ସେବା ଓ ସର୍ଜନାର ମଧୁଝର: ତପନକୁମାର

ଅନ୍ତର୍ଜାତୀୟ ସ୍ତରର ଜଣେ ଗବେଷକ, ପ୍ରାଧ୍ୟାପକ, ବ୍ୟବସାୟ ରଣନୀତି ବିସାରଦ, ପରିଚାଳନା ମାର୍ଗଦର୍ଶକ, ସମାଜସେବୀ, ସ୍ତମ୍ଭକାର, ସୁଲେଖକ, ଅନୁବାଦକ ତଥା ହାଇଦ୍ରାବାଦରେ ଅବସ୍ଥିତ ନାର୍ସି ମୋନ୍ଜି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ(NMIMS) ୟୁନିଭରସିଟିର ନିର୍ଦ୍ଦେଶକ ଡ. ତପନ କୁମାର ପଣ୍ଡା, ଯିଏ ନିଜକୁ ମାଟିର ମଣିଷ ବୋଲି ମନେକରନ୍ତି। ଅର୍ଜିତ ସମ୍ବଳକୁ ସମାଜ ପାଇଁ ବିନିଯୋଗ କରିବାକୁ ପ୍ରାଥମିକ କର୍ତ୍ତବ୍ୟ ବୋଲି ଭାବନ୍ତି। କେଉଁଠି କେଉଁ ପ୍ରତିଭା ସୁଯୋଗ ଓ ସହାୟତା ବ୍ୟତିରେକ ଅନାଦୃତ ହୋଇପଡିଥିଲେ ତା’ର ସ୍ବପ୍ନକୁ ସାକାର କରିବାପାଇଁ ବଢ଼ାଇ ଦିଅନ୍ତି ସହଯୋଗର ହାତ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ତପସ୍ୟା ଫାଉଣ୍ଡେଶନ ମାଧ୍ୟମରେ ସମାଜସେବାକୁ ଅଧିକ ଗତିଶୀଳ କରିବା, ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ବୃହତ୍ତର ପାଠକଙ୍କ ପାଖରେ ପହଞ୍ଚେଇବା, ମାନସିକ ରୋଗୀଙ୍କ ପାଇଁ ଦୁଇଶହ ଶଯ୍ୟାବିଶିଷ୍ଟ ଏକ ଥଇଥାନ କେନ୍ଦ୍ର ପ୍ରତିଷ୍ଠା କରିବା, ପ୍ରତିଭାବାନ ଓଡ଼ିଆ ଲେଖକଙ୍କୁ ଲୋକଲୋଚନକୁ ଆଣିବା ତଥା ସେମାନଙ୍କ କୃତିକୁ ଯଥାଯଥ ଭାବରେ ପ୍ରକାଶ କରିବା ତାଙ୍କ ବୃହତ୍ତର ସ୍ବପ୍ନର ଅଂଶବିଶେଷ ।
ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ କୃପାସିନ୍ଧୁ ପଣ୍ଡା ଓ ନିବେଦିତା ପଣ୍ଡାଙ୍କ ସୁପୁତ୍ର ତପନ ନୟାଗଡ଼, ଜଟଣୀ ଓ ପୁରୀରେ ଅଧ୍ୟୟନ କରି ଆପଣା ଅଧ୍ୟବସାୟରେ ଆମେରିକାର ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରୁ ହାସଲ କରନ୍ତି ଏମବିଏ ଡିଗ୍ରୀ । ବ୍ୟବସାୟ ପରିଚାଳନାରେ ଲାଭ କରନ୍ତି ପିଏଚ.ଡି. । ମାର୍କେଟିଂ ଓ ବିଜ୍ଞାପନ ବିଷୟରେ ହୁଅନ୍ତି ବିଶାରଦ। ଭାରତର ତିନୋଟି ପ୍ରମୁଖ ସଂସ୍ଥାନ: ଭାରତୀୟ ପ୍ରବନ୍ଧ ସଂସ୍ଥାନ (ଆଇଆଇଏମ), ଲକ୍ଷ୍ନୌ, କାଲିକଟ ଓ ଇନ୍ଦୋରରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରି ଢେର୍‌ ଖ୍ୟାତି ଓ ସମ୍ମାନ ଅର୍ଜନ କରିଛନ୍ତ। ଫ୍ରାନ୍ସର ବର୍ଦ୍ଦୋ ବିଶ୍ୱବିଦ୍ୟାଳୟ, ଯୁକ୍ତରାଷ୍ଟ୍ର ଆମେରିକାର ମ୍ୟାରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ, ଡାଲାସ ବିଶ୍ୱବିଦ୍ୟାଳୟ, ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟ ତଥା ଚାଇନାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଚାଇନା ୟୁନିଭରସିଟି ଅଫ ପଲିଟିକ୍ସ ଓ ଲ ( CUPL), ବେଜିଂରେ ଅଧ୍ୟାପନା କରିଥିବା ତପନ କୁମାର ଛାତ୍ରପ୍ରିୟ ଶିକ୍ଷକ ଭାବେ ନିଜ ଗବେଷଣାଲବ୍ଧ ଜ୍ଞାନକୁ ଶ୍ରେଣୀ ଗୃହରେ ବିନିଯୋଗ କରି ଯଥେଷ୍ଟ ସୁନାମ ଓ ଲୋକପ୍ରିୟତା ହାସଲ କରିଛନ୍ତି। ହାର୍ଭାର୍ଡ, ହ୍ବାର୍ଟନ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନର ଇମ୍ପେରିଆଲ କଲେଜଗୁଡ଼ିକୁ ଅତିଥି ଅଧ୍ୟାପକ ଭାବେ ନିମନ୍ତ୍ରିତ ହୋଇ ଶୈକ୍ଷିକ ପାରଦର୍ଶିତାର ନିଦର୍ଶନ ଦେଇଛନ୍ତି। ଜଣେ ବ୍ୟବସାୟ ଉପଦେଶକ ହିସାବରେ ସେ ଅନେକ ଛାତ୍ର ଓ ପରିଚାଳକଙ୍କୁ ସେମାନଙ୍କ ବ୍ୟବସାୟ ବଢ଼ାଇବାରେ ସହାୟତା କରିଛନ୍ତି । କେବଳ ସେତିକି ନୁହେଁ, ବ୍ୟବସାୟ ପରିଚାଳନା, ବ୍ରାଣ୍ଡିଂ, ବିଜ୍ଞାପନ ପର୍ଯ୍ୟାବରଣ ଓ ବ୍ୟବସାୟ ବିଷୟରେ ବିଶ୍ୱର ପ୍ରମୁଖ ଜର୍ନାଲରେ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ ହୋଇଛି । ନଅ ହଜାରରୁ ଊର୍ଦ୍ଧ୍ୱ ଗବେଷକ ତାଙ୍କ ଗବେଷଣାଲବ୍ଧ ତଥ୍ୟକୁ ଉପଯୋଗ କରି ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ବୋଲି ଗୁଗଲ ସ୍କଲାର କୁହେ।
ଜଣେ ବ୍ୟବସାୟ ରଣନୀତି ବିଶାରଦ ଭାବେ ସେ ଭାରତର ଅନେକ ପ୍ରତିଷ୍ଠିତ ବ୍ୟବସାୟ ସଂସ୍ଥାର ମାର୍କେଟିଂ, ବିଜ୍ଞାପନ ଇତ୍ୟାଦି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ।
ପଢ଼ୁଥିବା ସମୟରୁ ତପନ କୁମାରଙ୍କର ସ୍ତମ୍ଭ ଆଗଧାଡିର ଓଡ଼ିଆ ଓ ଇଂରାଜୀ ଖବରକାଗଜରେ ପ୍ରକାଶିତ ହୋଇ ତାଙ୍କୁ ଏକ ସଫଳ ସ୍ତମ୍ଭକାରର ସ୍ବତନ୍ତ୍ର ମାନ୍ୟତା ଦେଇଛି । ଲାଲ ସ୍ବପ୍ନ, ଦି ନକ୍ସଲାଇଟ ଆଣ୍ଡ ଅଦର ଷ୍ଟୋରିଜ, ଜହ୍ନରାତି ଓ ପ୍ରଜାପତି, ଆଜ୍‌ ଦି ଇୟର୍ସ ଗୋ ବାଇ, କବିତା ଏବଂ ଦି ଇନଫିଡେଲ, ଦି ଅଟୋ ବାୟୋଗ୍ରାଫି ଅଫ ଏ କୁଇନ୍‌, ଦି ଆର୍କ ଅଫ୍‌ ଫାୟାର, ଦି ଆକ୍ଟର ଭଳି ପୁସ୍ତକର ରଚୟିତା ଡ. ତପନ କୁମାର ବ୍ୟବସାୟ ପରିଚାଳନା ଓ ମାର୍କେଟିଂ ସମ୍ପର୍କରେ ପଚିଶଟି ବହି ଲେଖିଛନ୍ତି । ସେଗୁଡିକ ଇଂଲଣ୍ଡ, ଆମେରିକା ତଥା ଆମ ଦେଶରୁ ପ୍ରକାଶିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ପ୍ରକାଶିତ ସମସ୍ତ ପୁସ୍ତକର ରୟାଲ୍‌ଟି ତପସ୍ୟା ଫାଉଣ୍ଡେଶନର କାମରେ ଲାଗେ । ଏତଦ୍‌ବ୍ୟତୀତ ସେ ସାତଜଣ ପ୍ରତିଷ୍ଠିତ ଔପନ୍ୟାସିକଙ୍କର ଉପନ୍ୟାସକୁ ଇଂଲିଶ ଅନୁବାଦ କରି ଅନ୍ତର୍ଜାତୀୟ ସ୍ତରରେ ପାଠକଙ୍କ ଦୃଷ୍ଟିଆକର୍ଷଣ କରିପାରିଛନ୍ତି । ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ଡ. ତପନ ଅବସର ସମୟରେ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାରେ ଏବଂ ପ୍ରଚୁର ପଢ଼ିବାରେ ଅତିବାହିତ କରିବାକୁ ପସନ୍ଦ କରନ୍ତି। ତାଙ୍କ କାର୍ଯ୍ୟଦକ୍ଷତା ଏବଂ ସଫଳତା ପାଇଁ ଆମେରିକାନ ମାର୍କେଟିଂ ଆସୋସିଏଶନର ଫେଲୋ, ଲଣ୍ଡନ ରୟାଲ ସୋସାଇଟି ଅଫ୍‌ ଲିଟରେଚର୍‌ର ସଦସ୍ୟ ଭଳି ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସେ ସମ୍ବର୍ଦ୍ଧିତ ଓ ସମ୍ମାନିତ।
ତପନଙ୍କ ହିସାବରେ ସମାଜ ତାଙ୍କୁ ଦେଇଛି ଅନେକ କିଛି । ସମାଜ ଭିତରେ ତାଙ୍କ ବ୍ୟକ୍ତିତ୍ୱ ବିକଶିତ ହୋଇଛି ଏବଂ ସେ ସଫଳତାର ଶିଖର ସ୍ପର୍ଶ କରିଛନ୍ତି । ତେଣୁ ସେ ସମାଜର ଋଣ ପରିଶୋଧ କରିବାକୁ ଚାହାନ୍ତି । -ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍‌ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri