ୍ଜେକସନ ଦେଉଥିଲେ। ସନ୍ଦିପ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବିଏ ଦ୍ୱିତୀୟ ବର୍ଷର ଛାତ୍ର। ପୋଲିସ ସନ୍ଦିପଙ୍କ ଗିରଫ କରି ପଚରାଉଚରା କରୁଛି।

Share