ଚିନିକଳ ସମ୍ପତ୍ତିର ପୁନଃ ଆକଳନ ହେଲା

ନୟାଗଡ ଅଫିସ,୨୯।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ଚିନିକଳ ସମ୍ପତ୍ତିର ପୁନଃ ଆକଳନ କରାଯାଇଛି । ମାଜିଷ୍ଟ୍ରେଟ ନୟାଗଡ ଉପଜିଲାପାଳ ଲଗ୍ନଜିତ୍‌ ରାଉତ ଓ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କ ସମେତ ଆକଳନ ଟିମ୍‌ ଚିନିକଳରେ ପହଞ୍ଚିବା ପରେ ସେମାନଙ୍କୁ ଘେର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଆନ୍ଦୋଳନରତ କଂଗ୍ରେସ ନେତା ଓ କର୍ମୀମାନେ ଏହି ଟିମ୍‌କୁ ଭିତରକୁ ଛାଡି ନ ଥିଲେ । ପ୍ରାୟ ୨୦ମିନିଟ୍‌ ଧରି ଆଲୋଚନା ଚାଲିଥିଲା ।ପ୍ରଥମ ସମ୍ପତ୍ତି ଆକଳନ ରିପୋର୍ଟ ସୋମବାର ଦିଆଯିବ ବୋଲି ଉପଜିଲାପାଳ ଓ ଚିନିକଳର ପରିଚାଳନା ନିର୍ଦ୍ଦେଶକ ସବୀର ପଣ୍ଡା ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ପକ୍ଷରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଧାରଣା ହଟିବା ପରେ ଆସ୍କା ଚିନିକଳର ୩ ଜଣିଆ ବୈଷୟିକ ଟିମ୍‌ ଯାଞ୍ଚ କରି ସମ୍ପତ୍ତି ତାଲିକା ପ୍ରସ୍ତୁତ କରିଥିଲେ ।
ଯାଞ୍ଚ ସମୟରେ ଚିନିକଳର ବହୁ ଯନ୍ତ୍ରାଂଶ ନ ଥିବା ଜଣାପଡିଛି । ଯାଞ୍ଚର ଶେଷ ପର୍ଯ୍ୟାୟରେ ନୟାଗଡ ଜିଲାପାଳ ପୋମା ଟୁଡୁ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏସ୍‌ପି ସିଦ୍ଧାର୍ଥ କଟାରିଆ, ନୟାଗଡ ସଦର ଥାନା ଆଇଆଇସି ଶରତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଏନେଇ ନୟାଗଡ ଜିଲାପାଳ ଟୁଡୁ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ଚିନିକଳର ପୁନଃ ସମ୍ପତ୍ତି ତାଲିକା ଆକଳନ କରାଯାଇଛି। ପ୍ରଥମ ଆକଳନ ଓ ଦ୍ୱିତୀୟ ଆକଳନକୁ ଅନୁଧ୍ୟାନ କଲାପରେ ଜଣାପଡିବ କେଉଁ ଯନ୍ତ୍ରାଂଶ ଚୋରି ହୋଇଛି । ଚିନିକଳରୁ ଚୋରି ନେଇ ନୟାଗଡ ସଦର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ କେତେଜଣ ଚୋରଙ୍କୁ ଗିରଫ କରାଯାଇଛି । ଚିନିକଳର ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ ସମ୍ପତ୍ତି ଆକଳନ ନେଇ କିଛି କହିବା ଠିକ୍‌ ହେବ ନାହିଁ ବୋଲି ସେ କହିଛନ୍ତି ।
ଏସ୍‌ପି କଟାରିଆ କହିଛନ୍ତି, ଚିନିକଳରୁ ଚୋରି ନେଇ ୩ ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ୨ ଚାର୍ଜଶିଟ୍‌ ହୋଇଛି । ଯଦି ଚୋରି ହେଉଛି ଥାନାରେ ଅଭିଯୋଗ କରନ୍ତୁ । ଚିନିକଳର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲାଗିଛି । ଜିଲାପାଳ ଓ ମୁଁ ଜଏଣ୍ଟ ଭେରିଫିକେଶନ କରିଛୁ । ଗାର୍ଡ ପୋଷ୍ଟ କରି ୬ଜଣ ପୋଲିସ ମୁତୟନ ଅଛନ୍ତି । ଚିନିକଳର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ସବ୍ୟସାଚୀ ମିଶ୍ର କହିଛନ୍ତି, ଚିନିକଳ ସମ୍ପର୍କରେ ଯାହା ଅଭିଯୋଗ ଅଛି କୋର୍ଟରେ କହିବୁ। ଚିନିକଳକୁ ଆମେ ଲିଜ୍‌ ନେଇ ନ ଥିଲୁ। ସେଲ ପର୍ଚେ୍‌ସ ଏଗ୍ରିମେଣ୍ଟରେ ୫କୋଟି ୨୨ ଲକ୍ଷ ଟଙ୍କାରେ କିଣିଥିଲୁ । ତେବେ ପଟ୍ଟା କି ଆରଓ ଏଯାବତ ମିଳିନାହିଁ । ମୁଁ ଟେକ୍‌ନିକାଲ ଲୋକ ନୁହେଁ ତେବେ ସମ୍ପତ୍ତି ଆକଳନ ଦେଖି ମୁଁ ଜାଣି ପାରିଛି ପ୍ରାୟ ୩୦ରୁ ୪୦ କୋଟିି ଟଙ୍କାର ଉପକରଣ ଚୋରି ହୋଇ ଯାଇଛି। ଅନ୍ୟପକ୍ଷେ ସେ କହିଛନ୍ତି ନୟାଗଡ ଚିିନକଳରେ ଯାହା ଉପକରଣ ଅଛି ତାହା ନୟାଗଡ ସୁଗାରସ୍‌ ଲିମିଟେଡର। ନୟାଗଡ କୋପରେଟିଭ୍‌ ସୁଗାରସ୍‌ ଲିମିଟେଡ ଆସି ଗତ ମାର୍ଚ୍ଚରେ ଚିନିକଳର ସମ୍ପତ୍ତି ହିସାବ କରିଥିଲେ । ମାର୍ଚ୍ଚ ୧୨ରେ ସମ୍ପତ୍ତି ଆକଳନ କରି ପ୍ରଶାସନ ସିଲ୍‌ କରିଦେଲା । ତେବେ ସିଲ୍‌ ପରେ ସୁରକ୍ଷା ନ ଦେବାରୁ ଚିିନିକଳରୁ କୋଟି କୋଟି ଟଙ୍କାର ଉପକରଣ ଚୋରି ହୋଇଗଲା । ସୁରକ୍ଷା ନ ଦେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାହିଁକି ଅପେକ୍ଷା କରାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ଏହା ଯୋଜନାବଦ୍ଧ ଭାବେ ଚୋରି ବୋଲି ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି। ଚିନିକଳର ଚାବି ନେବାକୁ ଜିଲାପାଳଙ୍କ ପରାମର୍ଶକୁ ବ୍ୟାଙ୍କ ଗ୍ରହଣ କରି ନାହିଁ । ବ୍ୟାଙ୍କ ପକ୍ଷର କୁହାଯାଇଛି ଆମେ ସମ୍ପତ୍ତି ଆକଳନରେ ସାକ୍ଷୀ ପଡିଛୁ। ତେବେ ଆମେ ୩୧ ଓ ୩୪ ଧାରାରେ ସମ୍ପତ୍ତି ନିଲାମ କରି ପାରିବୁ । ସମ୍ପତ୍ତି ଆକଳନ କରିବା ଆମର କ୍ଷମତା ନାହିଁ। ଆମକୁ ଚାବି ଦିଅନ୍ତୁ ନାହିଁ । ପ୍ରଥମ ଥର ଆକଳନରେ ଚାବି ଆମକୁ ଜୋର ଜବରଦସ୍ତ ଦିଆଯାଇଥିଲା। ଆମେ ଫେରାଇ ଥିଲେ ମଧ୍ୟ କେହି ନେଇ ନ ଥିଲେ ବୋଲି ମ୍ୟାନେଜିଂ ଡାଇରେକ୍ଟର ମିଶ୍ର କହିଛନ୍ତି । ଜିଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି, ଚିନିକଳର ୨ ସମ୍ପତ୍ତି ତାଲିକା ଆକଳନ ରିପୋର୍ଟକୁ କଂଗ୍ରେସ ଅନୁଧ୍ୟାନ କରିବ । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଚିନିକଳର ପୁନରୁଦ୍ଧାର ହୋଇପାରିଲା ନାହିଁ । କଂଗ୍ରେସ ଏହାର ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri