ନିଜଠାରୁ ଦୁଇ ବର୍ଷ ବଡ଼ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଏହି ସୁପରଷ୍ଟାର, ଜଣାପଡ଼ିବା ପରେ..

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କ ଆଜି ହାପି ବର୍ଥ ଡେ। ୧୯୮୩ ଜୁଲାଇ ୨୮ରେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା। ଧନୁଷ ବାପା କସ୍ତୁରୀ ରାଜା ଥିଲେ ଜଣେ ନିର୍ଦ୍ଦେଶକ। ଧନୁଷ ତାଙ୍କ ନିର୍ଦ୍ଦୋନାରେ ନିର୍ମିତ ଫିଲ୍ମ ‘ଥୁଲ୍ଲୁବାଧୋ ଇଲାମାଇ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୨୦୦୩ରେ ଆସିଥିବା ଚଳଚ୍ଚିତ୍ର ‘ତରୁଦା ତୁରୁଦୀ‘ ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଏହା ତାଙ୍କୁ ଭିନ୍ନ ପରିଚୟ ମଧ୍ୟ ଦେଇଥିଲା।

ଧନୁଷ ଯେ କେବଳ ଦକ୍ଷିଣ ଭାରତୀୟ ସିନେମା ତାହା ନୁହେଁ ହିନ୍ଦି ସିନେ ଜଗତରେ ସେ କୁନ୍ଦନ ନାମରେ ବେଶ୍‌ ଜଣାଶୁଣା। ଏହା ପଛରେ କାରଣ ମଧ୍ୟ ରହିଛି। ଧନୁଷ ସୋନମ୍‌ କପୁରଙ୍କ ସହ ଫିଲ୍ମ ‘ରାଞ୍ଝଣା’ରେ ନଜର ଆସିଥିଲେ। ଯିଏ ନିଜ ପ୍ରେମକୁ ପାଇବା ପାଇଁ ନିଜକୁ ବାରମ୍ବାର କଷ୍ଟ ଦେବାକୁ ପଛାଉନଥିଲେ।ଏବେ ଗୋଟିଏ ଫିଲ୍ମ ପିଛା ୭ରୁ ୧୦ କୋଟି ଚାର୍ଜ କରନ୍ତୁ ଧନୁଷ। ୨୦୧୧ରେ ଫଇଲ୍ମ ‘ଆଦୁକଲମ’ ପାଇଁ ରାଷ୍ଟ୍ରୀୟ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି।

ଅଭିନେତା ଭାବେ ଜଣାଶୁଣା ଧନୁଷ ଜଣେ ଶେଫ୍‌(ରୋଷେଇଆ) ହେବାକୁ ଚାହୁଁଥିଲେ। ହେଲେ ବାପା ଏବଂ ଭାଇ ଅନେକ ବୁଝାଇବା ପରେ ସେ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାଛଡ଼ା ଧନୁଷଙ୍କ ପ୍ରେମ ଜୀବନ ମଧ୍ୟ ସିନେମାଠାରୁ କମ୍‌ ନୁହେଁ। ସେ ୨୦୦୪ରେ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ହାତ ଧରିଥିଲେ। ଏକ ଶୋ’ରେ ଉଭୟ ଉଭୟଙ୍କୁ ଭେଟିଥିଲେ। ସେତେବେଳେ ଧନୁଷଙ୍କ ଭଉଣୀ ଐଶ୍ୱର୍ଯ୍ୟାଙ୍କ ବନ୍ଧୁ ଥିଲେ। ଉଭୟ ଉଭୟଙ୍କୁ ପସନ୍ଦ କରିବା ନେଇ ମିଡିଆରେ ଚର୍ଚ୍ଚା ହୋଇଥିଲା। ଶେଷରେ ପରିବାରଲୋକେ ଉଭୟଙ୍କ ବିବାହ କରାଇଦେଇଥିଲେ। ଧନୁଷ ବିବାହ କରିବା ସମୟରେ ମାତ୍ର ୨୧ ବର୍ଷର ଥିଲେ। ହେଲେ ଐଶ୍ୱର୍ଯ୍ୟା ୨୩ ବର୍ଷର। ଏବେ ଉଭୟଙ୍କ ବିବାହକୁ ୧୫ ବର୍ଷ ବିତିସାରିଛି। ଏବେ କ୍ୟାରିୟରର ଉଚ୍ଚ ସୋପାନରେ ମଧ୍ୟ ସେ ପହଞ୍ଚିସାରିଲେଣି। ରଜନୀକାନ୍ତଙ୍କ ଭଳି ସେ ମଧ୍ୟ ଆଭିଜାତ୍ୟର ଜୀବନ ବଞ୍ଚୁଥିବା କୁହାଯାଏ, ଯାହାକୁ ସେ ନିଜ ପରିଶ୍ରମରେ ଛିଡ଼ା କରିପାରିଛନ୍ତି।

Share