Categories: ଫୁରସତ

ଚୋରି ଜିନିଷ ହେଲା ଭାରି, ପୋଲିସକୁ ନିଜେ ଡାକିଲେ ଚୋର

ଆପଣ ନିଶ୍ଚିତ ଚୋରି ସମ୍ପର୍କିତ ଅନେକ ଘଟଣା ଶୁଣିଥିବେ। ଯେଉଁଥିରେ ବେଳେବେଳେ ଅତ୍ୟନ୍ତ ଭୟଙ୍କର କିମ୍ବା ମଜାଳିଆ ଘଟଣା ଘଟିଥାଏ। କେଉଁଠି ଚୋର ଚୋରି କରିବାକୁ ଆସି ପୂଜା କରିଥାଏ ତ ଆଉ କେଉଁଠି ଖାଇପିଇ ଚୋରି କରି ଖସିଯାଇଥାଏ। ଏବେ ଏକ ଅଜବ ଚୋରି ସାମ୍ନାକୁ ଆସିଛି। ଚୋର ଆରାମରେ ଚୋରି କରିବା ପରେ ଯେତେବେଳେ ସେ ଅନୁଭବ କଲେ ଯେ, ସାମଗ୍ରୀ ବହୁତ ଓଜନିଆ ହୋଇଗଲା; ସେ ସାହାଯ୍ୟ ପାଇଁ ନିଜେ ପୋଲିସକୁ ଡାକିଥିଲେ।

ଫ୍ଲୋରିଡାରୁ ଏମିତି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏହି କାହାଣୀଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏଠାରେ ଜଣେ ମହିଳା ଏବଂ ଜଣେ ପୁରୁଷ ଚୋରି କରିବାକୁ ଆସିଥିଲେ। ସେମାନେ ଏକ ତାଲା ପଡ଼ିଥିବା ଘର ଦେଖି ସେଠାରୁ ଜିନିଷ ଚୋରି କରିଥିଲେ। ଯେତେବେଳେ ଲୁଟ୍‌ ସାମଗ୍ରୀ ଅତ୍ୟଧିକ ହୋଇଗଲା, ମହିଳାଙ୍କ ମନରେ ଏପରି ଧାରଣା ଆସିଲା ଯେ, ସେ ସଙ୍ଗେ ସଙ୍ଗେ ୯୧୧କୁ ଫୋନ୍‌ କଲେ। ଫଳରେ ସେ ଲଗେଜ ଉଠାଇବାରେ ସାହାଯ୍ୟ ପାଇପାରିବେ। ପୋଲିସ ପକ୍ଷରୁ ଫୋନ୍‌ ଉଠାଯାଇଥିଲା, କିନ୍ତୁ କେହି କିଛି କହି ନ ଥିଲେ। ପୋଲସ କାଉଣ୍ଟି ସରିଫଙ୍କ ତରଫରୁ ତାଙ୍କୁ କୁହାଯାଇଥିଲା, ସେ ଉକ୍ତ ସ୍ଥାନକୁ ଯିବାକୁ ସ୍ଥିର କରିଛନ୍ତି।

ପୋଲିସର ସୂଚନାନୁସାରେ, ସେମାନେ ସେଠାରେ ପହଞ୍ଚିବା ପରେ ଘରେ କେହି ନ ଥିଲେ। ସେମାନେ ଦେଖିଲେ ଜଣେ ମହିଳା ଏବଂ ଜଣେ ପୁରୁଷ ତାଲା ପଡ଼ିଥିବା କବାଟ ପଛରେ ଲୁଚି ରହିଛନ୍ତି। ସୁରକ୍ଷା ଭିଡିଓ ମାଧ୍ୟମରେ ପୋଲିସ ତାଙ୍କୁ ଚିହ୍ନଟ କରିଥିଲା। ମହିଳା ଚୋର ତାଙ୍କ ଘର ବାହାରେ ଧରାପଡ଼ିଥିଲେ। ସେ କହିଥିଲେ, ସେ ଡକାଇଥିଲେ, କାରଣ ସେ ଚାହୁଁଥିଲେ , ପୋଲିସ ଲୁଟ୍‌ ସାମଗ୍ରୀ ନେଇ ବିମାନବନ୍ଦରକୁ ଯାଉ। ଯାହାଫଳରେ ସେ ଶେଷ ସପ୍ତାହ ନ୍ୟୁୟର୍କରେ ବିତାଇ ପାରିବେ। ତେବେ ପୋଲିସ ତାଙ୍କୁ ସିଧାସଳଖ ଜେଲକୁ ନେଇଥିଲା ଏବଂ ସପ୍ତାହ ଶେଷରେ ତାଙ୍କୁ ସ୍ବାଗତ କରିଥିଲା।

Share