ବଞ୍ଚିବା ପାଇଁ ଉଚ୍ଚଶିକ୍ଷିତ ଦୃଷ୍ଟିବାଧିତଙ୍କ ସଂଘର୍ଷ

ବ୍ରହ୍ମପୁର,୧୧ା୪(ସୁବାସ ଚନ୍ଦ୍ର ପାଢ଼ୀ):ଜୀବନ କ’ଣ ଜାଣିବା ପୂର୍ବରୁ ଭଗବାନ ଆଖି ନେଇଗଲେ। ତଥାପି ହାରି ନ ଥିଲି। ଆଗକୁ ବଢ଼ିବାର ଆଶା ରଖି ସ୍ନାତକୋତ୍ତର ଯାଏ ପାଠ ପଢ଼ିଲି। ଚାକିରି ଖୋଜି ଖୋଜି ହାରିଗଲି। ବଞ୍ଚିବା ପାଇଁ ରୋଜଗାର ଲୋଡା। ତେଣୁ ୧୩ ବର୍ଷ ହେଲା ରୋଜଗାର ପାଇଁ ସଂଘର୍ଷ କରୁଛି ବୋଲି କହିଛନ୍ତି ବିଶ୍ୱନାଥ ମହାରଣା। ପୋଲସରା ଖଣ୍ଡିସାହିରେ ବିଶ୍ୱନାଥଙ୍କ ଜନ୍ମ। ବାପା, ମା, ୪ ଭାଇ ଓ ୨ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ୭ ବର୍ଷର ହୋଇଥିବା ବେଳେ ବିଶ୍ୱନାଥଙ୍କ ଆଖି ଧରିଥିଲା। କିଛି ଦିନ ପରେ ସେ ସ୍ପଷ୍ଟ ଭାବେ କିଛି ଦେଖିପାରୁ ନ ଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ଧିରେ ଧିରେ ଦୃଷ୍ଟିଶକ୍ତି ଚାଲିଗଲା। ପରୀକ୍ଷା ପରେ ଆଖି ଦୁଇଟି ନଷ୍ଟ ହୋଇଯାଇଛି ବୋଲି ଡାକ୍ତର କହିଥିଲେ । ଯଦି କିଏ ଆଖି ଦେଇପାରିବ ତେବେ ସେ ଦେଖି ପାରିବେ। ଯାହାକି ଗରିବ ବିଶ୍ୱନାଥଙ୍କ ପରିବାର ପକ୍ଷେ ସମ୍ଭବ ହୋଇନଥିଲା। ଇତିମଧ୍ୟରେ ମା’ ଆରପାରିକୁ ଚାଲିଗଲେ। ବିଭିନ୍ନ ସମସ୍ୟା ଭିତରେ ସେ ବ୍ରହ୍ମପୁର ଚାଲି ଆସିଥିଲେ। ଆମ୍ବପୁଆ ଦୃଷ୍ଟିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାଁ ଲେଖାଇଥିଲେ। ୧୯୯୫ରେ ଯୁକ୍ତ ୩ ପାଠପଢ଼ା ସରିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇଂରାଜୀରେ ସ୍ନାତକୋତ୍ତର ପଢ଼ିଥିଲେ। ପରେ ଟିଜିଟି (ଟିଚର ଗ୍ରାଜୁଏଟ ଟ୍ରେନିଂ) କୋର୍ସ ମଧ୍ୟ କରିଥିଲେ। ସରକାରୀ ଚାକିରି ପାଇଁ ଆବେଦନ କରି ବିଫଳ ହେଲେ। ପରେ କେତେକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ସେଠି ବି ଠିକ ଭାବେ ଦରମା ମିଳି ନଥିଲା। ଦିନକୁ ଦୁଇବେଳା ଖାଇବାକୁ ମିଳିବାରେ ଅସୁବିଧା ହେଲା। ତେଣୁ ୨୦୧୧ରୁ ବାଧ୍ୟ ହୋଇ ସେ ବିଭିନ୍ନ ପାର୍କ ଓ ବଡମେଡିକାଲରେ ଓଜନ ମପା ଯନ୍ତ୍ରଟିଏ ଧରି ବସୁଛନ୍ତି। ସେଠାକୁ ଆସୁଥିବା ଲୋକେ ଓଜନ ମାପି ଯାହାକିଛି ଦେଲେ ତାହା ତାଙ୍କର ଆୟ। କୌଣସି ମଠ ବା ମନ୍ଦିର ତାଙ୍କର ଆଶ୍ରୟସ୍ଥଳ ପାଲଟୁଛି। ସରକାରଙ୍କ ପକ୍ଷରୁ ସହାୟତା କହିଲେ ମାସକୁ ୭୦୦ ଟଙ୍କା ଓ ୫ କିଲୋ ଚାଉଳ ମିଳୁଛି। କେହି ସାହାଯ୍ୟ ସହଯୋଗ କଲେ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇପାରନ୍ତି ବୋଲି ବିଶ୍ୱନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri