କଟାମୁଣ୍ଡର କାହାଣୀ…

ଭୁବନେଶ୍ୱର,୧୨।୨ (ବ୍ୟୁରୋ): ଫେବୃୟାରୀ ୩ରୁ ୧୧। କମିଶନରେଟ ପୋଲିସ୍‌ ପାଇଁ ଥିଲା ସବୁଠୁ ବଡ଼ ଚ୍ୟାଲେଞ୍ଜ। ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତା ପାର୍ଶ୍ୱରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା ପୋଲିସ ଆଖିରୁ ନିଦ ହଜାଇ ଦେଇଥିଲା। ମୁଣ୍ଡ ନ ଥିବାରୁ ପରିଚୟ ମିଳିବା ଓ ଅଭିଯୁକ୍ତଙ୍କୁ ଗିରଫ କରିବା ପୋଲିସ ପାଇଁ କଷ୍ଟକର ବ୍ୟାପାର ଥିଲା। ପୋଷ୍ଟର ମାରିବା ସହ ମୃତା ମହିଳାଙ୍କ ସମ୍ପର୍କରେ ସୂଚନା ପାଇବାକୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରି ତଦନ୍ତକୁ ଜୋର୍‌ଦାର କରିଥିଲା। ଏଥିସହ ଆସୁଥିବା କଲ୍‌ ଆଧାରରେ ପୋଲିସ ଟିମ୍‌ ବିଭିନ୍ନ ଜିଲା ଓ ରାଜ୍ୟ ବାହାରକୁ ଯାଇ ପରିଚୟ ଖୋଜି ଚାଲିଥିଲା। କଟାମୁଣ୍ଡକୁ ନେଇ ୯ଦିନର ତଦନ୍ତ ପରେ ପୋଲିସ ପୂରା କାହାଣୀକୁ ଗୋଟିଗୋଟି କରି ବଖାଣିଛି। ମହିଳାଙ୍କ ପରିଚୟ ପାଇବା ସହ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ମୃତା ମହିଳା ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧୀରକୁଟି ବସ୍ତିର ପୁଷ୍ପଲତା ରାଉଳ (୨୮)। ଦୁଇ ଅଭିଯୁକ୍ତ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଫୁଲେଶ୍ୱରୀ ବସ୍ତିରେ ରହୁଥିବା ଗଞ୍ଜାମ ଜିଲା ହୁମା ଅଞ୍ଚଳର ସଞ୍ଜୟ ଓରଫ ଅଙ୍ଗଦ ଦାସ ଓ ସାଙ୍ଗ ଚନ୍ଦୁ ଓରଫ ଶ୍ରୀକାନ୍ତ ଦାସ।

ପୁଷ୍ପଲତାଙ୍କ ପ୍ରତାରଣା, ସଞ୍ଜୟଙ୍କ ପ୍ରତିଶୋଧ
ପୁଷ୍ପଲତାଙ୍କ ସ୍ବାମୀ ମରିଗଲା ପରେ ସେ ସଞ୍ଜୟଙ୍କ ପ୍ରେମରେ ପଡିଯାଇଥିଲେ। ବର୍ଷ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା। ପୁଷ୍ପଲତା ବିବାହିତା ଜାଣିବି ସଞ୍ଜୟ ତାଙ୍କୁ ନିଜର କରିଥିଲେ। ପରେ ପୁଷ୍ପଲତା ଅନ୍ୟତ୍ର ବିବାହ କରିବାରୁ ତାହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ସଞ୍ଜୟ। ଏହାକୁ ନେଇ ଉଭୟଙ୍କ ସମ୍ପର୍କରେ ନିଆଁ ଲାଗିଯାଇଥିଲା। ପୁଷ୍ପଲତାଙ୍କୁ ରାସ୍ତାରୁ ହଟାଇବାକୁ ଶେଷପନ୍ଥା ବାଛିନେଇଥିଲେ ସଞ୍ଜୟ। ସେ ପୁଣି ତାଙ୍କ ପାଖକୁ ଫେରିବା ଆସିବା ପରେ ହତ୍ୟା ପାଇଁ ସୁଯୋଗ ମିଳିଥିଲା। ୩ ତାରିଖ ସନ୍ଧ୍ୟାରେ ପୁଷ୍ପଲତାଙ୍କ ବେକକୁ ତାଙ୍କ ଚୁନୁରିରେ ଚିପି ହତ୍ୟା କରିଥିଲେ। ପରେ ସହଯୋଗୀ ଚନ୍ଦୁଙ୍କୁ ଡାକି ପୁଷ୍ପଲତାଙ୍କ ମୃତଦେହକୁ ବୋଲେରୋରେ ଅନ୍ଧାରୁଆ-ଦାସପୁର ରାସ୍ତାରେ ଫିଙ୍ଗି ମୁଣ୍ଡକୁ କାଟି ଭରତପୁର ନିକଟ ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇ ପ୍ରତାରଣାର ନିଆଁକୁ ଶାନ୍ତ କରିଥିଲେ ସଞ୍ଜୟ।
କେମିତି ମିଳିଲା ସୁରାକ
୪ ତାରିଖ ସକାଳେ ଦାସପୁର ଅଞ୍ଚଳରେ ଏକ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ସହରରେ ଚାଞ୍ଚଲ୍ୟ ଖେଳାଇଥିଲା। କମିଶନରେଟ୍‌ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ମୁଣ୍ଡ ନ ଥିବାରୁ ଅଡୁଆରେ ପଡିଥିଲା। ପରିଚୟ ପାଇବା ପାଇଁ ପୋଲିସ ଶତ ଚେଷ୍ଟା ପରେ ମଧ୍ୟ ମୁଣ୍ଡ କିମ୍ବା ହତ୍ୟାକାରୀଙ୍କ ସୁରାକ ମିଳି ନ ଥିଲା। ସମସ୍ତ ବୈଷୟିକ ଜ୍ଞାନକୌଶଳ ଫେଲ୍‌ ମାରିଥିଲା। ପ୍ରତିଦିନ ବହୁ ଲୋକ ମହିଳାଙ୍କୁ ଚିହ୍ନଟ କରିବାକୁ ଆସିଥିଲେ ମଧ୍ୟ କାହାର ସୂଚନା ମେଳ ଖାଇ ନ ଥିଲା। ଶେଷରେ ଗତ ୯ ତାରିଖ ଅପରାହ୍ନରେ ପୋଲିସ ନିକଟକୁ ଏକ କଲ୍‌ ଆସିଲା। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ମିନତି ପାତ୍ର ନାମ୍ନୀ ଜଣେ ମହିଳା କଲ୍‌ କରି ମୃତ ମହିଳା ଜଣକ ତାଙ୍କ ଝିଅ ଓ ଲଗାଯାଇଥିବା ପୋଷ୍ଟରରୁ ସେ ଚିହ୍ନିପାରୁଥିବା କହିଥିଲେ। ଏହାପରେ ପୋଲିସ ତାଙ୍କୁ ଆଣି ଜବତ ପୋଷାକ ଓ ମୃତଦେହ ଦେଖାଇଥିଲେ। ମିନତି ଝିଅକୁ ଚିହ୍ନଟ କରିବା ପରେ ପୋଲିସ ତାଙ୍କ ନିକଟରୁ ସମସ୍ତ କଥା ପଚାରି ବୁଝିଥିଲେ। ପରିଚୟ ମିଳିବା ପରେ ପୋଲିସ ପାଇଁ ମାମଲା ସହଜ ହୋଇଯାଇଥିଲା। ତାଙ୍କ ଝିଅଙ୍କ ସହ ସଞ୍ଜୟର ସମ୍ପର୍କ ଥିବା ଓ ସେ ସଞ୍ଜୟ ପାଖରେ ରହୁଥିଲା ବୋଲି ମିନତି ପୋଲିସ ନିକଟରେ କହିଥିଲେ। ମୃତଦେହ ମିଳିବାର ପୂର୍ବଦିନ ଅର୍ଥାତ୍‌ ୩ ତାରିଖରେ ଝିଅ ସହ କଥା ହୋଇଥିଲେ ମିନତି। ତା’ପରଠାରୁ ଝିଅ ସହ ଯୋଗାଯୋଗ ହୋଇପାରି ନ ଥିଲା। ଭରତପୁର ଅଞ୍ଚଳରେ ରହୁଥିବା ଘର ଓ ଫୁଲେଶ୍ୱର ବସ୍ତିରେ ରହୁଥିବା ଘରକୁ ଯାଇଥିଲେ ମଧ୍ୟ ତାଲା ପଡିଥିଲା। ଏକଥା ଶୁଣିବା ପରେ ପୋଲିସର ସବୁ ସନ୍ଦେହ ସଞ୍ଜୟଙ୍କ ଉପରେ ରହିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡୁଥିବାରୁ ପୋଲିସ ସଞ୍ଜୟଙ୍କ ସାଙ୍ଗ ସାଥୀଙ୍କ ବିଷୟରେ ମଧ୍ୟ ଖବରନେଇଥିଲା। ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା ପରେ ସଞ୍ଜୟଙ୍କ ସାଙ୍ଗ ଚନ୍ଦୁଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଥିଲା ପୋଲିସ। ତେବେ ଚନ୍ଦୁ ମଧ୍ୟ କେଉଁ ଆଡେ ପଳାଇଥିବାରୁ ପୋଲିସର ସନ୍ଦେହ ଆହୁରି ଦୃଢ ହୋଇଥିଲା। ନୟାଗଡ ଦଶପଲ୍ଲା ଅଞ୍ଚଳରେ ଉଭୟ ଅନ୍ୟଜଣେ ସାଙ୍ଗଙ୍କ ଘରେ ଥିବା ସୂଚନା ପାଇବା ପରେ କମିଶନରେଟ୍‌ ପୋଲିସର ଏକ ଟିମ୍‌ ସେଠାରେ ଚଢ଼ାଉ କରି ସେମାନଙ୍କୁ ଉଠାଇ ଆଣିଥିଲା।
ଫୋନ କଲ୍‌ ଟ୍ରାକିଂରୁ ଧରିଲା ପୋଲିସ
ପୋଲିସ ମହିଳାଙ୍କ ପରିଚୟ ପାଇବା ପରେ ପୂର୍ବରୁ ଅଡୁଆ ସୂତା ଭଳି ଲାଗୁଥିବା ହତ୍ୟା ଘଟଣା ସହଜ ହୋଇଯାଇଥିଲା। ସଞ୍ଜୟ ମହିଳାଙ୍କୁ ହତ୍ୟାପରେ ତାଙ୍କ ଫୋନ୍‌ ସାଙ୍ଗରେ ନେଇଯାଇଥିଲେ। ମହିଳାଙ୍କ ପରିଚୟ ପାଇବା ପରେ ପୋଲିସ ମହିଳାଙ୍କ ମା’ଙ୍କ ନିକଟରୁ ତାଙ୍କ ଫୋନ ନମ୍ବର ପାଇଥିଲା। ଏଥିସହିତ ପୋଲିସ ଅଭିଯୁକ୍ତଙ୍କ ଫୋନ୍‌ ନମ୍ବର ମଧ୍ୟ ପାଇଥିଲା। ପରେ ପୋଲିସ ଉଭୟ ଫୋନ୍‌କୁ ଟ୍ରାକିଂ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ଥିଲା।
ନୟାଗଡ଼ରେ ଗାଡ଼ି ଭଡ଼ା ଲଗାଇଥିଲେ
ମହିଳାଙ୍କୁ ହତ୍ୟା କରି ମୁଣ୍ଡ ଫିଙ୍ଗିବା ପରେ ପୋଲିସ ନଜରରୁ ଖସିବା ପାଇଁ ସାଙ୍ଗଘର ନୟାଗଡ ଦଶପଲ୍ଲାକୁ ପଳାଇଥିଲେ। କାମଧନ୍ଦା ପାଇଁ ଆସିଥିବା କହି ତାଙ୍କ ସାଙ୍ଗଙ୍କ ଘରେ ରହିଥିଲେ ସଞ୍ଜୟ ଓ ସହଯୋଗୀ ଚନ୍ଦୁ। ହତ୍ୟା କରିଥିଲେ ମଧ୍ୟ ସେମାନଙ୍କ ମୁହଁରୁ ସେପରି କିଛି ବାରିପାରି ନ ଥିଲେ ତାଙ୍କ ସାଙ୍ଗ ଓ ଅନ୍ୟମାନେ। ସ୍ବାଭାବିକ ଭାବେ କାମ ଖୋଜାଖୋଜି ପାଇଁ ବାହାରି ଯାଉଥିଲେ। ହେଲେ ସେମାନେ ଆରାମରେ ବାହାରେ ବୁଲିବା ସହ ନୟାଗଡରେ ସଞ୍ଜୟ ନେଇଥିବା ନିଜ ମାଲବାହୀ ବୋଲେରୋ ଭଡାରେ ଲଗାଇ ରୋଜଗାର କରୁଥିଲେ ବୋଲି ସୂଚନା ମିଳିଛି।

ଟାଟୁରୁ ଝିଅକୁ ଚିହ୍ନିଲେ ମା’
ମୁଣ୍ଡ ନ ଥିବା ମୃତଦେହର ପରିଚୟ ପାଇବା ପାଇଁ ପୋଲିସ ସବୁ ଉଦ୍ୟମ ଚଳାଇଥିଲେ ମଧ୍ୟ ସେପରି ସଫଳତା ମିଳିପାରି ନ ଥିଲା। କେବଳ ଜବତ ହୋଇଥିବା ମହିଳାଙ୍କ ପୋଷାକ ଓ ତାଙ୍କ ହାତରେ ଥିବା ଟାଟୁ ସୁରାକ ଦେବ ବୋଲି ଆଶା କରାଯାଉଥିଲା। ମହିଳଙ୍କ ଡାହାଣ ହାତ କହୁଣି ପାଖରେ ତ୍ରିଶୂଳ ଭଳି ଫୁଲ ଆକୃତିର ଦିଶୁଥିବା ଏକ ଟାଟୁ ରହିଥିଲା। ତାହାକୁ ପୋଲିସ ପୋଷ୍ଟରରେ ଉଲ୍ଲେଖ କରିବା ସହ ଚିତ୍ର ବି ରଖି ଅଭିଯୋଗକୁ ଅପେକ୍ଷା କରିଥିଲା। ଶେଷରେ ଏହି ଟାଟୁ ହିଁ ମହିଳାଙ୍କ ପରିଚୟ ଖୋଜିଦେବା ସହ ପୂରା ଘଟଣାର ପର୍ଦ୍ଦାଫାଶ କରିବାରେ ସହାୟକ ହୋଇଛି। ଏହି ଟାଟୁକୁ ଦେଖି ମା’ ତାଙ୍କୁ ଚିହ୍ନି ପାରିଥିଲେ। ଝିଅ ଯେତେବେଳେ ୧୨ ବର୍ଷର ହୋଇଥିଲା, ଏକ ମେଳାରେ ତା’ର ହାତରେ ଟାଟୁ କରାଇଥିଲେ ବୋଲି ମା’ ମିନତି ପୋଲିସ ନିକଟରେ କହିଛନ୍ତି।

ସନ୍ଧାନୀ କୁକୁର ତଦନ୍ତକୁ ନେଇ ସନ୍ଦେହ

ତଦନ୍ତରେ ସନ୍ଧାନୀ କୁକୁର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଦାସପୁର ରାସ୍ତା ପାର୍ଶ୍ୱରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡିଥିବାବେଳେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ କରିଥିଲା। ଘଟଣାସ୍ଥଳରୁ ମିଳିଥିବା ଛୁରି, ଗ୍ଲୋଭସ୍‌ କୁକୁରକୁ ଶୁଙ୍ଘାଯାଇଥିଲା। ଏହାପରେ କୁକୁର ସିଧା ନିକଟରେ ଥିବା ଓଡ଼ିଶା ବାୟୋଟେକ୍‌ ପାର୍କ ଭିତରକୁ ଯାଇ ପାଣି ଟ୍ୟାପ୍‌ ନିକଟରେ ଘୂରିବୁଲିଥିଲା। ହତ୍ୟାକାରୀମାନେ ହତ୍ୟା କରିବା ପରେ ସେଠାରେ ହାତ ଧୋଇଥିବା ପୋଲିସ ସନ୍ଦେହ କରିଥିଲା। ବାୟୋଟେକ୍‌ ପାର୍କରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ୩ଦିନ ଧରି ସେଠାରେ ତଦନ୍ତ କରିଥିଲେ। ଫଳରେ ଏହି ଘଟଣା ସହ ବାୟୋଟେକ୍‌ ପାର୍କର ଲିଙ୍କ୍‌ ଥିବା ସନ୍ଦେହ ଦୃଢ଼ ହେଉଥିଲା। କିନ୍ତୁ ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ବାୟୋଟେକ୍‌ ପାର୍କକୁ ଯାଇ ନ ଥିବା ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାସ ସମୟରେ କହିଛି। ତେଣୁ ଓଡ଼ିଶା ପୋଲିସରେ ଥିବା ସନ୍ଧାନୀ କୁକୁରର କାର୍ଯ୍ୟଧାରାକୁ ନେଇ ସନ୍ଦେହ ଉପୁଜିଛି। କୁକୁରଙ୍କୁ ରକ୍ଷଣାବେକ୍ଷଣ ଓ ତାଲିମ ଠିକ୍‌ ଭାବରେ ଦିଆଯାଉ ନ ଥିବା ନେଇ ହେଉଥିବା ଅଭିଯୋଗ ସତ ବୋଲି ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri