Posted inଜାତୀୟ

କିନ୍ନରଙ୍କୁ ସ୍ବତନ୍ତ୍ର ଜାତି ବିବେଚନା କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୦:କିନ୍ନରମାନଙ୍କୁ ଅଲଗା ଜାତି ଭାବେ ବିବେଚନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ବିହାର ସରକାର କିନ୍ନର ସମ୍ପ୍ରଦାୟଙ୍କୁ ସ୍ବତନ୍ତ୍ର ଜାତି ନୁହେଁ ବରଂ ଜାତି ତାଲିକାରେ ଏକ ସ୍ବତନ୍ତ୍ର ବର୍ଗ ଭାବେ ସାମିଲ କରିବାକୁ ନେଇଥିବା ନିଷ୍ପତ୍ତି ବିରୋଧରେ ଆଗତ ପିଟିଶନ୍‌ର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଉପରୋକ୍ତ ରାୟ ଦେଇଛନ୍ତି। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ବିହାର ସରକାର ଜାତି ତାଲିକାରେ କିନ୍ନରମାନଙ୍କୁ ଏକ ଅଲଗା ସ୍ତମ୍ଭ ଦେଇଛନ୍ତି, ଯେପରି ସେମାନଙ୍କ ତଥ୍ୟ ରାଜ୍ୟରେ ଉପଲବ୍ଧ ହେବ। କିନ୍ନର ଆଦୌ ଏକ ଜାତି ନୁହେଁ। ଏବେ ୩ଟି ବର୍ଗ- ପୁରୁଷ, ମହିଳା ଓ କିନ୍ନର ରହିଛି, ଯାହାର ତଥ୍ୟ ଉପଲବ୍ଧ ବୋଲି ଖଣ୍ଡପୀଠ କହିଛନ୍ତି।
କିନ୍ନରମାନଙ୍କୁ ତୃତୀୟ ଲିଙ୍ଗ ଭାବେ କେତେକ ସୁବିଧା ସୁଯୋଗ ଦିଆଯାଇପାରିବ, କିନ୍ତୁ ସ୍ବତନ୍ତ୍ର ଜାତି ଭାବେ ନୁହେଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି। କିନ୍ନର ସମ୍ପ୍ରଦାୟ ବିଭିନ୍ନ ଜାତିର ଥାଇପାରନ୍ତି। ତେଣୁ ସେମାନଙ୍କୁ ଗୋଟିଏ ସ୍ବତନ୍ତ୍ର ଜାତିର ପରିଚୟ ଦେବା ସମ୍ଭବପର ହୋଇ ନ ପାରେ। ବିହାର ପ୍ରଥମ ରାଜ୍ୟ ଯିଏ ଜାତି ଆଧାରିତ ସର୍ଭେ ତଥ୍ୟ ପ୍ରକାଶ କରିଛି। ଉକ୍ତ ରିପୋର୍ଟ ଅନୁଯାୟୀ ଜନସଂଖ୍ୟାର ୩୬ ପ୍ରତିଶତ ଅତ୍ୟନ୍ତ ପଛୁଆ ବର୍ଗର ହୋଇଥିବାବେଳେ ୨୭.୧ ପ୍ରତିଶତ ପଛୁଆ ବର୍ଗ, ୧୯.୭ ପ୍ରତିଶତ ଅନୁସୂଚିତ ଜାତି ଏବଂ ସାଧାରଣ ବର୍ଗ ୧୫.୫ ପ୍ରତିଶତ ରହିଛନ୍ତି। ବିହାରର ମୋଟ ଜନସଂଖ୍ୟା ୧୩.୧ କୋଟିରୁ ଅଧିକ। ଗତ ଅଗଷ୍ଟରେ ବିହାର ସରକାର ଜାତି ଜନଗଣନା ସମ୍ପୂର୍ଣ୍ଣ କରିଥିଲେ। ଏହି ସର୍ଭେ ସମସ୍ତଙ୍କ ପାଇଁ ଲାଭଦାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୋର୍‌ ଦେଇଥିଲେ। ଏଥିସହିତ ଅବହେଳିତଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବିକାଶରେ ଏହା ସହାୟକ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri