ଆବାସ ପ୍ଲସ୍‌ ଖୋଲିବାକୁ ପୁଣି ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର,୧ା୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି) ଅଧୀନରେ ଗୃହ ମଞ୍ଜୁର କରିବା ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ରକୁ ପୁଣି ମନେପକାଇ ଦେଇଛନ୍ତି। ରାଜ୍ୟ ସରକାର ଘର ଯୋଗାଇ ଦେବାକୁ କେନ୍ଦ୍ରକୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କୌଣସି ଉତ୍ତର ମିଳୁନାହିଁ। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଟଣାଓଟରା ଚାଲିଛି। ସୋମବାର ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଏ ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ପଞ୍ଚାୟତି ରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଏକ ଚିଠି ଲେଖିଛନ୍ତି।
ବୈଠକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସେ ନିଜେ ଉଠାଇଥିବା ଦାବି ବିଷୟରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଜାତୀୟ ଗ୍ରାମୀଣ ହାଉସିଂ ପୋର୍ଟାଲରେ ଆବାସ ପ୍ଲସ୍‌ ସହିତ ରାଜ୍ୟ ସରକାରଙ୍କ ୬.୬୫ ଲକ୍ଷ ପରିବାରର ତଥ୍ୟକୁ ସିଙ୍କ୍ରୋନାଇଜ୍‌ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ବାତ୍ୟା ଫନୀ ପରେ ପରେ ଓଡ଼ିଶାକୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ୧.୮୪ ଲକ୍ଷ ସ୍ବତନ୍ତ୍ର ପିଏମ୍‌ଏୱାଇ ଘର ମଞ୍ଜୁର କରିବାକୁ ଦାବି ସହ ଯୋଗ୍ୟ ବିବେଚିତ ପରିବାରର ନାମ ଅନ୍ତର୍ଭୁକ୍ତ କରିବା ପାଇଁ କିଛି ସମୟ ପାଇଁ ଆବାସ ୱିଣ୍ଡୋ ଖୋଲିବାକୁ ପ୍ରତାପ ଅନୁରୋଧ କରିଛନ୍ତି।
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ପ୍ରକୃତ ଆବଶ୍ୟକତାକୁ ଏପର୍ଯ୍ୟନ୍ତ ଧ୍ୟାନ ଦିଆଯାଇ ନ ଥିବାବେଳେ କର୍ନାଟକ ସରକାରଙ୍କୁ ଜାନୁୟାରୀ ୧୩ରେ ଆବାସ ପ୍ଲସ୍‌ରେ ତଥ୍ୟର ସିଙ୍କ୍ରୋନାଇଜେଶନ୍‌ ପାଇଁ ଅନୁମତି ଦିଆଯାଇଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।
ରାଜ୍ୟର ବାରମ୍ବାର ଅନୁରୋଧ ସତ୍ତ୍ୱେ ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରାଯାଉଛି। ଏହାଦ୍ୱାରା ରାଜ୍ୟର ଅନୁସୂଚିତ ଅଞ୍ଚଳ ଏବଂ କେବିକେ ଅଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଗରିବ ଅନୁସୂଚିତ ଜନଜାତି ଘର ପାଇବାରୁ ବଞ୍ଚିତ ହେବେ। ଓଡ଼ିଶା ପ୍ରତି ହେଉଥିବା ଅନ୍ୟାୟକୁ ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୨୦୧୯ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଆବାସ ପ୍ଲସ୍‌ ମାଧ୍ୟମରେ ଯୋଗ୍ୟ ହିତାଧିକାରୀ ପରିବାରକୁ ଚିହ୍ନଟ କରିବାକୁ ଅନୁମତି ଦେଇଥିଲେ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର କେବଳ ୩୫ ହଜାର ହିତାଧିକାରୀ ଚିହ୍ନଟ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ, ନେଟ୍‌ୱର୍କର ସଂଯୋଗ ସମସ୍ୟା ଏବଂ ରାଜ୍ୟର କିଛି ଅଞ୍ଚଳରେ ବାମପନ୍ଥୀ ହିଂସାକାଣ୍ଡ ଯୋଗୁ ସମସ୍ୟା ଦେଖାଦେଇଥିଲା। ୨୦୧୯ ମେ’ରେ ଫନୀ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭାବିତ ପରିବାରକୁ ୫ ଲକ୍ଷ ପିଏମ୍‌ଏୱାଇ-ଜି (ସ୍ବତନ୍ତ୍ର) ଘର ଆବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri