କେହି ଟଙ୍କା ଲଗାଇବାକୁ ରାଜି ହେଲେନି; ୫ ଲକ୍ଷ କୃଷକଙ୍କ ଚାନ୍ଦାରେ ନିର୍ମାଣ ହୋଇଥିଲା ଏହି ସୁପରହିଟ୍‌ ଫିଲ୍ମ; କିଛି ଏଭଳି ଥିଲା…

ବମ୍ବେ: ସତୁରୀରୁ ଅଶୀ ଦଶକରେ ନିର୍ମିତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ଫିଲ୍ମଗୁଡ଼ିକୁ ଆଜି ବି ପ୍ରଶଂସା କରାଯାଏ। ସେ ‘ଅଙ୍କୁର’ ହେଉ ଅବା ‘ନିଶାନ୍ତ’, ‘ମଣ୍ଡି’, ସବୁଥିରେ କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି ଶ୍ୟାମ। ୧୯୭୬ରେ ତାଙ୍କର ଏକ ଫିଲ୍ମ ‘ମନ୍ଥନ’ ଆସିଥିଲା। ଅବିଶ୍ୱାସନୀୟ କାହାଣୀ ଉପରେ ପର୍ଯ୍ୟବଶିତ ଏହି ଫିଲ୍ମ ସଫଳ ସିନେମା ମଧ୍ୟରୁ ଅନ୍ୟତମ। ଏହି ଚଳଚ୍ଚିତ୍ର ନିର୍ମାଣ ପଛରେ ଅନେକ ରହସ୍ୟ ଥିଲା। ସେଥିରୁ ଗୋଟିଏ ଥିଲା ଏହାର ପ୍ରଯୋଜନା। ଗୁଜରାଟର ପ୍ରାୟ ୫ ଲକ୍ଷ କୃଷକ ଫିଲ୍ମକୁ ନିର୍ମାଣ କରିଥିଲେ। ଫିଲ୍ମକୁ ନିର୍ମାଣ କରିବା ନିମନ୍ତେ ସମସ୍ତେ ଦୁଇ ଟଙ୍କା ଲେଖାଏ ଚାନ୍ଦା ଦେଇଥିଲେ।

ଶ୍ୱେତ କ୍ରାନ୍ତି/ଦୁଗ୍ଧ କ୍ରାନ୍ତି ଉପରେ ନିର୍ମାଣ ହୋଇଥିଲା ମନ୍ଥନ। ଫିଲ୍ମର ସହଲେଖକ ଥିଲେ ଡା. ବର୍ଗିଜ କୁରିୟନ। ସେ ଶ୍ୱେତ କ୍ରାନ୍ତି ନିମନ୍ତେ ମୂଳଦୁଆ ପକାଇଥିଲେ। ସମସ୍ତେ ତାଙ୍କୁ ଅମୁଲର କର୍ତ୍ତାଧର୍ତ୍ତା ଭାବେ ଜାଣନ୍ତି। ତେବେ ସେ ୧୯୭୦ରେ ଅପରେଶନ ଫ୍ଲଡ ଆରମ୍ଭ କରିଥିଲେ। ଏହାପରେ ଭାରତରେ କ୍ରାନ୍ତି ଆସିବା ସହ ଦୁଗ୍ଧର ସବୁଠାରୁ ଅଧିକ ଉତ୍ପାଦନ ଏଠାରେ ହେଉଛି। ଏଭଳି ବିଷୟବସ୍ତୁକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ସ୍ଥିର କରାଯାଇଥିଲା। କାହାଣୀ ସାଧାରଣ ଗାଁ ଉପରେ ଥିଲା। ଏଣୁ ସେଥିରେ କେହି ବି ଟଙ୍କା ଲଗାଇବାକୁ ପସନ୍ଦ କରି ନ ଥିଲେ। ଫିଲ୍ମର ବଜେଟ କିନ୍ତୁ ୧୦-୧୨ ଲକ୍ଷ ଥିଲା। ଏପରିସ୍ଥଳେ କୁରିୟନ ଉପାୟ ଚିନ୍ତା କରିଥିଲେ। କୃଷକମାନଙ୍କ ସହାୟତାରେ ସେ ଭିନ୍ନ ଉଦାହରଣ ସୃଷ୍ଟି କରିଥିଲେ।

ମନ୍ଥନରେ ଅନେକ ବଡ କଳାକାର କାମ କରିଥିଲେ। ସ୍ମିତା ପାଟିଲ, ଗିରିଷ କର୍ନାଡ, ନସିରୁଦ୍ଦିନ ଶାହ, କୁଳଭୂଷଣ ଖରବନ୍ଦା, ଅମରେଶ ପୁରୀଙ୍କ ସମେତ ଅନ୍ୟ କଳାକାର ଏଥିରେ ଥିଲେ। ଫିଲ୍ମକୁ ୧୯୭୬ରେ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଦେଶ ତଥା ବିଦେଶରେ କାହାଣୀକୁ ପ୍ରଶଂସା ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri