Categories: ଫୁରସତ

୧୧ ମାସ ପରେ କୋମାରୁ ବାହାରିଲେ ଛାତ୍ର, ତାଙ୍କ ପାଖରେ ନାହିଁ କରୋନା ଖବର

୨୦୨୦ରେ କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଏହା କେବଳ ଲୋକଙ୍କ ଜୀବନ ନେଇନାହିଁ ଅନେକ କ୍ଷତି ମଧ୍ୟ ଘଟାଇଛି। କିଛି ଲୋକଙ୍କ ମାନସିକ ସ୍ଥିତି ବିଗିଡ଼ିଯାଇଛି। ଏହି ସମୟରେ ଇଂଲଣ୍ଡର ଜଣେ ଯୁବଛାତ୍ର ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଦୀର୍ଘ ୧୧ ମାସ ପରେ ସେ କୋମାରୁ ବାହାରିଛନ୍ତି। ମାତ୍ର କରୋନା କେମିତି ବିଶ୍ୱକୁ କବଳିତ କରିଥିଲା, କ’ଣ କ’ଣ କ୍ଷତି ଘଟାଇଛି ସେ କିଛି ଜାଣିନାହାନ୍ତି। କାରଣ ସେ କୋମାରୁ ବାହାରିବା ପୂର୍ବରୁ କରୋନା ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ସବୁକିଛି ବଦଳି ଯାଇଛି। ଜୀବନଯାତ୍ରା ସ୍ବାଭାବିକ ହୋଇଛି। କରୋନା ଟିକା ମଧ୍ୟ ବାହାରି ଯାଇଛି। ତେଣୁ ସେ କରୋନାର ଖରାପ ସମୟ ଦେଖିନାହାନ୍ତି।

ଇଂଲଣ୍ଡରେ ରହୁଥିବା ୧୯ ବର୍ଷୀୟ ଛାତ୍ର ଜୋସେଫ ଫ୍ଲୋବିଲ୍‌ଙ୍କର ଗତବର୍ଷ ମାର୍ଚ୍ଚରେ ଏକ କାର୍‌ ଦୁର୍ଘଟଣା ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ କୋମାକୁ ଚାଲିଯାଇଥିଲେ। ଠିକ୍‌ ଏହି ସମୟରେ ବ୍ରିଟେନରେ କରୋନା ମହାମାରୀ ଆରମ୍ଭ ହେଉଥିଲା। ଜୋସେଫ ଏ ବିଷୟରେ କିଛି ବି ଜାଣିନାହାନ୍ତି।

Share