ଧାରଣାରେ ପାଚିକା, ରୋଷେଇ କଲେ ଶିକ୍ଷୟିତ୍ରୀ-ଶିକ୍ଷକ

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜି ଛକରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ। ପାଚିକା ସଂଘର ଆନ୍ଦୋଳନ ଯୋଗୁ ସ୍କୁଲଗୁଡ଼ିକ ପ୍ରଭାବିତ ହୋଇଛି ପିଲାଙ୍କ ମଧ୍ୟାହ୍ନଭୋଜନ। ସ୍କୁଲ ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ହୋଇଗଲେ ପିଲା ସ୍କୁଲ ଆସିବେ ନା’ ନାହିଁ ସନ୍ଦେହ। ଏଭଳି ସ୍ଥିତିରେ କୌଣସି ବିକଳ୍ପ ନ ପାଇ, ପାଠ ପଢ଼ାଉଥିବା ଶିକ୍ଷୟିତ୍ରୀ/ଶିକ୍ଷକ ଏବେ ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଛନ୍ତି। ପାଠପଢ଼ାରୁ ସମୟ ବାହାର କରି କେଉଁ ଶିକ୍ଷକ ପରିବା କାଟିବାରେ ସହାୟତା କରୁଛନ୍ତି, ତ’ ଆଉ କେଉଁ ଶିକ୍ଷକ ଖାଦ୍ୟ ବାଣ୍ଟିବାରେ ସହଯୋଗ କରୁଛନ୍ତି। ପିଲାଙ୍କ ପାଠପଢ଼ା ଯେମିତି ଅଟକି ରହିବ ନାହିଁ ସେଥିପାଇଁ ପିଲାଙ୍କୁ ପାଳି କରି ପାଠ ମଧ୍ୟ ପଢ଼ାଉଛନ୍ତି। ଏଭଳି କିଛି ଖବର ଆସିଛି କନ୍ଧମାଳ ଜିଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, କ.ନୂଆଗାଁ, କୋଟଗଡ଼ ବ୍ଲକରୁ। ବାଲିଗୁଡ଼ା ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ, କର୍ଣ୍ଣାଟପୁର ଓ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମଣ୍ଡଳ ପଦର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ରୋଷେଇ କରୁଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। କେବଳ ଏହି ଗୋଟିଏ ସ୍କୁଲ ନୁହଁ ଅନେକ ସ୍କୁଲରେ ଏ ଭଳି ସ୍କୁଲର ଶିକ୍ଷୟିତ୍ରୀ/ଶିକ୍ଷକ କରିଥିବା ଜଣାପଡ଼ିଛି। ପାଚିକା ସଂଘର ଆନ୍ଦୋଳନ ହଟିବା ପରେ ହିଁ ସମସ୍ୟାର ସମାଧାନ ହେବ ବୋଲି ଶିକ୍ଷୟିତ୍ରୀ/ଶିକ୍ଷକ ପାଚିକା ସହାୟିକାମାନଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ବେଆଇନ ଛଟେଇ ବନ୍ଦ, ଛଟେଇ କର୍ମଚାରୀଙ୍କୁ ଥଇଥାନ, ଅବସରକାଳୀନ ବୟସ ସୀମାକୁ ୬୫ବର୍ଷ ବୃଦ୍ଧି, ୧୦ ମାସ ବଦଳରେ ୧୨ ମାସ ଦରମା, ଅବସର ପରେ ୧୦ ହଜାର ଟଙ୍କା ପେନ୍‌ସନ୍‌ ଆଦି ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ।