ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍ ଶନିବାର ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। କାଲି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ । ୧୪% ବଡ଼ ହେବା ସହ ୩୦ % ଉଜ୍ଜ୍ୱଳ ଦେଖାଯିବ। ଏହାକୁ ସୂର୍ଯ୍ୟାସ୍ତ ପରେ ଖାଲି ଆଖିରେ ମଧ୍ୟ ଦେଖିହେବ।
ସେହିପରି ବର୍ଷ ଶେଷ ଆଡ଼କୁ ଆଉ ୨ଟି ସୁପରମୁନ୍ ଦେଖିବାକୁ ବି ମିଳିବ। ୨୦୨୬ର ଦ୍ବିତୀୟ ‘ସୁପରମୁନ’ ଆସନ୍ତା ନଭେମ୍ବର ୨୪ରେ ଦେଖାଯିବ। ଶେଷ ‘ସୁପରମୁନ’ ଡିସେମ୍ବର ୨୩ରେ ଦେଖିବାକୁ ମିଳିବ। ଚଳିତ ବର୍ଷ ୩ଟି ସୁପରମୁନ୍ ସହ ୩ଟି ମାଇକ୍ରୋମୁନ ଦେଖିବାକୁ ମିଳିବ। ମେ’ ୧, ମେ’ ୩୧ ଏବଂ ଜୁନ୍ ୨୯ରେ ‘ମାଇକ୍ରୋମୁନ’ ଦେଖିବାକୁ ମିଳିବ।


