ପିଲାଙ୍କୁ ମିଳୁନି ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ

କେନ୍ଦ୍ରାପଡ଼ା,୨୫ା୧୧(ଜଗନ୍ନାଥ ଧଳ): ମାଧ୍ୟମିକସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଡ୍ରପ୍‌ଆଉଟ ରୋକିବା ପାଇଁ ରାଜ୍ୟର ସମସ୍ତ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳିତ ହେବ ବୋଲି ୨୦୧୬ରେ ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ କହିଥିଲେ। ଏହାକୁ ଇତିମଧ୍ୟରେ ୮ ବର୍ଷ ବିତିଛି। କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ଅପରପକ୍ଷେ ଦୀର୍ଘ ୮୦ ବର୍ଷ ପୂର୍ବେ ଧନ୍ଦାମୂଳକ ଶିକ୍ଷା ପ୍ରତିଷ୍ଠାନ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କୁଶିଆପାଳର ସରକାରୀ ଉଚ୍ଚ ମୌଳିକ ବିଦ୍ୟାଳୟ ଏହାର ମୌଳିକତା ହରାଇ ସାରିଥିବା ଦେଖାଯାଇଛି। ସ୍କୁଲରେ ଏବେ ମଧ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଅରଟ ଓ ତନ୍ତ ପଡ଼ିରହିଛି। ଏହି ସ୍କୁଲରେ ପୁନର୍ବାର ଧନ୍ଦାମୂଳକ ଶିକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
ସ୍କୁଲ ସମ୍ପର୍କରେ ସାମାଜିକ କର୍ମୀ ଅମର କୁମାର ବିଶ୍ୱାଳ କହିଛନ୍ତି, ୧୯୩୬ରେ ସ୍କୁଲ ପ୍ରତିଷ୍ଠା ସମୟରେ ଅରଟରୁ ସୂତା କାଟିବା, ତନ୍ତରେ ଲୁଗା ବୁଣିବା ସହିତ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଥିଲା। ଦେଶ ସ୍ବାଧୀନତା ସମୟରେ ସ୍ଥାନୀୟ ଅଞ୍ଚଳର ଯଦୁମଣି ମଙ୍ଗରାଜ, ପୁରୁଷୋତ୍ତମ ନାୟକ, ମାୟାଧର ସାହୁ, କୁଳମଣି ନାୟକଙ୍କ ସହ ବହୁ ସ୍ବାଧୀନତା ସଂଗ୍ରାମୀ ଏଠାରେ ମେଳିହୋଇ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତା ପ୍ରଚାର କରୁଥିଲେ। ୧୯୪୬ରେ ଏହି ପ୍ରତିଷ୍ଠାନ ସରକାରୀକରଣ ହେବା ସହିତ ମୌଳିକ ଶିକ୍ଷାନୁଷ୍ଠାନର ମାନ୍ୟତା ମିଳିଥିଲା। ଏକଦା ପୂର୍ବତନ ରାଜ୍ୟପାଳ ଅଯୋଦ୍ଧାନାଥ ଖୋସ୍‌ଲା ଏହି ବିଦ୍ୟାଳୟକୁ ଆସି ଏତେ ଖୁସି ଅନୁଭବ କଲେ ଯେ, ପୁରସ୍କାରସ୍ବରୂପ ଏକ ରେଡିଓ ପ୍ରଦାନ କରିଥିଲେ। ସମ୍ପ୍ରତି ସରକାରୀକରଣ ପରେ ସ୍କୁଲରେ କେବଳ ସାଧାରଣ ପାଠ୍ୟକ୍ରମ ଚାଲିଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଗ୍ରାମର ଆଇନଜୀବୀ ଶ୍ରୀକାନ୍ତ ସାହୁ କହିଛନ୍ତି, ୧୯୮୮ରେ ରାଜ୍ୟର ୨୩୧ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାବ୍ୟବସ୍ଥା ରାଜ୍ୟ ସରକାର ପ୍ରଚଳନ କଲେ। କୌଣସି କାରଣରୁ ଏହି ମୌଳିକ ସ୍କୁଲ ଏଥିରୁ ବଞ୍ଚତ୍ତ ହୋଇଯାଇଛି। ସାମ୍ପ୍ରତିକ ସମୟରେ ଲୋକସମ୍ବଳ ବିନିଯୋଗ ଏକ ଆହ୍ବାନ ହୋଇଛି। ସରକାରୀ ଚାକିରି ପଛରେ ଶିକ୍ଷିତ ଯୁବବର୍ଗ ଧାଇଁ ନିରାଶ ହେଉଛନ୍ତି। ଧନ୍ଦାମୂଳକ ଶିକ୍ଷା ମିଳି ନ ଥିବାରୁ ନିଶ୍ଚିତ କର୍ମନିଯୁକ୍ତି ଏବେ ପ୍ରଶ୍ନବାଚୀ ହୋଇଛି। ଶିକ୍ଷା ବ୍ୟବସ୍ଥାରେ ଅନୂ୍ୟନ ୪ର୍ଥ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷାକୁ ବାଧ୍ୟ କରାଯାଉ ବୋଲି ଆଇନଜୀବୀ ସାହୁ ମତ ଦେଇଛନ୍ତି। ଗ୍ରାମର ପ୍ରଫୁଲ୍ଲ ସ୍ବାଇଁ ଓ ମାଧବ ସ୍ବାଇଁ କହିଛନ୍ତି, ୨୦୦୨ ମସିହାରେ ଏହା ନିମ୍ନ ମୌଳିକ ସ୍କୁଲ ଥିଲା। ଗ୍ରାମବାସୀ ଓ ସରକାରୀ ଉଦ୍ୟମରେ ୨୦୧୦ରେ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ ହୋଇଛି। ଯେହେତୁ ଏହା ଏକ ମୌଳିକ ବିଦ୍ୟାଳୟ, ଏଠାରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେଉ ବୋଲି ସେମାନେ ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ସମ୍ପର୍କରେ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ଜିଲା ଶିକ୍ଷା ବିଭାଗର ତଦନ୍ତ ପରେ ଏ ଦିଗରେ ପଦକ୍ଷେପ ନେବା ପାଇଁ ସୁପାରିସ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri