ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲିଛି ଉପଖଣ୍ଡ ପ୍ରଶାସନ

ଆଠମଲ୍ଲିକ, ୩।୧୧ (ଉଦୀପ୍ତ ପୁରୋହିତ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଥିବା ବିଭିନ୍ନ ବିଭାଗରୁ ଅଧିକାରୀଙ୍କ ବଦଳି ହେଉଛି। କେତେଜଣଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ନିଆଯାଉଛି। ହେଲେ ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯାଉ ନାହିଁ। ଫଳରେ ବହୁ ବିଭାଗରେ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଥିବାବେଳେ ଅନ୍ୟ ଅଧିକାରୀମାନଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇ କାମ ଚଳାଇ ନିଆଯାଉଛି। କିଛି ମାସ ହେଲା ସରକାରୀ ସ୍ତରରେ କରାଯାଉଥିବା ଏପରି କାର୍ଯ୍ୟ ପାଇଁ ଉପଖଣ୍ଡର ବିକାଶ ବାଧାପ୍ରାପ୍ତ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ୩ ମାସ ତଳୁ ଆଠମଲ୍ଲିକ ଉପଜିଲାପାଳ ଡ. ଜିତେନ୍ଦ୍ର କୁମାର ପାତ୍ରଙ୍କ ଭୁବନେଶ୍ୱରକୁ ବଦଳି ହୋଇଯାଇଛି। ତାଙ୍କ ଦାୟିତ୍ୱ ସହକାରୀ ଜିଲାପାଳ ଡ. ପ୍ରଭୁ ପୀୟୂଷ ମହାପାତ୍ର ତୁଲାଉଛନ୍ତି। ଫଳରେ ୩ ମାସ ହେଲା ସ୍ଥାୟୀ ଉପଜିଲାପାଳ ନାହାନ୍ତି। ସେହିପରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ସେ ପୂର୍ବରୁ ଖାଲିଥିବା ତହସିଲଦାର ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି। କୃଷି ପ୍ରଧାନ ଅଞ୍ଚଳ ଆଠମଲ୍ଲିକରେ ଗୁରୁତ୍ୱ ବହନ କରୁଥିବା କୃଷି ବିଭାଗରେ ମଧ୍ୟ କୃଷି ଅଧିକାରୀ ନ ଥିବା ବେଳେ ବ୍ଲକ କୃଷି ଅଧିକାରୀ ସେହି ଦାୟିତ୍ୱ ସମ୍ଭାଳୁଛନ୍ତି। ୧୦ ବର୍ଷରୁ ଅଧିକ ହେବ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ଦୀର୍ଘଦିନ ହେବ ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ବିଭାଗ ଚାଲିଛି। ଏବେ ସହକାରୀ ଜିଲାପାଳ ତନ୍ମୟ ରଞ୍ଜନ ପାତ୍ର ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ଦାୟିତ୍ୱ ତୁଲାଉଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଦୀର୍ଘଦିନ ହେଲା ଅନୁଗୋଳ ଜନସ୍ବାସ୍ଥ୍ୟ ବିଭାଗକୁ ଡେପୁଟେଶନରେ ଯାଇ ଅନୁଗୋଳରେ କାର୍ଯ୍ୟରତ ଥିବାବେଳେ ଆଠମଲ୍ଲିକ ଜନସ୍ବାସ୍ଥ୍ୟ ବିଭାଗରେ ସହକାରୀ ଯନ୍ତ୍ରୀ ପଦବୀ ଖାଲି ପଡ଼ିଛି। ଆଠମଲ୍ଲିକ କଲେଜ ଅଧ୍ୟକ୍ଷ ପଦବୀ ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଥିବା ବେଳେ ବରିଷ୍ଠ ଅଧ୍ୟାପକମାନେ ଏହି ଦାୟିତ୍ୱ ସମ୍ଭାଳୁଛନ୍ତି। ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ମାତ୍ର ୩ ଜଣ ବିଶେଷଜ୍ଞ ଡାକ୍ତର ଥିବାବେଳେ ବହୁ ବିଶେଷଜ୍ଞ ଓ ଡାକ୍ତର ପଦବୀ ମଧ୍ୟ ଖାଲି ପଡ଼ିଥିବାରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ରାଜ୍ୟରେ ଗଠନ ହୋଇଥିବା ନୂତନ ସରକାର ଗୁରୁତ୍ୱ କୁ ଉପଲବଧି କରି ଲୋକଙ୍କ ସୁବିଧା ଦୃଷ୍ଟି ରୁ ଅତି ଶୀଘ୍ର ସମସ୍ତ ବିଭାଗ ର ଅଧିକାରୀ ପଦବୀ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି l


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri