ସହାନୁଭୂତିରେ ପୂରୁଛି ପେଟ

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅଧୀନ କଣ୍ଡରାପଶି ଗ୍ରାମରେ ରହୁଛନ୍ତି ଦିବ୍ୟାଙ୍ଗ ସରସ୍ବତୀ ମୁଣ୍ଡା। ପିଲା ଦିନରୁ ସେ ପୋଲିଓରେ ଆକ୍ରାନ୍ତ । କାମ ଧନ୍ଦା କରିବାକୁ ଅକ୍ଷମ। ବାଡ଼ି ଧରି ବହୁ କଷ୍ଟରେ ଚଲାବୁଲା କରନ୍ତି। ୪ ବର୍ଷ ତଳେ ସେହି ଗ୍ରାମର ମୁନା ମୁଣ୍ଡାଙ୍କୁ ବିବାହ କରିଥିଲେ। ମୂଲ ମଜୁରୀରେ ସେମାନଙ୍କ ସଂସାର ଚଳୁଥିଲା। ପରେ ତାଙ୍କ ଅଭାବୀ ସଂସାରରେ ପାଦ ଦେଇଥିଲା ଏକ ଶିଶୁ କନ୍ୟା। ସରସ୍ବତୀ ମା’ ହେବାର ୫ ମାସ ପରେ ମୁନା ରୋଗରେ ପଡ଼ିଲେ। ଅର୍ଥାଭାବରୁ ତାଙ୍କ ଚିକିତ୍ସା ହୋଇପାରିଲା ନାହିଁ । ଶେଷରେ ସେ ଆଖି ବୁଜିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ୫ ମାସର ଶିଶୁକନ୍ୟାକୁ ଧରି ପୁଣି ଥରେ ଅସହାୟ ହୋଇ ପଡ଼ିଲେ ସରସ୍ବତୀ । ଘାରିଥିଲା ତାଙ୍କୁ ପେଟ ପୋଷିବା ଚିନ୍ତା। ଅନ୍ୟର ସହାୟତା ଓ ସହାନୁଭୂତି ପାଇବାକୁ ଝିଅକୁୁ ସାଙ୍ଗରେ ଧରି ସେ ବାର ଦୁଆର ବୁଲି ଚାଲିଛନ୍ତି।
ଘର ଭାଙ୍ଗିଯାଇଥିବାରୁ ବେସାହାରା ହୋଇ ସରସ୍ବତୀ ଏବେ ତାଙ୍କ ଭଉଣୀ ଘରେ ଆଶ୍ରୟ ନେଇଛନ୍ତି। ଘର ଖଣ୍ଡେ ପାଇଁ ବ୍ଲକ କାର୍ଯ୍ୟାଳୟ, ଜିଲାପାଳଙ୍କ ଅଫିସ ଧାଇଁ ଧାଇଁ ନୟାନ୍ତ ହେଲେଣି। ୪ ଡିସିମିଲ ଘର ଡିହ ମିଳିବ ବୋଲି କୁହାଯାଇଥିଲେ ହେଁ ତାହା ତାଙ୍କୁ ମିଳି ନ ଥିବା ସରସ୍ବତୀ କହିଛନ୍ତି। ବିଧବା ଭତ୍ତା ମଧ୍ୟ ମିଳିନାହିଁ। ମହିଳା ଓ କନ୍ୟା ସନ୍ତାନଙ୍କ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ସରସ୍ବତୀଙ୍କ ପାଇଁ ସେସବୁ ପ୍ରହସନ ପାଲଟିଛି। ଦିବ୍ୟାଙ୍ଗ ଭତ୍ତା ଟଙ୍କାରେ ଚଳିବା କଷ୍ଟକର ହୋଇଥିବା ବେଳେ ଏଥିପାଇଁ ମାଗି ଯାଚି ଚଳୁଛନ୍ତି ବୋଲି ସେ କୁହନ୍ତି। ନା ମିଳିଲା ଆଶା ବାଡି ନା ମିଳିଲା ଟ୍ରାଇସାଇକେଲ। ଯେଉଁ ବୟସରେ କୁନି ଝିଅ ଖେଳି ବୁଲି ଖୁସି ମନାଇବା କଥା ସେହି ବୟସରେ ମା’ ସହ କୁନି କୁନି ପାଦରେ ପେଟପାଟଣା ପାଇଁ ଘୁରି ବୁଲୁଛି। କେନ୍ଦୁଝର ଜିଲାପାଳ ଏଥିପ୍ରତି ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri