Posted inଫୁରସତ

ଛାତ୍ରବତ୍ସଳ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌

ଦେବଭୂମି ପବିତ୍ର ଭାରତବର୍ଷରେ ଯେଉଁ କେତେଜଣ ମହାନ୍‌ ଦାର୍ଶନିକ, ରାଷ୍ଟ୍ରନାୟକ, ଚିନ୍ତାନାୟକ, ମାନବପ୍ରେମୀ ସେମାନଙ୍କର ଉତ୍ସର୍ଗୀକୃତ ସେବା, ତ୍ୟାଗ, ପ୍ରେମର ପ୍ରତିଦାନରେ ଭାରତବର୍ଷକୁ ସମଗ୍ର ବିଶ୍ୱରେ ଶକ୍ତିଶାଳୀ ରାଷ୍ଟ୍ର ହେବାର ସ୍ବପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ଥିଲେ ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ। ପିଲାଦିନୁ ସେ ଖୁବ୍‌ ଈଶ୍ୱରବିଶ୍ୱାସୀ ଥିଲେ। ହିନ୍ଦୁ ଧର୍ମ ପ୍ରତି ତାଙ୍କର ଯଦିଓ ଅଗାଧ ବିଶ୍ୱାସ ଓ ଭଲପାଇବା ଥିଲା ତଥାପି ସେ ସବୁ ଧର୍ମକୁ ଆନ୍ତରିକତାର ସହ ଭଲ ପାଉଥିଲେ ଏବଂ ସମ୍ମାନ ମଧ୍ୟ ଦେଉଥିଲେ। ପିଲାଦିନେ ଚୁପ୍‌ଚାପ୍‌ ଲାଜକୁଳା ସ୍ବଭାବର ଥିବା ଏହି ପିଲାଟି ଯେ ଭବିଷ୍ୟତରେ ଜଣେ ଜ୍ଞାନୀ, ଦାର୍ଶନିକ, କୂଟନୀତିଜ୍ଞ, ମହାନ୍‌ ଶିକ୍ଷାବିତ୍‌ ଭାବରେ କେବଳ ନିଜ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଯଶ ଅର୍ଜନ କରିବେ ଏ କଥା କାହାକୁ ବି ଜଣା ନ ଥିଲା।
ସେ ପୁଣି ଥିଲେ ଆମ ଭାରତବର୍ଷର ପ୍ରଥମ ଉପ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି। ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଆଜିର ଦିନରେ ମାନ୍ଦ୍ରାଜର ସର୍ବପଲ୍ଲୀ ନାମକ ଏକ ଛୋଟିଆ ଗରିବ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପିତା ପୁରୋହିତ ଥିଲେ। ନାମ ଥିଲା ତାଙ୍କର ବୀରସ୍ବାମୀ। ପିତା ପୁରୋହିତ ଥିବା ହେତୁ ଭଗବାନ କୃଷ୍ଣ ଓ ଶ୍ରୀରାଧାଙ୍କୁ ଖୁବ୍‌ ଭଲ ପାଉଥିଲେ। ତେଣୁ ପୁତ୍ରର ନାମ ଅତି ଆଦରରେ ରାଧାକ୍ରିଷ୍ଣନ୍‌ ରଖିଥିଲେ।
ଆର୍ଥିକ ଅବସ୍ଥା ସ୍ବଚ୍ଛଳ ଥିବାରୁ ରାଧାକ୍ରିଷ୍ଣନ୍‌ ଖ୍ରୀଷ୍ଟିଆନ୍‌ ମିଶ୍‌ନାରୀ ସ୍କୁଲରେ ବିଦ୍ୟାରମ୍ଭ କରିଥିଲେ। ତୁଳସୀ ଦୁଇପତ୍ରରୁ ବାସିବା ପରି ଅଳ୍ପ ବୟସରୁ ଇଂଲିଶ ଭାଷାରେ ତାଙ୍କର ଖୁବ୍‌ ଜ୍ଞାନ ଲାଭ ହେଲା। ଏହାପରେ ସେ ମାନ୍ଦ୍ରାଜ ସହରର ଖ୍ରୀଷ୍ଟିଆନ୍‌ କଲେଜରେ ଉଚ୍ଚଶିକ୍ଷା ଲାଭ କଲେ। ସେ ତାଙ୍କ ଅସାଧାରଣ ଜ୍ଞାନ ବଳରେ ଛାତ୍ର, ଶିକ୍ଷକ, ଅଧ୍ୟାପକ, ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସେ ପରୀକ୍ଷାରେ ଦର୍ଶନ ଶାସ୍ତ୍ରରେ ଅନର୍ସ (ସମ୍ମାନ) ରଖି ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କଲେ। ଏହାପରେ ଶିକ୍ଷା ଶେଷ ପରେ ସେ ପ୍ରଥମେ ମାନ୍ଦ୍ରାଜର ପ୍ରେସିଡେନ୍‌ସି କଲେଜରେ ଅଧ୍ୟାପକ ହୋଇଥିଲେ। ତାଙ୍କର ଖାଦ୍ୟଶୈଳୀ ଓ ଜୀବନପ୍ରଣାଳୀ ଅତି ସରଳ ଥିଲା। ସେ ଧୋତି, ଲମ୍ବା କୋଟ ଓ ମଥାରେ ପଗଡ଼ି ପିନ୍ଧୁଥିଲେ।
ସେ ଅଧ୍ୟାପକ ଥିବା ସମୟରେ ଅନେକ ଅସହାୟ, ଦରିଦ୍ର ମେଧାବୀ ଛାତ୍ରଙ୍କୁ ନିଜ ଦରମାରୁ ବହିପତ୍ର, ପୋଷାକ, ପାଠ୍ୟସାମଗ୍ରୀ କିଣିଦେଇ ଅପାର ଆନନ୍ଦ ଲାଭ କରୁଥିଲେ। ଛାତ୍ରୀଛାତ୍ରମାନେ ତାଙ୍କୁ ଖୁବ୍‌ ଭଲ ପାଉଥିଲେ। ପରେ ପରେ ଏହି ଦର୍ଶନ ଶାସ୍ତ୍ରରେ ଗବେଷଣା କରି ଡକ୍ଟରେଟ୍‌ ଉପାଧି ଲାଭ କଲେ। ଏହାପରେ ଭାରତବର୍ଷର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଏବଂ କୁଳପତି ରୂପେ କାର୍ଯ୍ୟ କରିଥିଲେ। ଭାରତର ଧର୍ମ, ସଂସ୍କୃତି, ଭାଗବତ, ଉପନିଷଦ୍‌, ପରମ୍ପରାକୁ ସେ ଦେଶ ବିଦେଶରେ ପ୍ରଚାର କରି ଆନନ୍ଦ ପାଉଥିଲେ। ଯଦିଓ ହିନ୍ଦୁଧର୍ମକୁ ଭଲ ପାଉଥିଲେ ତଥାପି ସେ ନିରପେକ୍ଷ ଭାବେ ସର୍ବଧର୍ମର ଲୋକଙ୍କୁ ସମ୍ମାନ ଦେବା ସହ ଭଲ ପାଉଥିଲେ।
୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ସେ ୧୯୫୨ ମସିହାରେ ହେଲେ ଭାରତର ଉପ ରାଷ୍ଟ୍ରପତି ଏବଂ ୧୯୬୨ ମସିହାରେ ହେଲେ ଭାରତର ପ୍ରଥମ ନାଗରିକ ଅର୍ଥାତ ରାଷ୍ଟ୍ରପତି। ପ୍ରକୃତରେ ସେ ଏଭଳି ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଯେ, ସବୁ ଦେଶ ସହ ସେ ସୁସମ୍ପର୍କ ରକ୍ଷା କରିଥିଲେ। ସେ ହିଁ ଥିଲେ ଭାରତମାତାର ପ୍ରକୃତ ଉପଯୁକ୍ତ ସନ୍ତାନ, ଯିଏକି ନିଜର ମିଷ୍ଟଭାଷା, ଭଲପାଇବା, ପ୍ରେମ, ସ୍ନେହ, ସଦାଚାର ଦ୍ୱାରା ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରି ବିସ୍ମୟ ସୃଷ୍ଟି କରିଥିଲେ। ତାଙ୍କର ଜନ୍ମଦିନ (ସେପ୍ଟେମ୍ବର ୫)କୁ ଗୁରୁଦିବସ ଭାବରେ ପାଳନ କରାଯାଇଆସୁଅଛି।
-ମୀରା ବେଉରା, ରଘୁନାଥଜୀଉ ମହାବିଦ୍ୟାଳୟ, ଦେଉଳସାହି, କଟକ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri