ଭିନ୍ନକ୍ଷମ ପୁଅକୁ ହତ୍ୟା: ସମ୍ପତ୍ତି ଲୋଭରେ ସାବତ ମା’ ବିଷ ପିଆଇ ଦେଲେ

ନୟାଗଡ଼ ଅଫିସ/ଦଶପଲ୍ଲା, ୨୦ା୨(ଡି.ଏନ୍‌.ଏ.): ନୟାଗଡ ଜିଲା ଦଶପଲ୍ଲା ଥାନା ଶିମିଳିସାହି ଗାଁରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ତାଙ୍କ ସାବତ ମା’ ସମ୍ପତ୍ତି ଲୋଭରେ ମାଡ଼ ମାରିବା ସହ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି କି ବିଷ ଖାଇଛି ଦର୍ଶାଇ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି ବୋଲି ମୃତ ଯୁବକଙ୍କ ମାଈଁ କହିଥିଲେ ମଧ୍ୟ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
ମୃତ ଯୁବକଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାମୁ, ମାଈଁ, ପିଇସା, ସମ୍ପର୍କୀୟ ଭାଇ ଏବଂ କେତେଜଣ ଗାଁ ଲୋକ କହିଛନ୍ତି। ସେମାନଙ୍କ ସୂଚନା ଅନୁଯାୟୀ, ମୃତ ଭିନ୍ନକ୍ଷମ ଯୁବକ ଓ ତାଙ୍କ ବଡ଼ ଭାଇଙ୍କୁ ଯଥାକ୍ରମେ ୮ ଓ ୧୦ ବର୍ଷ ହୋଇଥିବାବେଳେ ସେମାନଙ୍କ ମା’ଙ୍କ ପରଲୋକ ଘଟିଥିଲା। ଏହାପରେ ବାପା ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ସାବତ ମା’ ଦୁଇ ପୁଅଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରି କି ସେମାନଙ୍କୁ ଖାଇବାକୁ ଦେଇ ନ ଥିଲେ। ବାପା ସବୁ ଜାଣି ଚୁପଚାପ ରହୁଥିଲେ। କିଛି ଦିନ ଏପରି ଚାଲିବା ପରେ ବଡ଼ ପୁଅ ଆତ୍ମହତ୍ୟା କରିଥିଲେ। ଏନେଇ ଗାଁରେ ଚାରିଆଡ଼େ ନିନ୍ଦା କରାଯିବା ସତ୍ତ୍ୱେ ସାବତ ମା’ ଓ ବାପା ମଧ୍ୟ ବଦଳି ନ ଥିଲେ। ନାନା ନିର୍ଯାତନା ଭିତରେ ଭିନ୍ନକ୍ଷମ ପୁଅ ବଡ଼ ହୋଇଥିଲେ। ସେ ଭିନ୍ନକ୍ଷମ ସତ୍ତ୍ୱେ ଅଟୋ ଚଳାଇ ରୋଜଗାର କରୁଥିଲେ। ବିବାହ କରିବାକୁ ସେ ମାମୁଁ ମାଈଁ, ବାପା ଓ ସାବତ ମା’ଙ୍କୁ କହିଥିଲେ। ମାମୁ, ମାଈଁ ବିବାହକୁ ହଁ କରିଥିଲେ। କିନ୍ତୁ ସାବତ ମା’ ଏହାକୁ ବିରୋଧ କରି ୫ ବର୍ଷ ପରେ ବିବାହ କରିବାକୁ କହିଥିଲେ। ସାବତ ମା’ ତାଙ୍କର ଦୁଇ ସନ୍ତାନ ସମ୍ପତ୍ତି ପାଇବାରେ ଅସୁବିଧା ହେବ ଜାଣି ବିବାହ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏହାପରେ ଭିନ୍ନକ୍ଷମ ଯୁବକ ତାଙ୍କ ମାମୁ ଘରକୁ ଚାଲି ଯାଇଥିଲେ। ମାମୁ ମାଈଁଙ୍କ ସହ ଝିଅ ଦେଖା ଶେଷ ହୋଇ ବିବାହ ସ୍ଥିର ହୋଇଥିଲା। ହେଲେ ବିବାହ ହେଉଥିବା ଖବର ଶୁଣି ଭିନ୍ନକ୍ଷମ ପୁଅକୁ ଚତୁରତାର ସହ ସାବତ ମା ଓ ବାପା ଘରକୁ ଡକାଇ ନେଇଥିଲେ। ବିବାହ ବାବଦ ଖର୍ଚ୍ଚ ପାଇଁ ଭିନ୍ନକ୍ଷମ ଯୁବକଙ୍କ ମା’ଙ୍କ ନାଁରେ ଥିବା ୩ ଏକର ଜମିରୁ ୧ ଏକର ଜମି ରେଜେଷ୍ଟ୍ରି କରିବାକୁ କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଭିନ୍ନକ୍ଷମ ଯୁବକଙ୍କୁ ଘରେ ୪ଦିନ ଅଟକି ରଖାଯାଇଥିଲା। ହେଲେ ଗତ ୧୫ ତାରିଖରେ ତାଙ୍କୁ ମାରପିଟ୍‌ କରାଯାଇ ବିଷ ପିଆଇ ଦେବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନା ନେବାବେଳେ ଭିନ୍ନକ୍ଷମ ଯୁବକ ବିଷ ପିଇଥିବା କୁହାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ କଟକ ବଡ଼ ମେଡିକାଲ ଓ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଶନିବାର ଭୁବନେଶ୍ୱରରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସାବତ ମା’ ଓ ବାପା ପୁଅର ମୃତଦେହକୁ ଧରି ଶନିବାର ବିଳମ୍ବିତ ରାତିରେ ଗାଁ ରେ ପହଞ୍ଚିଥିଲେ। ମୃତଦେହକୁ ସତ୍କାର କରିବାକୁ ଗାଁ ଲୋକ ଓ ସାହି ଭାଇଙ୍କୁ କହିଥିଲେ। ହେଲେ ହତ୍ୟାକାଣ୍ଡ କହି କେହି ମୃତଦେହକୁ ଦାହ କରି ନ ଥିଲେ। ଏହାପରେ ତରବର ହୋଇ ବାପା ଓ ସାବତ ମା’ଙ୍କର ଦୁଇ ପୁଅ ମିଶି ମୃତଦେହ ଦାହ କରିଥିଲେ। ମୃତଦେହ ଦାହ କଥା ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ସାବତ ମା’ କୁହନ୍ତି, ମୋ ପୁଅକୁ ମୁଁ ହତ୍ୟା କରିନି। ମୋତେ ବଦନାମ କରିବାକୁ ଷଡଯନ୍ତ୍ର କରାଯାଇ ଏଭଳି ଅଭିଯୋଗ ଅଣାଯାଇଛି। ଦଶପଲ୍ଲା ଥାନା ଅଧିକାରୀ ବସନ୍ତ ସାହୁ କୁହନ୍ତି, ହତ୍ୟା କି କ’ଣ ଜଣା ପଡୁନି। ଏନେଇ ଅଭିଯୋଗ ନାହିଁ। ମୃତଦେହ ସତ୍କାର ହୋଇ ସାରିଲାଣି। ଅଭିଯୋଗ ନ ଥିବାରୁ ପଦକ୍ଷେପ ନେଇ ହେଉ ନାହିଁ ବୋଲିି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri