ସୌର ଆଲୋକରେ ଚମକିଲା ସୂର୍ଯ୍ୟମନ୍ଦିର

କୋଣାର୍କ,୨୬।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିର ସୌର ଆଲୋକରେ ଚମକି ଉଠିଛି। ମଙ୍ଗଳବାରଠାରୁ ସୂର୍ଯ୍ୟମନ୍ଦିର ସୈାର ଆଲୋକରେ ଆଲୋକିତ ହେଉଛି। ପ୍ରତି ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିର ଉପରେ ସୌର ଆଲୁଅ ପଡ଼ି ଆଲୋକିତ କରାଯିବ। କଳା ଓ ଭାସ୍କର୍ଯ୍ୟର ସୂକ୍ଷ୍ମ କାରୁକାର୍ଯ୍ୟ ପରିପୂର୍ଣ୍ଣ ସୂର୍ଯ୍ୟମନ୍ଦିର ବିଶ୍ୱରେ ବିସ୍ମୟ। ସୂର୍ଯ୍ୟମନ୍ଦିରକୁ ସୌରଶକ୍ତିରେ ପରିଚାଳିତ କରିବା ନିମନ୍ତେ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରିଛନ୍ତି। ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସୂର୍ଯ୍ୟମନ୍ଦିରକୁ ସୌର ଆଲୋକରେ ଆଲୋକିତ କରାଯାଇଛି। ସୂର୍ଯ୍ୟମନ୍ଦିରକୁ ସ୍ବତନ୍ତ୍ର ଭାବେ ସୌର ଶକ୍ତି ଯୋଗାଇଦେବା ପାଇଁ କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସୋଲାର ପ୍ଲାଣ୍ଟ ବସାଯାଇଛି। ଏଠାରୁ ସୂର୍ଯ୍ୟମନ୍ଦିରକୁ କେବୁଲ ମାଧ୍ୟମରେ ୧୫ କିଲୋୱାଟ ଶକ୍ତି ସମ୍ପନ୍ନ ସୌର ଶକ୍ତି ଦିଆଯାଉଛି। ମୁଖ୍ୟ ମନ୍ଦିର ଚୂଡ଼ାରୁ ପାଦଦେଶ ପର୍ଯ୍ୟନ୍ତ ବିଭିନ୍ନ କଳାକୃତିରେ ଆଲୁଅ ଲଗାଯାଇଛି। ଏହା ବେଶ ମନଲୋଭା ଦେଖାହେଉଛି। ଏହି ସୌର ଆଲୁଅ ପର୍ଯ୍ୟଟକଙ୍କ ମନମୋହୁଛି। ଏଣିକି ବାତ୍ୟାରେ ବିଦ୍ୟୁତ ସରବରାହ ବନ୍ଦ ରହିଲେ ମନ୍ଦିର ଅନ୍ଧାରରେ ରହିବ ନାହଁି। ସୌର ଆଲୁଅରେ ସୂର୍ଯ୍ୟମନ୍ଦିର ଉଦ୍‌ଭାସିତ ହେବ।