ମଧ୍ୟାହ୍ନଭୋଜନ ପାଇଁ ଧାରଣାରେ ବସିଲେ ଛାତ୍ରୀଛାତ୍ର

ମୋରଡ଼ା,୧୬ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଗଡ଼ିଗାଁ ପଞ୍ଚାୟତର ମାକୁନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ବୁଧବାର ଧାରଣାରେ ବସିଛନ୍ତି।

ସୂଚନାନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀରେ ମୋଟ୍‌ ୧୩୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ମଧ୍ୟାହ୍ନଭୋଜନର ଦାୟିତ୍ୱ ନେଇଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅମ୍ବିକା ମହାନ୍ତ। ତେବେ ପ୍ରଧାନ ଶିକ୍ଷୟିତ୍ରୀ କିଛି ଦିନ ହେଲା ନିମ୍ନମାନର ମଧ୍ୟାହ୍ନଭୋଜନ ଖାଇବାକୁ ଦେଉଥିଲେ। ଅଳ୍ପ ପରିମାଣର ନିମ୍ନମାନର ଡାଲି, ପଚା ଅଣ୍ଡା ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦେଉଥିଲେ। ଏନେଇ ଅଭିଭାବକମାନେ ମୋରଡ଼ା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ଏବଂ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ପାଇଁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ବିଇଓ ବୁଧବାର ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ଆଜି ଅସନ୍ତୋଷ ଛାତ୍ରୀଛାତ୍ର ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ରାସ୍ତାରେ ଧାରଣାରେ ବସିଥିଲେ।
ପ୍ରଧାନଶିକ୍ଷୟିତ୍ରୀ ରୋଷେଇ ପାଇଁ ପଚା ଅଣ୍ଡା ଦେଇଥିଲେ ବୋଲି କହିଛନ୍ତି ପାଚିକା ସିଂହ ମାର୍ଣ୍ଡି। ସେହିପରି ଶିକ୍ଷକ ଦିନେଶ ଚନ୍ଦ୍ର ମହାନ୍ତ କହିଛନ୍ତି ତାଙ୍କୁ ପ୍ରଶାସନ ତରଫରୁ ହଷ୍ଟେଲ ଦାୟିତ୍ୱ ମିଳିଥିଲେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ହଷ୍ଟେଲରେ ଥିବା ଛାତ୍ରୀଛାତ୍ରଙ୍କ କୌଣସି ତଥ୍ୟ ତଥା ଦସ୍ତାବିଜ ନ ଦେବାରୁ ସେ ହଷ୍ଟେଲ ଦାୟିତ୍ୱ ନେଇପାରିନାହାନ୍ତି।
ତେବେ ବିଦ୍ୟାଳୟ କମିଟି ଚେୟାରମ୍ୟାନ ଉମାକାନ୍ତ ହାଁସଦା ଉପରୋକ୍ତ ସମସ୍ୟା ବାବଦରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେବା ବଦଳରେ ଯାହା ଦିଆଯାଉଛି ସେ ସବୁକୁ ଖାଇବାକୁ ପଡ଼ିବ ବୋଲି କହିଥିଲେ।
ତେବେ ଏମିତି ନିମ୍ନମାନର ଖାଦ୍ୟ ଦେବା ସହିତ ବିଦ୍ୟାଳୟରେ ଠିକ ଭାବରେ ପାଠପଢ଼ା ହେଉନାହିଁ ବୋଲି କହିଛନ୍ତି ଛାତ୍ରୀ ଶୁଭଶ୍ରୀ ମହାନ୍ତ, ଧରିତ୍ରୀ ମହାନ୍ତ, ମିନତୀ ସିଂ, କ୍ରିଷ୍ଣାପ୍ରିୟା ସିଂ ଓ ଛାତ୍ର ରାମ ହାଁସଦା, ଗଣେଶ ମୁର୍ମୁ, ଅଭିଜିତ ଟୁଡୁ ଏବଂ ଅନ୍ୟମାନେ। ତେବେ ଗତ ଆଠରୁ ୯ଦିନ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନଭୋଜନ ପାଇଁ ଚାଉଳ, ଡାଲି, ପରିବା ଇତ୍ୟାଦି ନ ଦେବା ଫଳରେ ଗ୍ରାମବାସୀ ନିଜେ ରୋଷେଇ କରି ଖାଇବାକୁ ଦେଉଛନ୍ତି ବୋଲି କହିଛନ୍ତି ଟିକାରାମ ମହାନ୍ତ, ସୁମିତ୍ରା ହାଁସଦା, ରାଗିଆ ସିଂ, ରାଜୀବ ସିଂ, ପାନ ହେମ୍ବ୍ରମ ଏବଂ ଅନ୍ୟମାନେ। ଏହି ସବୁ ସମସ୍ୟା ନେଇ ଆଜି ବିଦ୍ୟାଳୟର ଛାତ୍ରୀଛାତ୍ର ବିଦ୍ୟାଳୟରେ ତାଲା ପକାଇବା ସହିତ ରାସ୍ତାରେ ଧାରଣାରେ ବସିଥିଲେ।ତେବେ ଏବାବଦରେ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ମହାନ୍ତଙ୍କୁ ପଚାରିବାରୁ ପୂର୍ବରୁ ଉକ୍ତ ଘଟଣା ବାବଦରେ ସେ ଅବଗତ ନ ଥିଲେ ଏବଂ ସେ ଏହା ସୁଧାରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri