ଗଛମୂଳେ ଖେଳୁଥିବାବେଳେ ବଜ୍ରପାତରେ ଛାତ୍ରଙ୍କ ଜୀବନ ଗଲା

ଦେବଗଡ଼,୧ା୬(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ବିଛଣାପୁର ଗ୍ରାମରେ ବଜ୍ରପାତରେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବୁଧବାର ଅପରାହ୍ନରେ ହଠାତ ଝଡ଼ ପବନ ସହ ବର୍ଷା ଓ ଘଡ଼ଘଡ଼ି ହେବାରୁ ବିଛଣାପୁର ଗ୍ରାମରେ ମାମୁଘରେ ରହି ପାଠପଢ଼ୁଥିବା ବାରକୋଟ ବ୍ଲକ ଦନ୍ତାରିବାହାଳ ଗ୍ରାମର ରମଣୀକାନ୍ତ ରଣା ଘର ବାହାରେ ଆମ୍ବଗଛ ମୂଳେ ଖେଳୁଥିବା ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ରମଣୀ ଅଚେତ ହୋଇ ପଡ଼ିଥିଲେ।
ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ପାଇ ଦେବଗଡ଼ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।