ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘର୍ଷ ସମିତି

ବଲାଙ୍ଗୀର ଅଫିସ,୨୮ା୯: ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାମ ତ୍ୱରାନ୍ବିତ ହୋଇପାରୁନାହିଁ। ବର୍ଷ ବର୍ଷ ହେଲା ଏହି ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା କରାଯାଉଥିଲେ ମଧ୍ୟ ପ୍ରକଳ୍ପ କାମ ଆଗଉ ନାହିଁ। ବିଭିନ୍ନ ବାହାନାବାଜି କରାଯାଇ ରେଳପ୍ରକଳ୍ପ କାମକୁ ଘୋର ଅବହେଳା କରାଯାଉଛି। ଏହି ପ୍ରକଳ୍ପ ତ୍ୱରାନ୍ବିତ କରିବା ଦିଗରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦିଅନ୍ତୁ ବୋଲି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ମଙ୍ଗଳବାର ସ୍ଥାନୀୟ ସର୍କିଟ ହାଉସଠାରେ ଦାବିପତ୍ର ଦିଆଯାଇଥିଲା। ଦାବିପତ୍ର ଦିଆଯିବା ସମୟରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଜିଲା ପରିଷଦ ସଭାପତି ଦେବକୀ ସାହୁ ଉପସ୍ଥିତ ଥିଲେ।
ସଂଘର୍ଷ ସମିତି ଆବାହକ ଗୋପାଳଜୀ ପାଣିଗ୍ରାହୀ ଓ ସଂଯୋଜକ ଭବାନୀ ଶଙ୍କର ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମନ୍ତ୍ରୀ ଅମାତଙ୍କୁ ଭେଟି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ବିଭିନ୍ନ ସମସ୍ୟା କିଭଳି ଦୂର ହୋଇ କାମ ତ୍ୱରାନ୍ବିତ ହେବ ସେ ଉପରେ ଆଲୋଚନା କରିଥିଲେ। ପ୍ରତିନିଧିମାନେ କହିଥିଲେ ଯେ, ଯେତିକି ଅନୁଦାନ ଆସୁଛି ତାହା ଖର୍ଚ୍ଚ ହୋଇପାରୁନାହିଁ। ଜଙ୍ଗଲ ଜମି ଅନୁମତିି ନ ମିଳିବାର ନଁାରେ ପ୍ରକଳ୍ପ କାମ ବନ୍ଦ ପଡିଛି। ଆନୁସଙ୍ଗିକ କାମ ବି କରାଯାଉନାହିଁ। ଯେତିକି ଜମି ଅଧିଗ୍ରହଣ ସରିଛି ବୋଲି କୁହାଯାଉଛି ସେହି ଜମିରେ ରେଳପଥ ନିର୍ମାଣ ହେଉନାହିଁ। କାମ କରିବା ଦିଗରେ ରେଳବିଭାଗର ଆନ୍ତରିକତା ନାହିଁ ବୋଲି କହିଥିଲେ। ଜମି ଅଧିଗ୍ରହଣ ସମସ୍ୟା ଦୂର କରିବାରେ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କହିଥିଲେ। ତୁରନ୍ତ ରେଳବିଭାଗ ଜେନେରାଲ ମ୍ୟାନେଜରଙ୍କୁ ଡାକି ଏଦିଗରେ ସମୀକ୍ଷା କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଅମାତ ବଲାଙ୍ଗୀର ପଟରୁ ବୌଦ୍ଧ ଜିଲା ଚାରିଛକ ଯାଏ ଜମି ଅଧିଗ୍ରହଣ ସରିଛି ବୋଲି କହିଥିଲେ। ତେବେ କାମ କାହିଁକି ହେଉନାହିଁ ବୋଲି ପ୍ରତିନିଧି ମଣ୍ଡଳୀ ପ୍ରଶ୍ନ କରିଥିଲେ। ଖୁବ୍‌ ଶୀଘ୍ର ରେଳବିଭାଗର ଏକ ଏକ ସମୀକ୍ଷା ବୈଠକ ଡାକିବେ ବୋଲି କହିଥିଲେ। ଜଙ୍ଗଲ ଜମି ଉପରେ ମଧ୍ୟ ଶୀଘ୍ର ଅନୁମତି ମିଳିଯିବ ଓ କାମ ତ୍ୱରାନ୍ବିତ ହେବ ବୋଲି ମନ୍ତ୍ରୀ ଅମାତ କହିଥିଲେ। ସଂଘର୍ଷ ସମିତି ପ୍ରତିନିଧି ମଣ୍ଡଳୀରେ ଅ୍ଯଯମାନଙ୍କ ମଧ୍ୟରେ ଜିଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଭାକର ମିଶ୍ର, ମନୋରଞ୍ଜନ ମିଶ୍ର, ଆକ୍ସନ କମିଟି ସଭାପତି ମୁନା ପଟ୍ଟନାୟକ, ରବି ଖମାରୀ, ପ୍ରମୋଦ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri