ଆସୁଛି ବାତ୍ୟା: କୂଳମୁହାଁ ଟ୍ରଲର, ସତର୍କ କଲା ପ୍ରଶାସନ

ଭୋଗରାଇ, ୨୬।୯ (ଡି.ଏନ.ଏ.)-ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବା ପରେ ଗାଙ୍ଗେୟ ସମତଳ ଅଞ୍ଚଳରେ ଶନିବାର ମଧ୍ୟାହ୍ନରୁ ପାଗର ଅବନତି ହୋଇଛି। ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇଛି। ଏହି ଲଘୁଚାପ କ୍ରମଶଃ ବାତ୍ୟାରେ ପରିଣତ ହେଉଥିବା କେତେକ ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି। ସୁବର୍ଣ୍ଣରେଖା ଓ ଜଳକା ନଦୀରେ ଘନ ଘନ ବନ୍ୟା ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଦୁର୍ବିଷହ କରିଥିଲା ବେଳେ ପୁଣି ଏକ ଲଘୁଚାପଜନିତ ଝଡ଼ବର୍ଷା ଉତ୍ତର ବାଲେଶ୍ୱରବାସୀଙ୍କୁ ଚିନ୍ତାରେ ପକାଇଛି।
ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟା ଜଳ ହ୍ରାସ ପାଉଥିବା ବେଳେ ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଦୟନୀୟ ହୋଇପଡିଛି। ଏବେବି ବହୁ ବିପନ୍ନ ପାଣିଘେରରେ ପିଲାଛୁଆ ଧରି ଭାଗ୍ୟକୁ ଆଦରି କଚ୍ଚାମାଟି ଘରେ ବିପଦପୂର୍ଣ୍ଣ ଅବସ୍ଥାରେ ଜୀବନ ବିତାଉଛନ୍ତି। ଚୁଲିରେ ପାଣି ଜମି ରହିଥିବାରୁ ପେଟକୁ ଦାନା ଯୋଗାଡ଼ କରିବା ସମ୍ଭବ ହୋଇପାରୁନାହିଁ। ଧୋୟା ଅଞ୍ଚଳରେ ବେକାର ଯୁବତୀଯୁବକ କାମଧନ୍ଦା ନ ପାଇ ଘରେ ବସିଛନ୍ତି। ଏଭଳି ସ୍ଥିତିରେ ଶନିବାରଠାରୁ ପାଗର ଅବନତି ଘଟି ବର୍ଷା ଆରମ୍ଭ ହୋଇଛି। ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଲଘୁଚାପ ଘନୀଭୂତ ହୋଇ ପ୍ରବଳ ବର୍ଷିବା ସହିତ ବତାଶର ବେଗ ୪୦ରୁ ୬୦କି.ମି. ପର୍ଯ୍ୟନ୍ତ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଟ୍ରଲର ଓ ଡ଼ଙ୍ଗାଗୁଡ଼ିକୁ ୨୫ତାରିଖ ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ ପ୍ରଶାସନ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଉତ୍ତାଳ ହେବାରୁ ଦୀର୍ଘ ଉଦୟପୁର ତାଳସାରୀ ଡଗରା ଆଦି ବେଳାଭୂମିରେ ପର୍ଯ୍ୟଟକଙ୍କୁ ସମୁଦ୍ର ମନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri