ପରିସଂଖ୍ୟାନ ବିଭାଗ କାର୍ଯ୍ୟାଳୟରେ ତାଲା ଝୁଲୁଛି

ବାହାନଗା, ୩ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ଥିବା ଏକ ପରିସଂଖ୍ୟାନ କାର୍ଯ୍ୟାଳୟ ଭୂତକୋଠି ପାଲଟିଛି। କାର୍ଯ୍ୟାଳୟକୁ କୌଣସି କର୍ମଚାରୀ ଆସନ୍ତି ନାହିଁ । ଫଳରେ ବର୍ଷ ବର୍ଷ ଧରି କାର୍ଯ୍ୟାଳୟ ଗୃହରେ ତାଲା ପଡିରହିଛି । ଏହି ବିଭାଗ ସରକାରଙ୍କ ମୁଖ୍ୟ ବିଭାଗ ଥିବା ବେଳେ ସେଥିରେ କୌଣସି ଲୋକମାନେ ଉପକୃତ ହୋଇପାରୁନାହାନ୍ତି। ଏହି ବିଭାଗ ଦ୍ୱାରା ଚାଷୀମାନେ ଉପକୃତ ହୋଇଥାନ୍ତି।

ପରିସଂଖ୍ୟାନ ବିଭାଗ ସରକାରଙ୍କୁ ବିଭିନ୍ନ ବିଭାଗର ତଥ୍ୟ ପ୍ରଦାନ କରିଥାଏ। ସେହି ତଥ୍ୟ ଅନୁଯାୟୀ ସରକାରଙ୍କ ବିଭିନ୍ନ ବିଭାଗର ସଫଳତା ଓ ଚାଷୀଙ୍କ ପାଇଁ ରିହାତି ଆଦି ଘୋଷଣା କରିଥାନ୍ତି ା ପରିସଂଖ୍ୟାନ ବିଭାଗ ମରୁଡି ସମୟରେ ମୁଖ୍ୟ ଭୂମିକା ତୁଲାଇଥାଏ। ତେବେ ଚାଷ ସମୟରେ କ୍ରପ୍ଟ କଟିଂ ରିପୋର୍ଟ ଅନୁଯାୟୀ ସରକାର ଯେକୌଣସି ନିଷ୍ପତ୍ତି ନେଇଥାନ୍ତି। ସ୍ବାସ୍ଥ୍ୟବିଭାଗ ହେଉ କିମ୍ବା ବଜାର ଦର ହେଉ ଅଥବା ବିଭିନ୍ନ ବିଭାଗର ପରିସଂଖ୍ୟାନ ତଥ୍ୟ ସରକାରଙ୍କୁ ପ୍ରଦାନ କରିଥାନ୍ତି। ଏଭଳି ଏକ ବିଭାଗ ବ୍ଲକ ପରିସରରେ ତାର କାର୍ଯ୍ୟାଳୟ ଥିଲେ ମଧ୍ୟ କେବେ କେତେବେଳେ କାର୍ଯ୍ୟାଳୟ ଖୋଲିବାର ଦେଖିବାକୁ ମିଳେନାହିଁ। ବିଭାଗରେ କେତେଜଣ କର୍ମଚାରୀ ଅଛନ୍ତି ସେ ବାବଦରେ କେହି ଜାଣି ନ ଥିବା ବେଳେ ବ୍ଲକର ମୁଖ୍ୟ ହିସାବରେ ବିଡିଓ ମଧ୍ୟ ଜାଣିନାହାନ୍ତି ସେ ବିଭାଗରେ କେତେଜଣ କର୍ମଚାରୀ ଅଛନ୍ତି କି ନାହାନ୍ତି ା ତେବେ ବ୍ଲକ ପରିସରରେ ଥିବା ଏହି ବିଭାଗର କାର୍ଯ୍ୟାଳୟ ଭୂତକୋଠି ପାଲଟିଥିବା ଦେଖାଯାଇଛି। ଏ ବାବଦରେ ବିଡିଓ ଗୌରାଙ୍ଗ ଘୋଷ କହନ୍ତି ବିଭାଗର କାର୍ଯ୍ୟାଳୟ ଅଛି କିନ୍ତୁ ସେଠାକୁ କେବେ କୌଣସି କର୍ମଚାରୀ ଆସିବାର ମୁଁ ଜାଣିନାହିଁ। ମାତ୍ର ଭୋଟ ସମୟରେ ସେହି କାର୍ଯ୍ୟାଳୟ ଖୋଲି ଅନ୍ୟ କାମରେ ଲଗାଯାଇଥାଏ। ଯଦି ପରିସଂଖ୍ୟାନ କାର୍ଯ୍ୟାଳୟ ସେଠାରେ ଚାଲନ୍ତା ତା’ହେଲେ ସେ ଘର ଭିତରେ କ’ଣ ପାଇଁ ଅନ୍ୟ କାମ କରାଯାନ୍ତା ବୋଲି ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri