ଚିନିକଳ ସମ୍ପତ୍ତିର ପୁନଃ ଆକଳନ ହେଲା

ନୟାଗଡ ଅଫିସ,୨୯।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ଚିନିକଳ ସମ୍ପତ୍ତିର ପୁନଃ ଆକଳନ କରାଯାଇଛି । ମାଜିଷ୍ଟ୍ରେଟ ନୟାଗଡ ଉପଜିଲାପାଳ ଲଗ୍ନଜିତ୍‌ ରାଉତ ଓ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କ ସମେତ ଆକଳନ ଟିମ୍‌ ଚିନିକଳରେ ପହଞ୍ଚିବା ପରେ ସେମାନଙ୍କୁ ଘେର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଆନ୍ଦୋଳନରତ କଂଗ୍ରେସ ନେତା ଓ କର୍ମୀମାନେ ଏହି ଟିମ୍‌କୁ ଭିତରକୁ ଛାଡି ନ ଥିଲେ । ପ୍ରାୟ ୨୦ମିନିଟ୍‌ ଧରି ଆଲୋଚନା ଚାଲିଥିଲା ।ପ୍ରଥମ ସମ୍ପତ୍ତି ଆକଳନ ରିପୋର୍ଟ ସୋମବାର ଦିଆଯିବ ବୋଲି ଉପଜିଲାପାଳ ଓ ଚିନିକଳର ପରିଚାଳନା ନିର୍ଦ୍ଦେଶକ ସବୀର ପଣ୍ଡା ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ପକ୍ଷରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଧାରଣା ହଟିବା ପରେ ଆସ୍କା ଚିନିକଳର ୩ ଜଣିଆ ବୈଷୟିକ ଟିମ୍‌ ଯାଞ୍ଚ କରି ସମ୍ପତ୍ତି ତାଲିକା ପ୍ରସ୍ତୁତ କରିଥିଲେ ।
ଯାଞ୍ଚ ସମୟରେ ଚିନିକଳର ବହୁ ଯନ୍ତ୍ରାଂଶ ନ ଥିବା ଜଣାପଡିଛି । ଯାଞ୍ଚର ଶେଷ ପର୍ଯ୍ୟାୟରେ ନୟାଗଡ ଜିଲାପାଳ ପୋମା ଟୁଡୁ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏସ୍‌ପି ସିଦ୍ଧାର୍ଥ କଟାରିଆ, ନୟାଗଡ ସଦର ଥାନା ଆଇଆଇସି ଶରତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଏନେଇ ନୟାଗଡ ଜିଲାପାଳ ଟୁଡୁ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ଚିନିକଳର ପୁନଃ ସମ୍ପତ୍ତି ତାଲିକା ଆକଳନ କରାଯାଇଛି। ପ୍ରଥମ ଆକଳନ ଓ ଦ୍ୱିତୀୟ ଆକଳନକୁ ଅନୁଧ୍ୟାନ କଲାପରେ ଜଣାପଡିବ କେଉଁ ଯନ୍ତ୍ରାଂଶ ଚୋରି ହୋଇଛି । ଚିନିକଳରୁ ଚୋରି ନେଇ ନୟାଗଡ ସଦର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ କେତେଜଣ ଚୋରଙ୍କୁ ଗିରଫ କରାଯାଇଛି । ଚିନିକଳର ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ ସମ୍ପତ୍ତି ଆକଳନ ନେଇ କିଛି କହିବା ଠିକ୍‌ ହେବ ନାହିଁ ବୋଲି ସେ କହିଛନ୍ତି ।
ଏସ୍‌ପି କଟାରିଆ କହିଛନ୍ତି, ଚିନିକଳରୁ ଚୋରି ନେଇ ୩ ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ୨ ଚାର୍ଜଶିଟ୍‌ ହୋଇଛି । ଯଦି ଚୋରି ହେଉଛି ଥାନାରେ ଅଭିଯୋଗ କରନ୍ତୁ । ଚିନିକଳର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲାଗିଛି । ଜିଲାପାଳ ଓ ମୁଁ ଜଏଣ୍ଟ ଭେରିଫିକେଶନ କରିଛୁ । ଗାର୍ଡ ପୋଷ୍ଟ କରି ୬ଜଣ ପୋଲିସ ମୁତୟନ ଅଛନ୍ତି । ଚିନିକଳର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ସବ୍ୟସାଚୀ ମିଶ୍ର କହିଛନ୍ତି, ଚିନିକଳ ସମ୍ପର୍କରେ ଯାହା ଅଭିଯୋଗ ଅଛି କୋର୍ଟରେ କହିବୁ। ଚିନିକଳକୁ ଆମେ ଲିଜ୍‌ ନେଇ ନ ଥିଲୁ। ସେଲ ପର୍ଚେ୍‌ସ ଏଗ୍ରିମେଣ୍ଟରେ ୫କୋଟି ୨୨ ଲକ୍ଷ ଟଙ୍କାରେ କିଣିଥିଲୁ । ତେବେ ପଟ୍ଟା କି ଆରଓ ଏଯାବତ ମିଳିନାହିଁ । ମୁଁ ଟେକ୍‌ନିକାଲ ଲୋକ ନୁହେଁ ତେବେ ସମ୍ପତ୍ତି ଆକଳନ ଦେଖି ମୁଁ ଜାଣି ପାରିଛି ପ୍ରାୟ ୩୦ରୁ ୪୦ କୋଟିି ଟଙ୍କାର ଉପକରଣ ଚୋରି ହୋଇ ଯାଇଛି। ଅନ୍ୟପକ୍ଷେ ସେ କହିଛନ୍ତି ନୟାଗଡ ଚିିନକଳରେ ଯାହା ଉପକରଣ ଅଛି ତାହା ନୟାଗଡ ସୁଗାରସ୍‌ ଲିମିଟେଡର। ନୟାଗଡ କୋପରେଟିଭ୍‌ ସୁଗାରସ୍‌ ଲିମିଟେଡ ଆସି ଗତ ମାର୍ଚ୍ଚରେ ଚିନିକଳର ସମ୍ପତ୍ତି ହିସାବ କରିଥିଲେ । ମାର୍ଚ୍ଚ ୧୨ରେ ସମ୍ପତ୍ତି ଆକଳନ କରି ପ୍ରଶାସନ ସିଲ୍‌ କରିଦେଲା । ତେବେ ସିଲ୍‌ ପରେ ସୁରକ୍ଷା ନ ଦେବାରୁ ଚିିନିକଳରୁ କୋଟି କୋଟି ଟଙ୍କାର ଉପକରଣ ଚୋରି ହୋଇଗଲା । ସୁରକ୍ଷା ନ ଦେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାହିଁକି ଅପେକ୍ଷା କରାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ଏହା ଯୋଜନାବଦ୍ଧ ଭାବେ ଚୋରି ବୋଲି ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି। ଚିନିକଳର ଚାବି ନେବାକୁ ଜିଲାପାଳଙ୍କ ପରାମର୍ଶକୁ ବ୍ୟାଙ୍କ ଗ୍ରହଣ କରି ନାହିଁ । ବ୍ୟାଙ୍କ ପକ୍ଷର କୁହାଯାଇଛି ଆମେ ସମ୍ପତ୍ତି ଆକଳନରେ ସାକ୍ଷୀ ପଡିଛୁ। ତେବେ ଆମେ ୩୧ ଓ ୩୪ ଧାରାରେ ସମ୍ପତ୍ତି ନିଲାମ କରି ପାରିବୁ । ସମ୍ପତ୍ତି ଆକଳନ କରିବା ଆମର କ୍ଷମତା ନାହିଁ। ଆମକୁ ଚାବି ଦିଅନ୍ତୁ ନାହିଁ । ପ୍ରଥମ ଥର ଆକଳନରେ ଚାବି ଆମକୁ ଜୋର ଜବରଦସ୍ତ ଦିଆଯାଇଥିଲା। ଆମେ ଫେରାଇ ଥିଲେ ମଧ୍ୟ କେହି ନେଇ ନ ଥିଲେ ବୋଲି ମ୍ୟାନେଜିଂ ଡାଇରେକ୍ଟର ମିଶ୍ର କହିଛନ୍ତି । ଜିଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି, ଚିନିକଳର ୨ ସମ୍ପତ୍ତି ତାଲିକା ଆକଳନ ରିପୋର୍ଟକୁ କଂଗ୍ରେସ ଅନୁଧ୍ୟାନ କରିବ । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଚିନିକଳର ପୁନରୁଦ୍ଧାର ହୋଇପାରିଲା ନାହିଁ । କଂଗ୍ରେସ ଏହାର ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri