ଗାଁରୁ ଲିଭିଲିଭି ଯାଉଛି ଷ୍ଟ୍ରିଟ୍‌ ଲାଇଟ

ପଟ୍ଟାମୁଣ୍ଡାଇ, ୨ା୮(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳରେ ଫେଲ୍‌ ମାରିଛି ସରକାରଙ୍କ ଆଲୋକୀକରଣ ବ୍ୟବସ୍ଥା । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଏଲଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗେଇ ଠିକା ସଂସ୍ଥା ମାଲେମାଲ ହୋଇଥିଲେ। ସେମାନେ ନିମ୍ନମାନର ଏଲଇଡି ଓ ବିଦ୍ୟୁତ୍‌ ସରଞ୍ଜାମ ଲଗାଇବା କାରଣରୁ ଗ୍ରାମବାସୀ ଅନ୍ଧାରରେ ରାହୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ କହିଛନ୍ତି, କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳର ବିଭିନ୍ନ ପଞ୍ଚାୟତରେ ଆଲୋକୀକରଣ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଆଲୋକୀକରଣ ପାଇଁ ୨୦୨୧-୨୦୨୨ ଆର୍ଥତ୍କ ବର୍ଷରେ ବିଭିନ୍ନ ପଞ୍ଚାୟତର ଗଁାଗଣ୍ଡାରେ ରାସ୍ତା କଡରେ ବିଜୁଳିବତୀ ଜଳିଲା। ପଞ୍ଚାୟତ ପାଣ୍ଠି ସିଧା ସଳଖ ପଞ୍ଚାୟତ ଖାତାକୁ ଆସୁଥିବା ବେଳେ ତା’ର ନିଜସ୍ବ ଅର୍ଥରେ ରାସ୍ତା ଘାଟ, ପାନୀୟ ଜଳ, ବିଦ୍ୟୁତ ଖୁଣ୍ଟରେ ଲାଇଟ ଲଗାଇବା ଭଳି କାର୍ଯ୍ୟକ୍ରମ ହାତକୁ ନେଇ କାର୍ଯ୍ୟ କଲା। କେଉଁ କେଉଁ ପଞ୍ଚାୟତରେ ସୋଲାର ଏଲଇଡି ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟ ଲଗାଗଲା। ଗୋଟିଏ ଗୋଟିଏ ଗ୍ରାମରେ ୧୦ରୁ୧୨ଟି ଖୁଣ୍ଟରେ ଏଲଇଡି ଲାଇଟ ଲାଗିଥିବା ବେଳେ କେଉଁଠି ଗୋଟିଏ ଦୁଇଟି ଜଳୁଛି ଅନ୍ୟ ସବୁ ବନ୍ଦ ହୋଇଯାଇଛି। ଏପରି କି ଅନେକ ଖୁଣ୍ଟରୁ ଏଲଇଡି ଲାଇଟ୍‌ ଖୋଲା ହୋଇ ଯାଇଥିବା ଦେଖାଯାଇଛି ବୋଲି ସେ କହିଥିଲେ। ସେହିପରି ସମାଜିକ କର୍ମୀ ପ୍ରତାପ ପାଢୀ କହିଛନ୍ତି, ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତ ଗ୍ରାମ୍ୟ ସ୍ତରରେ ଗୋଟିଏ ଗ୍ରାମସଭା ରହିଛି। ପଞ୍ଚାୟତଗୁଡିକର ଗଠନ ଗ୍ରାମସଭାକୁ ବର୍ତ୍ତମାନ ଗୋଟିଏ ଆଇନଗତ ସଂସ୍ଥାର ମାନ୍ୟତା ଦିଆଯାଇଛି। ମାତ୍ର ବିଭିନ୍ନ ପଞ୍ଚାୟତରେ ଗ୍ରାମସଭା କରା ନ ଯାଇ ବର୍ଷ ବର୍ଷ ଧରି ବିଭିନ୍ନ ଉନ୍ନୟନମୂଳକ ଢଳେଇ କାର୍ଯ୍ୟର କାର୍ଯ୍ୟାଦେଶକୁ ବାତିଲ କରାଯାଇ ଆଲୋକୀକରଣ କରାଗଲା। ଗଁାରେ ଥିବେ ବିଦ୍ୟୁତ୍‌ ବିଭାଗ ଖୁଣ୍ଟରେ ଏହି ଏଲିଡ ଲାଇଟ ଲଗାଗଲା। ଯାହାକି ଗୋଟିଏ ଗୋଟିଏ ଏଲଇଡି ଲାଇଟ ୧୨ ଶହରୁ ୨ ହଜାର ଟଙ୍କା ହୋଇଥିବା ବେଳେ ଏଥିପାଇଁ ପ୍ରାୟ ୧୦ରୁ ୧୫ ହଜାର ଟଙ୍କା ଭଳି ବିଲ୍‌ କରାଗଲା। ସରକାରୀ ଖୁଣ୍ଟରେ ସରକାରୀ ବଲ ଲଗାଇ ଖୁଣ୍ଟର ବିଲ୍‌ କରିବାକୁ ପଛାଇଲେ ନାହିଁ। ଏଥିଯୋଗୁ ବିପୁଳ ପରିମାଣର ମୁନାଫା ମଧ୍ୟ ସେମାନଙ୍କୁ ମିଳିଥିଲା। ଏପରି କି ପଞ୍ଚାୟତଗୁଡିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ହୋଇ ପଡି ରହିଥିବା ଅର୍ଥକୁ ଫେରାଇ ନେଇ ଏହି ଲାଇଟ୍‌ ଲଗା ଯାଇଥିଲା। ତେବେ ଧୀରେଧୀରେ ଗ୍ରାମାଞ୍ଚଳର ବିଜୁଳି ଖୁଣ୍ଟରୁ ବିଜୁଳିବତୀ ଲିଭି ଯାଇଛି। କେଉଁଠି ଗୋଟିଏ ଅଧେ ଜଳୁଛି ତ ଆଉ କେଉଁଠାରେ ମାସମାସ ଧରି ବନ୍ଦ ହୋଇ ପଡି ରହିଛି। ତେବେ ଆଲୋକୀକରଣ ବ୍ୟବସ୍ଥା ପଟ୍ଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳରେ ଏବେ ବିପର୍ଯ୍ୟସ୍ତ ହୋଇପଡିଛି। ଏ ସମ୍ପର୍କରେ ବିଡିଓ ଭରତ ଚନ୍ଦ୍ର ପରିଡାଙ୍କୁ ପଚାରିବାରେ ଗ୍ରାମାଞ୍ଚଳ ଆଲୋକୀକରଣ ଦାୟିତ୍ୱ ସରପଞ୍ଚମାନଙ୍କର। ଏପରି ଅଭିଯୋଗ ଆସି ନ ଥିଲା। ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri