କେହି ଟଙ୍କା ଲଗାଇବାକୁ ରାଜି ହେଲେନି; ୫ ଲକ୍ଷ କୃଷକଙ୍କ ଚାନ୍ଦାରେ ନିର୍ମାଣ ହୋଇଥିଲା ଏହି ସୁପରହିଟ୍‌ ଫିଲ୍ମ; କିଛି ଏଭଳି ଥିଲା…

ବମ୍ବେ: ସତୁରୀରୁ ଅଶୀ ଦଶକରେ ନିର୍ମିତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ଫିଲ୍ମଗୁଡ଼ିକୁ ଆଜି ବି ପ୍ରଶଂସା କରାଯାଏ। ସେ ‘ଅଙ୍କୁର’ ହେଉ ଅବା ‘ନିଶାନ୍ତ’, ‘ମଣ୍ଡି’, ସବୁଥିରେ କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି ଶ୍ୟାମ। ୧୯୭୬ରେ ତାଙ୍କର ଏକ ଫିଲ୍ମ ‘ମନ୍ଥନ’ ଆସିଥିଲା। ଅବିଶ୍ୱାସନୀୟ କାହାଣୀ ଉପରେ ପର୍ଯ୍ୟବଶିତ ଏହି ଫିଲ୍ମ ସଫଳ ସିନେମା ମଧ୍ୟରୁ ଅନ୍ୟତମ। ଏହି ଚଳଚ୍ଚିତ୍ର ନିର୍ମାଣ ପଛରେ ଅନେକ ରହସ୍ୟ ଥିଲା। ସେଥିରୁ ଗୋଟିଏ ଥିଲା ଏହାର ପ୍ରଯୋଜନା। ଗୁଜରାଟର ପ୍ରାୟ ୫ ଲକ୍ଷ କୃଷକ ଫିଲ୍ମକୁ ନିର୍ମାଣ କରିଥିଲେ। ଫିଲ୍ମକୁ ନିର୍ମାଣ କରିବା ନିମନ୍ତେ ସମସ୍ତେ ଦୁଇ ଟଙ୍କା ଲେଖାଏ ଚାନ୍ଦା ଦେଇଥିଲେ।

ଶ୍ୱେତ କ୍ରାନ୍ତି/ଦୁଗ୍ଧ କ୍ରାନ୍ତି ଉପରେ ନିର୍ମାଣ ହୋଇଥିଲା ମନ୍ଥନ। ଫିଲ୍ମର ସହଲେଖକ ଥିଲେ ଡା. ବର୍ଗିଜ କୁରିୟନ। ସେ ଶ୍ୱେତ କ୍ରାନ୍ତି ନିମନ୍ତେ ମୂଳଦୁଆ ପକାଇଥିଲେ। ସମସ୍ତେ ତାଙ୍କୁ ଅମୁଲର କର୍ତ୍ତାଧର୍ତ୍ତା ଭାବେ ଜାଣନ୍ତି। ତେବେ ସେ ୧୯୭୦ରେ ଅପରେଶନ ଫ୍ଲଡ ଆରମ୍ଭ କରିଥିଲେ। ଏହାପରେ ଭାରତରେ କ୍ରାନ୍ତି ଆସିବା ସହ ଦୁଗ୍ଧର ସବୁଠାରୁ ଅଧିକ ଉତ୍ପାଦନ ଏଠାରେ ହେଉଛି। ଏଭଳି ବିଷୟବସ୍ତୁକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ସ୍ଥିର କରାଯାଇଥିଲା। କାହାଣୀ ସାଧାରଣ ଗାଁ ଉପରେ ଥିଲା। ଏଣୁ ସେଥିରେ କେହି ବି ଟଙ୍କା ଲଗାଇବାକୁ ପସନ୍ଦ କରି ନ ଥିଲେ। ଫିଲ୍ମର ବଜେଟ କିନ୍ତୁ ୧୦-୧୨ ଲକ୍ଷ ଥିଲା। ଏପରିସ୍ଥଳେ କୁରିୟନ ଉପାୟ ଚିନ୍ତା କରିଥିଲେ। କୃଷକମାନଙ୍କ ସହାୟତାରେ ସେ ଭିନ୍ନ ଉଦାହରଣ ସୃଷ୍ଟି କରିଥିଲେ।

ମନ୍ଥନରେ ଅନେକ ବଡ କଳାକାର କାମ କରିଥିଲେ। ସ୍ମିତା ପାଟିଲ, ଗିରିଷ କର୍ନାଡ, ନସିରୁଦ୍ଦିନ ଶାହ, କୁଳଭୂଷଣ ଖରବନ୍ଦା, ଅମରେଶ ପୁରୀଙ୍କ ସମେତ ଅନ୍ୟ କଳାକାର ଏଥିରେ ଥିଲେ। ଫିଲ୍ମକୁ ୧୯୭୬ରେ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଦେଶ ତଥା ବିଦେଶରେ କାହାଣୀକୁ ପ୍ରଶଂସା ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri