ଗାନ୍ଧୀଛକରେ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ

ଭବାନୀପାଟଣା,୨୧।୧୦(ଡି.ଏନ.ଏ.): ଭାଜପା ନେତା ବୈଜୟନ୍ତ ପଣ୍ଡା ସୋସିଆଲ ମଡିଆରେ ଓଡ଼ିଶା ଭଳି ଏକ ଶାନ୍ତି ପ୍ରିୟ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏ ନେଇ କଳାହାଣ୍ଡି ଜିଲା ପ୍ରୋଗ୍ରେସିଭ ୟୁଥ ଅଫ କଳାହାଣ୍ଡି ସଂଗଠନ ତରଫରୁ ଭବାନୀପାଟଣା ସହରସ୍ଥିତ ଗାନ୍ଧୀ ଛକଠାରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସୋସିଆଲ ମିଡିଆରେ ସେ ଦେଇଥିବା ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ଏବଂ ଏଥି ସହ ସର୍ବସାଧାରଣରେ ବୈଜୟନ୍ତ ପଣ୍ଡା କ୍ଷମା ମାଗନ୍ତୁ ବୋଲ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏହି ବିକ୍ଷୋଭରେ ସଂଗଠନ ସାଧାରଣ ସମ୍ପାଦକ ରୋମାଞ୍ଚଳ ମେହେର, ବଂଶୀଧର ସେଠୀ, ଚମାର ଗୋପାଲ ପ୍ରମୁଖ ସାମିଲ ହୋଇଥିଲେ।