ତାତି ବଢ଼ାଉଛି ପଥର ଚଟାଣ, ଫୁଙ୍ଗୁଳା ପାହାଡ଼

କେନ୍ଦୁଝର,୩୧ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ)ଏକଦା ଶୀତଳ ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ କେନ୍ଦୁଝର ଏବେ କିଛି ବର୍ଷ ହେଲା ଉତ୍ତପ୍ତ ଜିଲାରେ ପରିଣତ ହୋଇଛି। ଶନିବାର ଜିଲାରେ ସର୍ବାଧିକ ତାପମାତ୍ରା ୩୭.୭ ଡିଗ୍ରୀ ଥିବା ବେଳେ ଶୁକ୍ରବାର ୩୭.୪ ଡିଗ୍ରୀ ରେକର୍ଡ ହୋଇଥିଲା। ଏଭଳି ଜାରି ରହିଲେ ତାପମାତ୍ରା ୪୦ ଡିଗ୍ରୀ ଟପିଯିବ ବୋଲି ମତପ୍ରକାଶ ପାଉଛି। ବ୍ୟାପକ ଜଙ୍ଗଲ କ୍ଷୟ, ଖଣିଖନନ ପାଇଁ ପରିବେଶ ନଷ୍ଟ ହୋଇଯାଇଥିବାରୁ ପାହାଡ଼, ହୁଡ଼ି ଗୁଡ଼ିକ ବୃକ୍ଷଶୂନ୍ୟ ହୋଇ ଫୁଙ୍ଗୁଳା ହୋଇ ପଡିଛି। ଏଭଳି ବହୁ ପଥର ଚଟାଣ ଓ ଫୁଙ୍ଗୁଳା(ନଣ୍ଡା) ପାହାଡ଼ ଜିଲା ସାରା ପରିବ୍ୟାପ୍ତ ହୋଇଗଲାଣି। ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଯୋଗୁ ଏହି ପଥର ଚଟାଣ, ଫୁଙ୍ଗୁଳା ପାହାଡ଼ ଉତ୍ତପ୍ତ ହୋଇ ପରିବେଶକୁ ଉତାପ ବିକିରଣ କରି ତତଲା କରିଦେଉଛି।
ପକ୍ଷରେ ବୃଦ୍ଧିପାଉଥିବା କଂକ୍ରିଟ ରାସ୍ତାଘାଟ, କୋଠାବାଡି, ବନ୍ଧକେନାଲ ଅନ୍ୟପକ୍ଷରେ ଖଣିଖନନ, ଶିଳ୍ପାୟନ, ଜଙ୍ଗଲ ନଷ୍ଟ, ବହୁ ପରିମାଣରେ ଭାରୀଯାନ ଚଳାଚଳ ଆଦି ଜିଲାର ତାପମାତ୍ରା ବୃଦ୍ଧିର କାରଣ ହୋଇଛି। ଗତ ୨୦ ବର୍ଷ ମଧ୍ୟରେ ଜିଲାର ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଦିନିଆ ବର୍ଷା ଓ ତାପାମାତ୍ରାରେ ଅସ୍ବାଭାବିକ ବୃଦ୍ଧି ସମସ୍ତଙ୍କୁ ନୟାନ୍ତ କରିଦେଉଛି। ଜିଲାରେ ବଡ଼ ପ୍ରସ୍ତର ଖଣ୍ଡ, ପାହାଡ଼ ଉନ୍ମୁକ୍ତ ପଡ଼ି ରହିଥିଲେ ହେଁ ବନୀକରଣ କରାଯାଇପାରୁନାହିଁ। ଗ୍ରୀଷ୍ମ ଋତୁରେ ଜଙ୍ଗଲ ଓ ସବୁଜ ବଳୟ ଅଭାବରୁ ପ୍ରସ୍ତର ଗୁଡ଼ିକ ଉପରେ ସିଧାସଳଖ ସୂର୍ଯ୍ୟାଲୋକ ପଡୁଛି। ପ୍ରସ୍ତର ଗୁଡ଼ିକ ଉତ୍ତପ୍ତ ହୋଇ ଏହାର ପ୍ରତିଫଳନରେ ସମଗ୍ର ଅଞ୍ଚଳ ଉତ୍ତପ୍ତ ହୋଇପଡୁଛି। ଜିଲାର ସଦର, ଘଟଗାଁ, ପାଟଣା, ସାହାରପଡ଼ା, ଚମ୍ପୁଆ, ଝୁମ୍ପୁରା ଆଦି ଅଞ୍ଚଳରେ ବଡ଼ ପଥର ଖଣ୍ଡ, ପ୍ରସ୍ତର ଚଟାଣ, ଲଣ୍ଡା ପଥର ପାହାଡ଼ ଆଦି ପରିବେଶର ଉତ୍ତାପକୁ ବୃଦ୍ଧି କରୁଛି। ଏପରିକି ଗୋଟିଏ ଗୋଟିଏ ପ୍ରସ୍ତର ଖଣ୍ଡ ବା ଚଟାଣ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଜିଲାର ଧାନବେଣୀ, ଝାଡ଼ବେଲଦା, ଢେଙ୍କିକୋଟ, ସିତାବିଞ୍ଜ, ଟାଙ୍ଗର ବନ୍ତଳା, ପଣ୍ଡାପଡ଼ା ଆଦି ଅଞ୍ଚଳରେ ବୃହତାକାୟ ପ୍ରସ୍ତର ପାହାଡ଼ ରହିଛି। ଉକ୍ତ ଅଞ୍ଚଳରେ ବନୀକରଣ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ ନ କଲେ କିଛି ବର୍ଷ ପରେ ଜିଲାର ତାପମାତ୍ରା ବୃଦ୍ଧିପାଇ ସାଂଘାତିକ କରିଦେବ ବୋଲି ପରିବେଶବିତ ଡ. ବିମ୍ବାଧର ବେହେରା ମତବ୍ୟକ୍ତ କରିଛନ୍ତି। ଜିଲାକୁ ଶୀତଳ ବା ଜିଲାର ଜଳବାୟୁକୁ ନିୟନ୍ତ୍ରଣ କରି ଆସୁଥିବା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅଞ୍ଚଳ ଖଣି ଯୋଗୁ ନଷ୍ଟ ହୋଇଗଲାଣି। ଜିଲାର ଗନ୍ଧମାର୍ଦ୍ଦନ, ମହାପର୍ବତ, ଖଣ୍ଡାଧାର, ଠାକୁରାଣୀ, ସିଦ୍ଧମଠ, କାଞ୍ଜିପାଣି, ରେବଣା, ହଦଗଡ଼, ଅଟେଇ ସମେତ ବହୁ ସଂଖ୍ୟାର ବୃହତ ଜଙ୍ଗଲ ନଷ୍ଟ ହେବାକୁ ଲାଗିଛି। ଫଳରେ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri