Advertisement
Posted inଫୁରସତ

ଅଜବ ଟୋପି ପିନ୍ଧି ପରୀକ୍ଷା ଦେଲେ ଛାତ୍ରୀଛାତ୍ର, ଏହା ପଛର କାରଣ ଜାଣିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଜିନିଷ ଭାଇରାଲ ହୋଇଥାଏ। ଏଥିରୁ କିଛି କଥା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ଫିଲିପାଇନ୍ସରୁ ଏହିପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଲୋକେ କିଛି ବୁଝିପାରିବେ ନାହିଁ। କଲେଜ ଛାତ୍ରୀଛାତ୍ର ଅଜବ ଟୋପି ଲଗାଇ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି। ଏହି ଟୋପିଗୁଡ଼ିକ କାଗଜ ଏବଂ ବର୍ଜ୍ୟବସ୍ତରୁ ତିଆରି ହୋଇଛି। ଏହା କୌଣସି ସୁରକ୍ଷା ଉଦ୍ଦେଶ୍ୟରେ ପିନ୍ଧାଯାଏ ନାହିଁ। ତେବେ ପ୍ରଶ୍ନ ଉଠୁଛି ପିଲାମାନେ ତାହେଲେ କାହିଁକି ଏପରି ଟୋପି ପିନ୍ଧିଛନ୍ତି।

ଆପଣ ଭାବୁଥିବେ ଏହି ଟୋପି ସହିତ ପିଲାମାନେ ପରୀକ୍ଷା ଦେବାକୁ କିପରି ଅନୁମତି ପାଇଲେ? ତେବେ ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ଏହି ଫଟୋ ଫିଲିପାଇନ୍ସର ବିକୋଲ ୟୁନିଭର୍ସିଟି କଲେଜ ଅଫ୍‌ ଇଞ୍ଜିନିୟରିଂର। ଯେଉଁଠି ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଆସିଥିଲେ।ଲେଗାଜପି ସିଟିରେ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରମାନଙ୍କୁ ହେଡଗର ପିନ୍ଧିବାକୁ କୁହାଯାଇଥିଲା ଯାହା ଦ୍ୱାରା ସେମାନେ ପରସ୍ପରଠାରୁ କପି କରିପାରିବେ ନାହିଁ। ଏହାର ପ୍ରତିବାଦରେ ଛାତ୍ରୀଛାତ୍ର ନିଜେ ଘରେ ତିଆରି ଅଜବ ହେଡ୍‌ଗର ପିନ୍ଧି ପରୀକ୍ଷା ଦେବାକୁ ଆସିଥିଲେ, ଯାହା ଦେଖିବା ଅତ୍ୟନ୍ତ ମଜାଦାର। ସେମାନଙ୍କର ଫଟୋ ମେକାନିକାଲ ଇଞ୍ଜିନିୟରିଂ ପ୍ରଫେସର ମେରି ଜୋ ମାଣ୍ଡେନ ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି।

ପ୍ରଫେସର ମେରି କହିଛନ୍ତି, ତାଙ୍କୁ ସାଧା କାଗଜରେ ନିର୍ମିତ ହେଡଗର୍‌ ପିନ୍ଧିବାକୁ କୁହାଯାଇଥିଲା, କିନ୍ତୁ ଛାତ୍ରମାନେ ଘରେ ଥିବା ଖାଲି ଜିନିଷ ସହିତ ଏହାକୁ ସୃଜନଶୀଳ କରିଥିଲେ। କେହି କେହି କାର୍ଡବୋର୍ଡ ତିଆରି କରିଥିଲେ ଏବଂ କେହି କେହି ହାଲୋଏନ୍‌ ଥିମ ଉପରେ ଏପରି ମାସ୍କ ତିଆରି କରିଥିଲେ, ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନରେ ଥିବା ସମୟରେ ଗଲେ କେଶ କାଟିବାକୁ : ଲାଗିଲା ଏତିକି ଟଙ୍କାର ଜରିମାନା

ହୋମ୍‌ କ୍ୱାରାଣ୍ଟାଇନରେ ଥିବା ବେଳେ କେଶ କାଟିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ୭,୬୦୦ ଡଲାର ଫାଇନ୍‌ ଲାଗିଛି। ଯାହାକି ଭାରତୀୟ ମୂଲ୍ୟରେ...

ହେଡ୍‌ଷ୍ଟାଣ୍ଡ କରି ବାଇକ ଚାଳନା

ବାଇକ୍‌ ଚଳାଇଲାବେଳେ ମୁଣ୍ଡରେ ହେଲ୍‌ମେଟ୍‌ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା...

ହାତୀ ସହ ଉଛୁଳା ନଦୀ ପାର ହେଲେ ମାହୁନ୍ତ, ଭାଇରାଲ ହେଉଛି ଭୟାନକ ଭିଡିଓ

ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ସ୍ଥାନରେ ଲୋକମାନେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିବାରୁ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ଏବେ...

ରାନୁ ମଣ୍ଡଳଙ୍କ ପରେ ଏବେ ଭାଇରାଲ ହେଉଛି ଜଣେ ଟ୍ରକ ଡ୍ରାଇଭରଙ୍କ ଭିଡିଓ

ମୁମ୍ବାଇ: ସୋସିଆଲ ମିଡିଆରେ ଅଧିକାଂଶ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯାହା...

ଦୟା କଲେ ସୌନ୍ଦର୍ଯ୍ୟ ବଢ଼େ

ନୂଆଦିଲ୍ଲୀ: ଦୟାମନୋଭାବ ଦ୍ୱାରା ମଣିଷର ସୁନ୍ଦରତା ବୃଦ୍ଧି ପାଇଥାଏ। ନିକଟରେ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ସୁନ୍ଦର ଦେଖାଯିବା ପାଇଁ ଅନେକ ଲୋକ...

ବନ୍ୟାରେ ଭାସିଗଲା କାର୍‌, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…

ଆମେରିକାର ଟେକ୍ସାସରେ ହୋଇଥିବା ବନ୍ୟା ପାଣିରେ ଏକ କାର୍‌ ଭାସିଗଲା। ଜଣେ ମହିଳା ଏହି କାର୍‌କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ।...

ଶାଢ଼ି ପିନ୍ଧି ଶିଡ଼ିରେ ପଛୁଆ ଚାଲିଲେ ଏହି ଯୁବତୀ, ଭାଇରାଲ ହେଉଛି ଭିଡିଓ

ଇଣ୍ଟରନେଟ୍‌ରେ ଜୟପୁରର ଜଣେ ଯୁବତୀଙ୍କ ଷ୍ଟଣ୍ଟ୍‌ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯୁବତୀଙ୍କ ଅଦ୍ଭୁତ ବ୍ୟାକ୍‌ଫ୍ଲିପ୍‌ ସମସ୍ତଙ୍କୁ ଚକିତ କରିଦେଇଛି। ଯୁବତୀ ଜଣକ ଆଥେଲେଟିକ୍‌ କପଡ଼ାରେ...

ମା’ ଝିଅଙ୍କୁ ୧୪ ବର୍ଷ ପରେ ଏକାଠି କଲା ଫେସବୁକ୍‌

ଫ୍ଲୋରିଡା,୧୬।୯: ଫ୍ଲୋରିଡାରୁ ୨୦୦୭ରେ ଅପହରଣ ହୋଇଥିଲେ ଜ୍ୟାକଲିନ ହର୍ନ୍ନାଡେଜ ନାମକ ଜଣେ ଯୁବତୀ। ଦୀର୍ଘ ୧୪ ବର୍ଷ ପରେ ଫେସବୁକ କାରଣରୁ ଅପହୃତା ଯୁବତୀ ତାଙ୍କ...

Advertisement
Archives

Model This Week