ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‌ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୨୦।୩
ରାଜ୍ୟରେ ଆରମ୍ଭ ହୋଇଛି ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ୍‌ (ଇଆରଏସ୍‌ଏସ୍‌) ବ୍ୟବସ୍ଥା। ଏଥିସହ ଜାରି କରାଯାଇଇଛି ହେଲ୍‌ପ ଲାଇନ୍‌ ନମ୍ବର-୧୧୨। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାର ଶୁଭାରମ୍ଭ କରିବା ପରେ ଢେଙ୍କାନାଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏସ୍‌ପି କେ. ଶିବା ସୁବ୍ରମଣି ଜିଲା ପୋଲିସ କାର୍ଯ୍ୟାଳୟରେ ଅପରାହ୍ନ ୫ଟାରେ ଇଆରଏସ୍‌ଏସ୍‌ର ୨ଟି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଦୁଇ ଗାଡ଼ି ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟ କରିବ। ଏହି ଅବସରରେ ଜିଲା ପୋଲିସ କାର୍ଯ୍ୟାଳୟରେ ଏକ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମକୁ ଏସ୍‌ପି ଉଦ୍‌ଘାଟନ କରିଥିଲେ। ଏଣିକି ଜନସାଧାରଣ ୧୧୨ ଡାଏଲ କରି ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଭଳି ଜରୁରୀ ସେବା ପାଇପାରିବେ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଜିଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।କ