୬୬୦ ମିଲିୟନ ଟନ୍‌ ଉତ୍ତୋଳନ ଲକ୍ଷ୍ୟଧାର୍ଯ୍ୟ

ତାଳଚେର,୯ା୧(ନି.ପ୍ର.): ଦେଶରେ ସର୍ବାଧିକ କୋଇଲା ଉପତ୍ାଦନ କରୁଥିବା କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ୬୬୦ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି। କମ୍ପାନୀ ଗତ ଡିସେମ୍ବର ଶେଷ ସୁଦ୍ଧା ୪୦୫ ମିଲିୟନ ଟନ୍‌ ଉତ୍ତୋଳନ କରିବାରେ ସକ୍ଷମ ହୋଇଥିବା ଏହାର ଅଧ୍ୟକ୍ଷ ପ୍ରମୋଦ କୁମାର ଅଗ୍ରୱାଲ ଶୁକ୍ରବାର ଅନୁଗୋଳ ଜିଲା ତାଳଚେର କୋଲ୍‌ ଫିଲ୍‌ଡ୍ସ ଗସ୍ତ ଅବସରରେ ସୂଚନା ଦେଇଛନ୍ତି।
ଏକ ଦିନିକିଆ ଗସ୍ତରେ ତାଳଚେର ଆସିଥିବା ଅଧ୍ୟକ୍ଷ ଅଗ୍ରୱାଲ ଲିଙ୍ଗରାଜ ଓ ଭୁବନେଶ୍ୱରୀ କୋଇଲା ଖଣି ପରିଦର୍ଶନ କରିବା ସହ ବିଭିନ୍ନ ସିଏଚ୍‌ପି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଏକ ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ୨୦୨୦-୨୧ରେ କୋଲ୍‌ ଇଣ୍ଡିଆ ୬୫୦ ମିଲିୟନ ଟନ୍‌ ଉପତ୍ାଦନ ଅତିକ୍ରମ କରିବାର ଲକ୍ଷ୍ୟ ରଖିଛି। ଡିସେମ୍ବର ଶେଷ ସୁଦ୍ଧା କୋଲ୍‌ ଇଣ୍ଡିଆ ଉତ୍ତୋଳନ କରିଥିବା ୪୦୫ ମିଲିୟନ ଟନ୍‌ କୋଇଲା ମଧ୍ୟରୁ ଏମ୍‌ସିଏଲ୍‌ ୧୦୧.୮ ମିଲିୟନ ଟନ୍‌ ଉତ୍ତୋଳନ କରିବାରେ ସକ୍ଷମ ହୋଇଛି। କୋଇଲା ଉତ୍ପାଦନ ଓ ପରିବହନ କ୍ଷେତ୍ରରେ ଏମ୍‌ସିଏଲ୍‌ ଖୁବ୍‌ ଭଲ କାମ କରିଛି। ଏହି ଗସ୍ତବେଳେ ଏମ୍‌ସିଏଲ୍‌ ସିଏମ୍‌ଡି ପି.କେ. ସିହ୍ନା, ଡାଇରେକ୍ଟର ଟେକ୍ନିକାଲ ଓ.ପି. ସିଂହ, ନିର୍ଦ୍ଦେଶକ କୋହଭ ରାଓ ପ୍ରମୁଖ ଉପସ୍ଥିତ ଥିଲେ।