ଗାଁକୁ ମାଡ଼ୁଛି ସୁବର୍ଣ୍ଣରେଖା

ବାରିପଦା ଅଫିସ,୨୦ା୧୦- ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ନଦୀ ମୟୂରଭଞ୍ଜ ଜିଲାର ଦୁଇଟି ବ୍ଲକ ମଧ୍ୟଦେଇ ବହି ଯାଉଥିବା ବେଳେ କୂଳକ୍ଷୟ ଯୋଗୁ ଗାଁ ଗଣ୍ଡା ପ୍ରତି ବିପଦ ସାଜିଛି। ଫଳରେ ନଦୀକୂଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଥିବା ବେଳେ ବହୁ ଚାଷଜମି ବାଲିଚର ହୋଇଯାଇଛି ା ଆଡ଼ିବନ୍ଧ ନିର୍ମାଣ କରା ନ ଗଲେ ଆଗାମୀ କିଛି ବର୍ଷ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ଗ୍ରାମ ନଦୀଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା
୩୯୫ କି.ମି. ଦୈର୍ଘ୍ୟ ବିଶିଷ୍ଟ ସୁବର୍ଣ୍ଣରେଖା ନଦୀ ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚି ନିକଟସ୍ଥ ପିସ୍‌କା ଅଞ୍ଚଳରୁ ବାହାରିଛି ା ଏହି ନଦୀ ରାଞ୍ଚିି, ସରେଇକେଲା, ଖରସୁଆଁ, ସିଂହଭୂମି ଜିଲା ଦେଇ ପଶ୍ଚିମବଙ୍ଗର ମେଦିନପୁରରେ ପ୍ରବେଶ କରିଛି ା ୮୩ କି.ମି. ଧରି ପଶ୍ଚିମବଙ୍ଗରେ ପ୍ରବାହିତ ହେବା ପରେ ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ୭୯ କି.ମି ଦେଇ ବଙ୍ଗୋପସାଗରରେ ମିଶିଛି ା ମୟୂରଭଞ୍ଜ ଜିଲାର ସାରସକଣା ଓ ରାସଗୋବିନ୍ଦପୁର ବ୍ଲକ ଦେଇ ପ୍ରବାହିତ ହୋଇଥିବା ଏହି ନଦୀ ପ୍ରତିବର୍ଷ ବର୍ଷାଦିନେ ଉଛୁଳି ପଡ଼ିବା ସହ କୂଳ ଖାଇଥାଏ ା ରାସଗୋବିନ୍ଦପୁର ବ୍ଲକ ଗୋଡ଼ିଘାଟି ପଞ୍ଚାୟତର ଟିକାୟତପୁର,ବନ୍ଧମୁଣ୍ଡି, ତମ୍ବାଖୁରି, ବରହମପୁରା ଓ ଗୋଡ଼ଘାଟି ଗ୍ରାମ ନଦୀ କୂଳରେ ଅବସ୍ଥିତ। ବର୍ଷାଦିନେ ନଈବଢି ହେଲେ ଟିକାୟତପୁର ଓ ବନ୍ଧମୁଣ୍ଡି ଗ୍ରାମରେ ଉଦବୃତ୍ତ ବନ୍ୟାଜଳ ପ୍ରବେଶ କରି ବହୁ ଧନଜୀବନ ନଷ୍ଟ କରିଥାଏ। ସେହିପରି ସାରସକଣା ବ୍ଲକ ଶୀର୍ଷା ପଞ୍ଚାୟତର ରୁଗୁଡ଼ିସାହି, ନୂଆସାହି, କୁଲସାହି, ମାଲିସାହି, ବେଢ଼ାପାଳ, ତୁଟାସାହି, ଧରାସାହି ଏବଂ ପାଣ୍ଡରା ପଞ୍ଚାୟତର ପାଣ୍ଡରା ଓ ରଳାସାହି ଗ୍ରାମର ଲୋକେ ନଦୀ କୂଳରେ ରହିଛନ୍ତି। ବର୍ଷାଦିନେ ନଦୀରେ ପାଣି ବଢ଼ିଲେ କୂଳବାସୀ ଭୟଭୀତ ହୋଇ ଗାଁର ଉପରମୁଣ୍ଡକୁ ସ୍ଥାନାନ୍ତର ହୋଇଥାନ୍ତି। ପାଣ୍ଡରା ଗ୍ରାମ ବାଲି ସୈରାତରୁ ମାତ୍ରାଧିକ ବାଲି ଉତ୍ତୋଳନ ଦ୍ୱାରା ନଦୀପଠା କ୍ଷୟ ହୋଇ ତଟବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଗ୍ରାମର ଧୀରେନ ଚନ୍ଦ୍ର କଲିଆ, ସୁଧୀର ମଣ୍ଡଳ, ବୈକୁଣ୍ଠ ପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଅନେକ ସ୍ଥାନରୁ ଚୋରାରେ ବେଆଇନ ବାଲି ଉତ୍ତୋଳନ ହେଉଥିବାରୁ ନଦୀଶଯ୍ୟା କ୍ଷୟ ହୋଇ ବନ୍ଧବାଡ଼ ପ୍ରତି ବିପଦ ସୃଷ୍ଟି କରୁଛି। ଏପରିକି ବାଲି ପରିବହନ କରିବା ପାଇଁ ଲିଜଧାରୀମାନେ ନଦୀର ଆଡ଼ିକୁ ମେଶିିନ ସାହାଯ୍ୟରେ ସମତୁଲ କରୁଥିବାରୁ ବର୍ଷାଦିନେ ନଦୀର ଉଦ୍‌ବୃତ୍ତ ଜଳ ଗାଁ ମଧ୍ୟରେ ପ୍ରବେଶ କରୁଛି। ୧୦ବର୍ଷ ମଧ୍ୟରେ ନଦୀକୂଳ ଖାଇବାରୁ ପ୍ରାୟ ୪ ଶହ ମିଟର ଗାଁ ଅଭିମୁଖେ ନଦୀଟି ମାଡ଼ି ଆସିଛି ବୋଲି ରୁଗୁଡ଼ିସାହିର ରଇଦାସ ମାଝି, ଶୁକ୍ରା ହେମ୍ବ୍ରମ, ଜଗଦୀଶ ପାତ୍ର ପ୍ରକାଶ କରିଛନ୍ତି ା ତେବେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ କିଛି ବର୍ଷ ମଧ୍ୟରେ ଧରାସାହି ଓ ରଳାସାହି ଗ୍ରାମଟି ନଦୀ ଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ବୁଧିଆ ସିଂ ଓ ଭଗବାନ ସିଂ କହିଛନ୍ତି। ବେଆଇନ ବାଲି ଉତ୍ତୋଳନକୁ ରୋକିବା ସହ ଆଡ଼ିବନ୍ଧ ଓ ସ୍ପର ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri