ନୂଆ ଭାରତର ସ୍ଥିତି

‘ଈଶ୍ୱର ତାଙ୍କ ଚମତ୍କାରିତା ପ୍ରଦର୍ଶନ କରିବା ପାଇଁ ରହସ୍ୟମୟ ତରିକାରେ ଆଗକୁ ବଢ଼ନ୍ତି’ (ଗଡ୍‌ ମୁଭସ୍‌ ଇନ୍‌ ମିଷ୍ଟେରିୟସ ଓ୍ବେଜ୍‌ ହିଜ୍‌ ଓ୍ବଣ୍ଡର୍ସ ଟୁ ପର୍‌ଫର୍ମ)- ଏହି ଐଶ୍ୱରୀୟ ସ୍ତୁତିିକୁ ମୁଁ ସ୍କୁଲରେ ପଢ଼ିଥିଲି। ପ୍ରକୃତ କଥା ହେଉଛି ମନୁଷ୍ୟର ଜ୍ଞାନ ବାହାରେ ସାଧାରଣତଃ ଅଲୌକିକ ଘଟଣା ଘଟିଥାଏ, ଯେଉଁଠି ଉଚ୍ଚତର ଶକ୍ତି କାମ କରେ। ସେଭଳି କିଛି ଭାରତର ବୈଦେଶିକ ନୀତିରେ ଘଟୁଛି। ସରକାରଙ୍କ ପ୍ରଚାର ଅନୁଯାୟୀ ଏହି କ୍ଷେତ୍ରରେ ବଡ଼ ଜିନିଷ ହାସଲ ହୋଇଛି, କିନ୍ତୁ ଏ ସମ୍ବନ୍ଧରେ ସବିଶେଷ ତଥ୍ୟ କେହି ଜାଣନ୍ତି ନାହିଁ। ତେବେ ଗୋଟିଏ ସପ୍ତାହ ମଧ୍ୟରେ ଜାତିସଂଘର ସାଧାରଣ ସଭାରେ ଆମର କ’ଣ ବିଜୟ ଘଟିଛି ସେ ସମ୍ପର୍କରେ ଜାଣିବା ପାଇଁ ଚାହିଁଲି ଏବଂ ଏଥିଲାଗି ମୋ ବନ୍ଧୁମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫାଇଲ ଉପଯୋଗୀ ହୋଇପାରେ ବୋଲି ଭାବିଲି। ଯଦି ତୁମେ ଏକ ବୈଦେଶିକ ନୀତିର ବୈଧ ତଥ୍ୟକୁ ପରଖିବ, ତେବେ ବୁଝିପାରିବ ଯେ ବିଶ୍ୱରେ ନୂଆ ଭାରତର ସ୍ଥିତି କେଉଁଠି। ଆମ ପଡ଼ୋଶୀଙ୍କଠାରୁ ଆରମ୍ଭ କରିବା। ମୁଁ ସୂଚିତ କରିପାରେ, ପାକିସ୍ତାନ ସହ ଆମ ସମ୍ପର୍କ ଖରାପ। ପାକିସ୍ତାନ ବିରୋଧରେ ଆମ ମିଲିଟାରି ଅପରେଶନକୁ ଶେଷ ନ କରି ସ୍ଥଗିତ ରଖିଥିବାରୁ ସେମାନଙ୍କ ସହ ‘ଯୁଦ୍ଧ’ରେ ଅବତୀର୍ଣ୍ଣ ହୋଇଛୁ ବୋଲି କୁହାଯାଇପାରେ। ‘ଯୁଦ୍ଧ’କୁ କୋଟେଶନ ଚିହ୍ନ ମଧ୍ୟରେ ରଖିବାର କାରଣ ହେଉଛି ଆମେ ବାସ୍ତବରେ ଯୁଦ୍ଧ ଘୋଷଣା କରିନାହଁୁ। ବାଂଲାଦେଶ ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ଫେରାଇବା ଲାଗି ତାହା ଦାବି କରୁଛି, ଯେଉଁଥିରେ ତାଙ୍କୁ ଦଣ୍ଡିତ କରାଯାଇପାରେ। କିନ୍ତୁ ଆମେ ଏଯାବତ୍‌ ମନାକରି ଆସିଛୁ। ବାଂଲାଦେଶର ନେତା ସାର୍କକୁ ପୁନର୍ଗଠନ କରାଯିବାକୁ ଚାହଁୁଛନ୍ତି ଏବଂ ଭାରତ ଏହାକୁ ନିଷ୍କ୍ରିୟ କରିଦେବା ଅଭିଯୋଗ କରିଛନ୍ତି। ୨୦୨୨ରେ ଅଗ୍ନିପଥ ଯୋଜନା ଆରମ୍ଭ କରି ଭାରତୀୟ ଆର୍ମିରେ ନେପାଳୀମାନେ ଭାଗନେବାର ୨୦୦ ବର୍ଷର ସମ୍ପର୍କକୁ ଶେଷ କରିଦେଇଛନ୍ତି। ୨୦୧୫ରେ ନେପାଳୀଙ୍କ ବିିରୋଧରେ କଟକଣା ସେମାନଙ୍କୁ କ୍ରୋଧିତ କରିଛି। ଗାଜାରେ ଗଣହତ୍ୟା ବନ୍ଦ କରିବା ପାଇଁ ଦାବି କରି ଶ୍ରୀଲଙ୍କା ଆମ ତୁଳନାରେ ଅଧିକ ସାହସ ଦେଖାଇଛି। କିଛିଦିନ ପୂର୍ବେ ସରକାରଙ୍କ ସମର୍ଥକମାନେ ମାଲଡେଭିସ ସହ ସମ୍ପର୍କ ନ ରଖିବାକୁ ଦାବି କରିଥିଲେ, କାରଣ ଆମେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଥିଲୁ। ଆମର ଏବେ ସେମାନଙ୍କ ସହ ବନ୍ଧୁତ୍ୱ ରହିଛି କି ନାହିଁ ତାହା ଅସ୍ପଷ୍ଟ। ଆମ ନେତାଙ୍କ ନିର୍ଦ୍ଦେଶରେ ଚାଇନିଜ ଟେଲିଭିଜନକୁ ନଷ୍ଟ କରିଥିଲୁ। ଏଥିପାଇଁ ଭାରତୀୟଙ୍କୁ କ୍ଷମା କରିଦିଆଯାଇପାରେ, କାରଣ କେବଳ ସେମାନେ ନୁହନ୍ତି, କେହି ବି ଏବେ ଚାଇନା ସହିତ ଆମ ସମ୍ପର୍କ କିଭଳି ରହିଛି ଜାଣନ୍ତି ନାହିଁ। ବିଗତ ଦିନରେ ତାଲିବାନକୁ ସମାଲୋଚନା କରୁଥିଲେ ବି ଏବେ ତାକୁ କାହିଁକି ଗ୍ରହଣ କରିଛୁ ସ୍ପଷ୍ଟ କରାଯାଉନାହିଁ। ୮ ବର୍ଷ ପୂର୍ବେ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେ ଇରାନଠାରୁ ତେଲ କିଣିବା ବନ୍ଦ କରିଥିଲୁ, ହେଲେ ସେମାନେ ଏବେ ମଧ୍ୟ ଆମ ତୀର୍ଥଯାତ୍ରୀଙ୍କୁ ଗ୍ରହଣ କରୁଛନ୍ତି।
ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ଆମେ ଦୁଇଟି ବିରାଟ ରାଲିର ଆୟୋଜନ କରିଥିଲୁ। ତାଙ୍କ ପାଇଁ ଆମ କର୍ପୋରେଟ ଟ୍ୟାକ୍ସ ହ୍ରାସ କରିଥିଲୁ ଓ ଆମେରିକା ନିର୍ବାଚନରେ ହସ୍ତକ୍ଷେପ କରିଥିଲୁ। ସେହି ଟ୍ରମ୍ପ୍‌ ଏବେ ଆମ(୨୫%) ତୁଳନାରେ ପାକିସ୍ତାନ(୧୯%) ଏବଂ ବାଂଲାଦେଶ(୨୦%) ଉପରେ କମ୍‌ ଟାରିଫ ଲାଗୁ କରିଥିଲେ ଓ ପରେ ଆମ ଉପରେ ଆଉ ୨୫% ବଢ଼ାଇଛନ୍ତି। ଏହା ବ୍ୟତୀତ ଏଚ୍‌- ଓ୍ବାନ୍‌ -ବି ଭିଜା ଦେୟ ବୃଦ୍ଧି କରି ୧,୦୦,୦୦୦ ଡଲାର କରିଛନ୍ତି। ଏବେ ସେ ଫାର୍ମା ଉପରେ ଆଉ ଅଧିକ ଟାରିଫ ଲଗାଇଛନ୍ତି। ଏହା ନିଶ୍ଚିତ ଯେ, ଆମେରିକା ଆମ ବନ୍ଧୁ ନୁହେଁ। କିନ୍ତୁ ଇସ୍ରାଏଲ ଆମ ବନ୍ଧୁ। ଜାତିସଂଘରେ ଗଣହତ୍ୟାକୁ ଯୁକ୍ତିଯୁକ୍ତ ଦର୍ଶାଇ ନେତାନ୍ୟାହୁ ଅଭିଭାଷଣ ରଖିଥିବାବେଳେ ବିଶ୍ୱର ବହୁ ଦେଶର ପ୍ରତିନିଧିମାନେ ବାହାରକୁ ଚାଲିଯାଇଥିଲେ, ହେଲେ ଭାରତ ତାଙ୍କୁ ପ୍ରଶଂସା କରିଥିଲା। ତୁର୍କୀ ଓ ଆଜାରବୈଜାନ ହେଉଛନ୍ତି ଶତ୍ରୁ, କାରଣ ସେମାନେ ପାକିସ୍ତାନର ବନ୍ଧୁ। ସମଗ୍ର ଆଫ୍ରିକୀୟ ଉପମହାଦେଶ(୫୪ରୁ ୫୩ଟି ଦେଶ, ପୁରୁଣା ସ୍ବାଜିଲାଣ୍ଡକୁ ଛାଡ଼ି ସମସ୍ତେ) ଚାଇନାର ବେଲ୍ଟ ଆଣ୍ଡ୍‌ ରୋଡ୍‌ ପ୍ରୋଗ୍ରାମର ଅଂଶ ଭାବେ ରହିଛନ୍ତି। ନିଶ୍ଚିତ ଯେ, ସେମାନଙ୍କ ଉପରେ ଆମର ଅଧିକ ପ୍ରଭାବ ନାହିଁ। ସମାନ କାରଣ ପାଇଁ କେନ୍ଦ୍ର ଏସିଆ ଓ ଆସିଆନ ରାଷ୍ଟ୍ରଗୁଡ଼ିକ କ୍ଷେତ୍ରରେ ମଧ୍ୟ ସମାନ କଥା ଘଟୁଛି। ଚାଇନା ସହ ଭାରତର ଥିବା ବାଣିଜ୍ୟର ମାତ୍ର ୧୦% ଏବଂ ଆଫ୍ରିକା ସହ ଥିବା ବାଣିଜ୍ୟର ଏକ ଚତୁର୍ଥାଂଶ ରହିଛି ଆସିଆନ ସହ। ରୁଷିଆ ସହ ଆମର ନେଣଦେଣ ସମ୍ପର୍କ। ଅସ୍ତ୍ରଶସ୍ତ୍ର ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ଏହାକୁ ଏକ ଉତ୍ସ ଭାବେ ବ୍ୟବହାର କରୁଛୁ ଏବଂ ଏବେ ତେଲ ପାଇଁ ତାହା କରୁଛୁ। ପ୍ରତିବଦଳରେ ସେମାନେ ଆମକୁ ବନ୍ଧୁ ନୁହେଁ, ବରଂ ଗ୍ରାହକ ଭାବେ ଦେଖୁଛନ୍ତି। ଆମକୁ କଦାପି ସହଯୋଗୀ ଭାବେ ବିଚାର କରୁନାହାନ୍ତି। ଇସ୍ରାଏଲକୁ କୋଳେଇ ନେବା ଯୋଗୁ ଭାରତ ଆରବ ଦେଶଗୁଡ଼ିକର ଲୋକମାନଙ୍କ ସମର୍ଥନ ହରାଇଛି। ଏହା ଆରବ ଦେଶଗୁଡ଼ିକ ସହ ଥିବା ସମ୍ପର୍କକୁ ପ୍ରଭାବିତ କରି ନ ପାରେ, କିନ୍ତୁ ଆରବର ଏକଚ୍ଛତ୍ରବାଦୀ ଶାସକମାନେ ଆମକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।
ମୂଲ୍ୟବୋଧ ଦୃଷ୍ଟିରୁ ଆମେ ଧର୍ମନିରପେକ୍ଷ, ଉଦାରବାଦୀ ବ୍ୟବସ୍ଥାରୁ ଦୂରେଇ ଯାଇଛୁ, ଯେଉଁଠିକୁ ଏବେ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କ ଯୁବପିଢ଼ି ଯୋଗୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଆମ ବ୍ରିକ୍ସ ସହଯୋଗୀ ବ୍ରାଜିଲ ଆମେରିକାର ସାମ୍ରାଜ୍ୟବାଦକୁ ଦୃଢ଼ ଭାବେ ଅସ୍ବୀକାର କରିଛି, ଯାହା ଆମେ କେବେ ବି କରିନାହଁୁ। ବିଶ୍ୱରେ ଭାରତ ଏମିତି ଏତେ ଏପାଖ ସେପାଖ ହେବା ଇତିହାସରେ କୌଣସି ସମୟରେ କେବେ ବି ଦେଖାଯାଇନାହିଁ। କାହା ପକ୍ଷରେ ରହିବ କିମ୍ବା କାହା ବିରୋଧରେ ଠିଆହେବ ତାହାକୁ ନେଇ ଅଧିକ ଦ୍ୱନ୍ଦ୍ୱରେ ପଡ଼ିବା ଏବଂ ଅଧିକ ଅପମାନିତ ହେବା ବି ଅତୀତରେ ଲକ୍ଷ୍ୟ କରାଯାଇନାହିଁ। ଏହା ପାଠକଙ୍କୁ ବୁଝିବାରେ ସାହାଯ୍ୟ କରିବ କାହିଁକି ଆମେ ଜଗତୀକରଣର ଅନେକ ବର୍ଷ ପରେ ଜି୨୦ ନେତୃତ୍ୱ ଓ ବିଶ୍ୱଗୁରୁ ତଥା ଅନ୍ୟସବୁ ବିଷୟରେ କହି ଏବେ ଆତ୍ମନିର୍ଭର କଥା କହୁଛୁ। ଏହାକୁ ଆମେ ନୂଆ ‘ନୂତନ ଭାରତ’ର ସ୍ଥିତି ବୋଲି କହିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri