ପୋଖରୀରେ ବୁଡ଼ି ଛାତ୍ର ମୃତ

ମୋରଡା,୨୩।୯(ସ୍ମାରକ ମାଜୀ)-ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ପୋଖରୀରେ ବୁଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲେଶ୍ୱର ଜିଲା ରଙ୍ଗାମାଟିଆ ଗ୍ରାମର ବଳରାମ ସିଂ। ସେ ମୋରଡ଼ା ପଞ୍ଚାୟତ ମାଳିହତାରେ ମାମୁଘରେ ରହୁଥିବା ବେଳେ ସ୍ଥାନୀୟ ଶିବମୁନି ଶିକ୍ଷା ନିକେତନ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିଲେ। ବଳରାମ ଶନିବାର ସ୍ଥାନୀୟ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣବଶତଃ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ମୋରଡ଼ା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ପଠାଇଥିଲା। ଏନେଇ ମୋରଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।