୩ ବର୍ଷ ହେଲା ତଳେ ବସି ପଢୁଛନ୍ତି ଛାତ୍ରୀଛାତ୍ର

ଡେରାବିଶ, ୨୩ା୬(ବେବର୍ତ୍ତା ଅଜୟ ଦାସ): ଶିକ୍ଷା ବ୍ୟବସ୍ଥାକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ୨୦୨୨ରୁ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ହେଲେ ଏହି ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ୨୦୨୨ରୁ ବ୍ଲକ ଅଧୀନ ଚାଟରାଚକୋଡା ପଞ୍ଚାୟତ ହାପିମେଳକ ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ଦେଢବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ଚାଲୁଥିଲା। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ନବନିର୍ମିତ ଗୃହ କାର୍ଯ୍ୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ଆଦର୍ଶ ବିଦ୍ୟାଳୟ ପାଇଁ ୬ଟି କୋଠରିି ହସ୍ତାନ୍ତର ପରେ ବିଦ୍ୟାଳୟ ସ୍ଥାନାନ୍ତର ହୋଇଥିଲା। ଗଣଶିକ୍ଷା ବିଭାଗର ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ବେଞ୍ଚ, ଡେସ୍କ, ଶିକ୍ଷକମାନଙ୍କ ପାଇଁ ଚେୟାର, ଟେବୁଲ ଓ ଅନ୍ୟ ସରଞ୍ଜାମ ଯୋଗାଇ ଦେବା ପାଇଁ କର୍ତ୍ତୃପକ୍ଷ କେନ୍ଦ୍ରାପଡ଼ା ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ଆର୍ଥତ୍କ ଅନୁଦାନ ଯୋଗାଇ ଦେଇଥିଲେ। ବିଦ୍ୟାଳୟ ଖୋଲାଯିବା ଇତିମଧ୍ୟରେ ୩ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ ପିଲାଙ୍କ ପାଇଁ ଏଯାଏଁ ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ବେଞ୍ଚ, ଡେସ୍କ ଯୋଗାଇ ଦିଆଯାଇନାହିଁ। ଶିକ୍ଷା ଅଧ୍ୟୟନ ପାଇଁ ନିଯୁକ୍ତ ହୋଇଥିବା ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ମଧ୍ୟ ଚେୟାର, ଟେବୁଲ୍‌, ଆଲମିରା, ଅନ୍ୟ ସରଞ୍ଜାମ ଯୋଗା ନ ଯିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ଅଭିମନ୍ୟୁ ରାଉତ କହିଛନ୍ତି, ଜିଲା ଶିକ୍ଷାଧିକାରୀଙ୍କ ମନମାନି ଏହି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ ଦୁର୍ବଳ କରିବାରେ ଲାଗିଛି। ଯଶୋବନ୍ତ ପ୍ରଧାନ କହିଛନ୍ତି, ଏ ବିଷୟରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ଅଭିଭାବକମାନେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ଟେଣ୍ଡର କାର୍ଯ୍ୟ କରାଯାଇ ଖୁବ୍‌ଶୀଘ୍ର ଡେସ୍କ, ବେଞ୍ଚ, ଚେୟାର, ଟେବୁଲ ଓ ଆଲମିରା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ମାତ୍ର କେତେବେଳେ ନିର୍ବାଚନ ଆଚରଣ ବିଧି ଓ ଆଚରଣ ବିଧି ଉଠିଲା ପରେ ବିଦ୍ୟାଳୟକୁ ସରଞ୍ଜାମ ଯୋଗାଇ ଦିଆଯିବ କେବଳ ଆମମାନଙ୍କୁ ମିଛ ଆଶ୍ୱାସନା ଦେଉଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ଗତ ୧୭ ତାରିଖରୁ ବିଦ୍ୟାଳୟ ଖୋଲାଯାଇଛି। ସକାଳୁଆ ବିଦ୍ୟାଳୟ ହେଉଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଇଁ ବେଞ୍ଚ, ଡେସ୍କ ନ ଥିବାରୁ ଶ୍ରେଣୀଗୃହରେ ତଳେ ବସି ସେମାନେ ଅଧ୍ୟୟନ କରୁଛନ୍ତି। ଦୀର୍ଘ ୩ ବର୍ଷ ଧରି ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର ତଳେ ବସି ଅଧ୍ୟୟନ କରୁଥିବାକୁ ନେଇ ଅଭିଭାବକମାନେ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଭେଟି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏ ବିଷୟରେ ଅଧ୍ୟକ୍ଷ ପ୍ରିୟବ୍ରତ ସ୍ବାଇଁଙ୍କୁ ପଚାରିବାରୁ ଏଯାଏଁ କୌଣସି ସରଞ୍ଜାମ ଆସି ନ ଥିବାରୁ ପିଲାଙ୍କୁ ଶିକ୍ଷାଦାନ ପାଇଁ ଦୁଇଟି ନୂଆପାଲ କିଣାଯାଇ ତଳେ ପକାଯାଇଛି। ତୁରନ୍ତ ସରଞ୍ଜାମ ଯୋଗାଇ ଦେବା ପାଇଁ ବିଦ୍ୟାଳୟ ସଙ୍ଗଠନ କର୍ତ୍ତୃପକ୍ଷ ଓ ସେ ନିଜେ ଜିଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଚିଠି ଦ୍ୱାରା ଜଣାଇଛନ୍ତି। ଶିକ୍ଷାଧିକାରୀ ନାଗଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଟେଣ୍ଡର କରାଯାଇ ବିଦ୍ୟାଳୟକୁ ସରଞ୍ଜାମ ଯୋଗାଇ ଦିଆଯିବ। ଏହାର ବିକଳ୍ପ କ’ଣ ବୋଲି ପଚାରିବାରୁ ଶିକ୍ଷା ଅଧିକାରୀ ନାଗ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ବର୍ତ୍ତମାନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୪୨ ରହିଛି। ସେଥିମଧ୍ୟରୁ ଷଷ୍ଠ ଶ୍ରେଣୀରେ ୮୦, ସପ୍ତମରେ ୮୨ ଓ ଅଷ୍ଟମ ଶ୍ରେଣୀରେ ୮୦ଜଣ ଛାତ୍ରୀଛାତ୍ର ଅଧ୍ୟନରତ ଅଛନ୍ତି। ପିଲାଙ୍କୁ ଶିକ୍ଷାଦାନ ପାଇଁ ୮ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତ ପାଇଛନ୍ତି। ଏପରିକି କାର୍ଯ୍ୟାଳୟରେ ଶିକ୍ଷକମାନଙ୍କ ବସିବା ପାଇଁ ଚେୟାର୍‌, ଟେବୁଲ୍‌ ନ ଥିବାରୁ ସେମାନେ ଛିଡାହୋଇ ରହୁଥିବା ଦେଖିବାକୁ ମିଳୁଛି। ଆଦର୍ଶ ବିଦ୍ୟାଳୟର ଅବ୍ୟବସ୍ଥା ପାଇଁ ବ୍ଲକ ଅଞ୍ଚଳରେ ଶିକ୍ଷାବିତ୍‌ ମହଲରେ ଗଭୀର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିକ୍ଷାବିତ୍‌ ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ କହିଛନ୍ତି, ଆଦର୍ଶ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଅଧ୍ୟୟନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହି ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ କେନ୍ଦ୍ରାପଡ଼ା ଜିଲାପାଳ ରହିଥିବା ବେଳେ ଏହି କମିଟିରେ ଅତିରିକ୍ତ ଜିଲାପାଳ, ଡେରାବିଶ ବିଡିଓ ଓ ବହୁ ବୁଦ୍ଧିଜୀବୀ ରହିଛନ୍ତି। ମାତ୍ର ଦୀର୍ଘବର୍ଷର ସମସ୍ୟାକୁ ସମାଧାନ କରିବାକୁ କାହାରି ଯେପରି ଆନ୍ତରିକତା ନ ଥିବା ପରି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri