ଭିନ୍ନକ୍ଷମ ପୁଅକୁ ହତ୍ୟା: ସମ୍ପତ୍ତି ଲୋଭରେ ସାବତ ମା’ ବିଷ ପିଆଇ ଦେଲେ

ନୟାଗଡ଼ ଅଫିସ/ଦଶପଲ୍ଲା, ୨୦ା୨(ଡି.ଏନ୍‌.ଏ.): ନୟାଗଡ ଜିଲା ଦଶପଲ୍ଲା ଥାନା ଶିମିଳିସାହି ଗାଁରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ତାଙ୍କ ସାବତ ମା’ ସମ୍ପତ୍ତି ଲୋଭରେ ମାଡ଼ ମାରିବା ସହ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି କି ବିଷ ଖାଇଛି ଦର୍ଶାଇ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି ବୋଲି ମୃତ ଯୁବକଙ୍କ ମାଈଁ କହିଥିଲେ ମଧ୍ୟ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
ମୃତ ଯୁବକଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାମୁ, ମାଈଁ, ପିଇସା, ସମ୍ପର୍କୀୟ ଭାଇ ଏବଂ କେତେଜଣ ଗାଁ ଲୋକ କହିଛନ୍ତି। ସେମାନଙ୍କ ସୂଚନା ଅନୁଯାୟୀ, ମୃତ ଭିନ୍ନକ୍ଷମ ଯୁବକ ଓ ତାଙ୍କ ବଡ଼ ଭାଇଙ୍କୁ ଯଥାକ୍ରମେ ୮ ଓ ୧୦ ବର୍ଷ ହୋଇଥିବାବେଳେ ସେମାନଙ୍କ ମା’ଙ୍କ ପରଲୋକ ଘଟିଥିଲା। ଏହାପରେ ବାପା ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ସାବତ ମା’ ଦୁଇ ପୁଅଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରି କି ସେମାନଙ୍କୁ ଖାଇବାକୁ ଦେଇ ନ ଥିଲେ। ବାପା ସବୁ ଜାଣି ଚୁପଚାପ ରହୁଥିଲେ। କିଛି ଦିନ ଏପରି ଚାଲିବା ପରେ ବଡ଼ ପୁଅ ଆତ୍ମହତ୍ୟା କରିଥିଲେ। ଏନେଇ ଗାଁରେ ଚାରିଆଡ଼େ ନିନ୍ଦା କରାଯିବା ସତ୍ତ୍ୱେ ସାବତ ମା’ ଓ ବାପା ମଧ୍ୟ ବଦଳି ନ ଥିଲେ। ନାନା ନିର୍ଯାତନା ଭିତରେ ଭିନ୍ନକ୍ଷମ ପୁଅ ବଡ଼ ହୋଇଥିଲେ। ସେ ଭିନ୍ନକ୍ଷମ ସତ୍ତ୍ୱେ ଅଟୋ ଚଳାଇ ରୋଜଗାର କରୁଥିଲେ। ବିବାହ କରିବାକୁ ସେ ମାମୁଁ ମାଈଁ, ବାପା ଓ ସାବତ ମା’ଙ୍କୁ କହିଥିଲେ। ମାମୁ, ମାଈଁ ବିବାହକୁ ହଁ କରିଥିଲେ। କିନ୍ତୁ ସାବତ ମା’ ଏହାକୁ ବିରୋଧ କରି ୫ ବର୍ଷ ପରେ ବିବାହ କରିବାକୁ କହିଥିଲେ। ସାବତ ମା’ ତାଙ୍କର ଦୁଇ ସନ୍ତାନ ସମ୍ପତ୍ତି ପାଇବାରେ ଅସୁବିଧା ହେବ ଜାଣି ବିବାହ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏହାପରେ ଭିନ୍ନକ୍ଷମ ଯୁବକ ତାଙ୍କ ମାମୁ ଘରକୁ ଚାଲି ଯାଇଥିଲେ। ମାମୁ ମାଈଁଙ୍କ ସହ ଝିଅ ଦେଖା ଶେଷ ହୋଇ ବିବାହ ସ୍ଥିର ହୋଇଥିଲା। ହେଲେ ବିବାହ ହେଉଥିବା ଖବର ଶୁଣି ଭିନ୍ନକ୍ଷମ ପୁଅକୁ ଚତୁରତାର ସହ ସାବତ ମା ଓ ବାପା ଘରକୁ ଡକାଇ ନେଇଥିଲେ। ବିବାହ ବାବଦ ଖର୍ଚ୍ଚ ପାଇଁ ଭିନ୍ନକ୍ଷମ ଯୁବକଙ୍କ ମା’ଙ୍କ ନାଁରେ ଥିବା ୩ ଏକର ଜମିରୁ ୧ ଏକର ଜମି ରେଜେଷ୍ଟ୍ରି କରିବାକୁ କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଭିନ୍ନକ୍ଷମ ଯୁବକଙ୍କୁ ଘରେ ୪ଦିନ ଅଟକି ରଖାଯାଇଥିଲା। ହେଲେ ଗତ ୧୫ ତାରିଖରେ ତାଙ୍କୁ ମାରପିଟ୍‌ କରାଯାଇ ବିଷ ପିଆଇ ଦେବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନା ନେବାବେଳେ ଭିନ୍ନକ୍ଷମ ଯୁବକ ବିଷ ପିଇଥିବା କୁହାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ କଟକ ବଡ଼ ମେଡିକାଲ ଓ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଶନିବାର ଭୁବନେଶ୍ୱରରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସାବତ ମା’ ଓ ବାପା ପୁଅର ମୃତଦେହକୁ ଧରି ଶନିବାର ବିଳମ୍ବିତ ରାତିରେ ଗାଁ ରେ ପହଞ୍ଚିଥିଲେ। ମୃତଦେହକୁ ସତ୍କାର କରିବାକୁ ଗାଁ ଲୋକ ଓ ସାହି ଭାଇଙ୍କୁ କହିଥିଲେ। ହେଲେ ହତ୍ୟାକାଣ୍ଡ କହି କେହି ମୃତଦେହକୁ ଦାହ କରି ନ ଥିଲେ। ଏହାପରେ ତରବର ହୋଇ ବାପା ଓ ସାବତ ମା’ଙ୍କର ଦୁଇ ପୁଅ ମିଶି ମୃତଦେହ ଦାହ କରିଥିଲେ। ମୃତଦେହ ଦାହ କଥା ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ସାବତ ମା’ କୁହନ୍ତି, ମୋ ପୁଅକୁ ମୁଁ ହତ୍ୟା କରିନି। ମୋତେ ବଦନାମ କରିବାକୁ ଷଡଯନ୍ତ୍ର କରାଯାଇ ଏଭଳି ଅଭିଯୋଗ ଅଣାଯାଇଛି। ଦଶପଲ୍ଲା ଥାନା ଅଧିକାରୀ ବସନ୍ତ ସାହୁ କୁହନ୍ତି, ହତ୍ୟା କି କ’ଣ ଜଣା ପଡୁନି। ଏନେଇ ଅଭିଯୋଗ ନାହିଁ। ମୃତଦେହ ସତ୍କାର ହୋଇ ସାରିଲାଣି। ଅଭିଯୋଗ ନ ଥିବାରୁ ପଦକ୍ଷେପ ନେଇ ହେଉ ନାହିଁ ବୋଲିି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri