Posted inଫୁରସତ

ଭାଗ୍ୟ ବଦଳାଇ ଦେଲା ରତ୍ନ: ରାତାରାତି କୋଟିପତି ହେଲେ ତାଞ୍ଜାନିଆର ଏହି ବ୍ୟକ୍ତି

ନୂଆଦିଲ୍ଲୀ, ୨୫।୬- ଭାଗ୍ୟଦେବୀ କେତେବେଳେ କାହାର ସାଥ୍‌ ଦିଅନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ତାଞ୍ଜାନିଆରେ ଦେଖିବାକୁ ମିଳିଛି। ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆର ଜଣେ ଶ୍ରମିକ ଏକ ଖଣି ଖୋଳୁଥିବାବେଳେ ୨ଟି ଅତି ଦୁର୍ଲଭ ତାଞ୍ଜାନାଇଟ୍‌ ରତ୍ନ ପାଇଥିଲେ। ଯାହାକୁ ତାଞ୍ଜାନିଆ ଇତିହାସର ସବୁଠାରୁ ବଡ଼ ତାଞ୍ଜାନାଇଟ୍‌ ରତ୍ନ ବୋଲି କୁହାଯାଉଛି। ସାନିନିଉ ଲାଇଜର ନାମକ ଏହି ବ୍ୟକ୍ତି ଜଣଙ୍କ ଯେଉଁ ୨ଟି ତାଞ୍ଜାନାଇଟ୍‌ ରତ୍ନ ପାଇଥିଲେ ସେଥିରୁ ଗୋଟିକର ଓଜନ ୯.୨୭ କେଜି ଓ ଅନ୍ୟଟି ୫.୧୦୩ ଓଜନ ବିଶିଷ୍ଟ ଥିଲା। ତାଞ୍ଜାନିଆ ସରକାର ଲାଇଜରଙ୍କ ନିକଟରୁ ଏହି ଦୁଇଟି ଦୁର୍ଲଭ ରତ୍ନକୁ ୩.୩୫ ମିଲିୟନ ଡଲାର ମୂଲ୍ୟରେ କ୍ରୟ କରିନେଇଥିଲେ। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ପାଖାପାଖି ୨୫ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଲାଇଜରଙ୍କ ୪ଟି ସ୍ତ୍ରୀ ରହିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ସନ୍ତାନ ମଧ୍ୟ ରହିଛନ୍ତି। ରାତାରାତି କୋଟିପତି ହୋଇଯିବା ପରେ ତାଙ୍କ ପରିବାରରେ ଏକ ବିରାଟ ପାର୍ଟି ହେବ ବୋଲି ଖୁସିରେ ଆତ୍ମହରା ହୋଇପଡ଼ିଥିବା ଲାଇଜର କହିଛନ୍ତି। ତାଞ୍ଜାନିଆ ରାଷ୍ଟ୍ରପତି ଜନ୍‌ ମୋଗୁଫୁଲି ମଧ୍ୟ ଲାଇଜରଙ୍କୁ ଫୋନ କରି ବଧାଇ ଦେଇଛନ୍ତି। ସେହିଭଳି ଏହା ଦେଶର ସବୁଠାରୁ ୨ଟି ବଡ଼ ତାଞ୍ଜାନାଇଟ୍‌ ରତ୍ନ ବୋଲି ମାଇନିଂ ବିଭାଗ ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଦୁର୍ଲଭ ରତ୍ନ କେବଳ ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆର ଉତ୍ତର କ୍ଷେତ୍ରରେ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ସ୍ତ୍ରୀକୁ ମାରିବାକୁ ଉଦ୍ୟମ ବେଳେ ମଝିରେ ଆସିଲେ ଶ୍ବଶୁର, ପେଟ୍ରୋଲ ଢାଳି ମାରିଦେଲେ ଜ୍ବାଇଁ

ବାଲିଆପାଳ,୨୫।୨(ଗୋପାଳ ଚନ୍ଦ୍ର ସାହୁ/ରାଜଶ୍ରୀ ପାଣିଗ୍ରାହୀ) ପ୍ରେମ ବିବାହର କରୁଣ ପରିଣତି । ଜ୍ବାଇଁ ସାଜିଲେ ନରରାକ୍ଷସ। ପେଟ୍ରୋଲ ଢ଼ାଳି ଜୀବନରୁ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରୁଥିବା ବେଳେ…

ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇଲେ କୋରାପୁଟ ଏସ୍‌ପି, ପ୍ରେମିକକୁ ପାଇବା ପାଇଁ ହତ୍ୟା କରିଥିଲେ ଝିଅ

ବୋରିଗୁମ୍ମା,୨୫।୨(ବିଜୟ ନାରାୟଣ ସାହୁ): ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟାକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା…

ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହ ଜବତ, ଏସ୍‌ପି କହିଲେ ପୂରା ଘଟଣା…

ଫୁଲବାଣୀ/ଦାରିଙ୍ଗବାଡ଼ି,୨୫ା୨(ରାକେଶ କୁମାର ରାଉତ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହକୁ ପୋଲିସ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

ଗାଁ ଦାଣ୍ଡରେ ବସିଥିବାବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା କାର୍‌, ଆଉ ତା’ ପରେ…

ଧର୍ମଶାଳା,୨୫ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଗନ୍ଧଣ ପଞ୍ଚାୟତର ଦରକୁଣ୍ଡି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ କାର୍‌ ମାଡ଼ି ଯିବାରୁ…

ମିଳିନି ଟୋକନ, ବିକ୍ରି ହୋଇନି ଧାନ: ବିଦ୍ୟୁତ୍ ବିଲ୍ ବାବଦକୁ ଅଫିସରେ ଧାନ ଗଦା କଲେ ଚାଷୀ

ଭେଡେନ,୨୫।୨(ହୃଷିକେଶ ଖମାରୀ): ବରଗଡ଼ ଜିଲାରେ ଅନେକ ଚାଷୀ ଏପର୍ଯ୍ୟନ୍ତ ଖରିଫରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି । ଫଳରେ ପରିବାର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ…

ହସ୍ପିଟାଲରେ ଆଶ୍ଚର୍ଯ୍ୟଜନକ ଅବହେଳା, ଡ୍ରେସିଂ ହଟାଇବା ବେଳେ କାଟିଦେଲେ ୬ ମାସ ଶିଶୁର ଆଙ୍ଗୁଠି

ବେଙ୍ଗାଲୁରୁ,୨୫ା୨: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଚିକିତ୍ସା ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏକ ଛଅ ମାସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri