‘ଖୁସି’ରେ ଖୁସି

ଭୁବନେଶ୍ୱର, ୧୯ା୪:ଟିକସଦାତାଙ୍କ ପଇସା ଲୁଟିବା ଘରୋଇ ସଂସ୍ଥାଙ୍କ ପାଇଁ ଓଡ଼ିଶା ଏକ ସହଜ ଲକ୍ଷ୍ୟସ୍ଥଳ ହୋଇଛି। କେତେଜଣ ସରକାରୀ ବାବୁଙ୍କୁ ହାତକରି ଘରୋଇ କମ୍ପାନୀ ରାଜକୋଷକୁ ଲୁଟି ଚାଲିଛନ୍ତି। ସେହି ଅର୍ଥରୁ ଅଧିକାଂଶ ଭାଗ ବାବୁମାନଙ୍କ ପକେଟକୁ ଚାଲିଯାଉଛି। ବାଳିକାମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ରାଜ୍ୟ ସରକାର ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହି ଟଙ୍କାରେ କିଶୋରୀମାନଙ୍କ ସ୍ବାସ୍ଥ୍ୟରକ୍ଷା ହେବା ପରିବର୍ତ୍ତେ ଦାୟିତ୍ୱରେ ଥିବା ଅଧିକାରୀ ଓ ଘରୋଇ ସଂସ୍ଥାର ସ୍ବାର୍ଥରକ୍ଷା ହେଉଛି। କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ତାଙ୍କ ରିପୋର୍ଟରେ ଏକଥା ଦର୍ଶାଇଛନ୍ତି।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଷଷ୍ଠରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବାଳିକାମାନଙ୍କ ମାସିକ ଋତୁସ୍ରାବ ସ୍ବଚ୍ଛତା ପାଇଁ ରାଜ୍ୟ ସରକାର ୨୦୧୮ ଫେବୃୟାରୀ ୨୬ରେ ‘ଖୁସି’ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିପାଇଁ ବାର୍ଷିକ ୭୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଯୋଜନାରେ ବାଳିକାମାନଙ୍କୁ ସାନିଟାରି ନାପ୍‌କିନ ମାଗଣାରେ ଯୋଗାଇଦେବା ବ୍ୟବସ୍ଥା କରାଯାଇଛି। ଏହାର ଯୋଗାଣ ଦାୟିତ୍ୱ ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌) ଉପରେ ନ୍ୟସ୍ତ କରାଯାଇଛି। ତେବେ ନିଗମ ଦ୍ୱାରା କ୍ରୟ କରାଯାଇଥିବା ସାନିଟାରି ନାପ୍‌କିନ କିଣାରେ ବ୍ୟାପକ ହେରଫେର ହୋଇଛି। ୨୦୧୮ ଜାନୁୟାରୀରେ ରାଜ୍ୟ ସରକାର ୧୭.୨୬ ଲକ୍ଷ ବାଳିକାଙ୍କୁ ସାନିଟାରି ନାପ୍‌କିନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ମେ’ ମାସରେ ନିଗମ ପକ୍ଷରୁ ଏଥିପାଇଁ ଇ-ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜ୍ୟର ୫ଟି ସଂସ୍ଥା ଟେଣ୍ଡର ପାଇଁ ବିଡ୍‌ ଦାଖଲ କରିଥିଲେ। ଔଷଧ ନିଗମର ଟେଣ୍ଡର ମୂଲ୍ୟାୟନ କମିଟି (ଟିଇସି) ୨୦୧୮ ଜୁଲାଇରେ ଆବଶ୍ୟକ କାଗଜପତ୍ର ଅଭାବ ଦେଖାଇ ୩ଟି ସଂସ୍ଥାର ଟେଣ୍ଡର ଆବେଦନକୁ ଖାରଜ କରିଦେଇଥିଲା। ଅବଶିଷ୍ଟ ୨ଟି ଆବେଦନକାରୀ ଅହମଦାବାଦସ୍ଥିତ କମ୍ପାନୀ ଶେଖାନୀ ଇଣ୍ଡଷ୍ଟ୍ରିଜ ଏବଂ କୋଲକାତାର ଏଚଏଲ୍‌ଏଲ୍‌ ଲାଇଫ୍‌ କେୟାରକୁ ସର୍ବନିମ୍ନ ବିଡର ଭାବେ ଚୟନ କରାଯାଇଥିଲା। ଉକ୍ତ ଦୁଇ କମ୍ପାନୀ ନାପ୍‌କିନ ପିଛା ସର୍ବନିମ୍ନ ୨ ଟଙ୍କା ୯୭ ପଇସାରେ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଉକ୍ତ କମ୍ପାନୀ ରାଷ୍ଟ୍ରୀୟ କିଶୋରୀ ସ୍ବାସ୍ଥ୍ୟ ଯୋଜନାରେ ସେହି ନାପ୍‌କିନ ୧ ଟଙ୍କା ୭୪ ପଇସାରେ ଯୋଗାଇ ଦେଉଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ଏହା ପରେ ୨୦୧୮ ସେପ୍ଟେମ୍ବରରେ ଉକ୍ତ ଟେଣ୍ଡରକୁ ବାତିଲ କରାଯାଇଥିଲା। ଔଷଧ ନିଗମ ସେହି ମାସରେ ନାପ୍‌କିନ କିଣିବା ପାଇଁ ପୁଣି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲା। ତେବେ ଟେଣ୍ଡର କମିଟିରେ ଥିବା ଅଧିକାରୀ ଚଞ୍ଚକତା କରି ନାପ୍‌କିନ ଯୋଗାଣ ପାଇଁ ପୁଣେସ୍ଥିତ ଏକମାତ୍ର ଘରୋଇ କମ୍ପାନୀ ରାଧେ ହାଇଜିନ୍‌ ପ୍ରଡକ୍ଟ ନାମକ ଏକ ସଂସ୍ଥାକୁ ୟୁନିଟ୍‌ ପିଛା ୨ଟଙ୍କା ୩୦ ପଇସା ଚଢ଼ାଦରରେ ଦେଇଦେଲେ, ଯାହାକି ରାଷ୍ଟ୍ରୀୟ କିଶୋରୀ ସ୍ବାସ୍ଥ୍ୟ ଯୋଜନାରେ ଯୋଗାଇ ଦିଆଯାଇଥିବା ନାପ୍‌କିନଠାରୁ ୩୨ ପ୍ରତିଶତ ଅଧିକ।କେବଳ ଏହି ଯୋଜନା ନୁହେଁ, ଅନ୍ୟ ରାଜ୍ୟକୁ ମଧ୍ୟ ଉକ୍ତ କମ୍ପାନୀ କମ୍‌ ଦରରେ ନାପ୍‌କିନ ଯୋଗାଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି । ୨୦୧୭-୧୮ରେ ରାଧେ କମ୍ପାନୀ ତାମିଲନାଡୁ ମେଡିକାଲ ସର୍ଭିସେସ କର୍ପୋରେଶନକୁ ନାପ୍‌କିନ ପିଛା ୧ ଟଙ୍କା ୫୭ ପଇସାରେ ଯୋଗାଇ ଦେଇଥିବାବେଳେ ୨୦୧୮-୧୯ରେ ୧ଟଙ୍କା ୭୮ପଇସାରେ ଯୋଗାଇଛି। କେବଳ ସେତିକି ନୁହେଁ ଟେଣ୍ଡରରେ ଭାଗନେଇଥିବା ଅନ୍ୟ ଘରୋଇ ସଂସ୍ଥାଗୁଡ଼ିକ ରାଜସ୍ଥାନ, ଉତ୍ତରାଖଣ୍ଡ ଭଳି ରାଜ୍ୟକୁ ମଧ୍ୟ ନାପ୍‌କିନ ଖଣ୍ଡ ପିଛା ୧ଟଙ୍କା ୫୧ ପଇସାରେ ଯୋଗାଇଥିବା ଜଣାପଡ଼ିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ୨୦୧୮ ଅଗଷ୍ଟରେ ରାଜ୍ୟ ସରକାରଙ୍କ ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି (ଇଏଫ୍‌ସି) ଧାର୍ଯ୍ୟ କରିଥିବା ୟୁନିଟ୍‌ ପିଛା ୨ଟଙ୍କା ୮ ପଇସାକୁ ମଧ୍ୟ ଔଷଧ ନିଗମ ବିଚାରକୁ ନେଇ ନ ଥିଲା । ଅନ୍ୟ ରାଜ୍ୟକୁ ଉକ୍ତ ସଂସ୍ଥା କମ୍‌ ମୂଲ୍ୟରେ ନାପ୍‌କିନ ଯୋଗାଉଥିବା ଜାଣି ସୁଦ୍ଧା ଓଡ଼ିଶାରେ ନିଗମର ବାବୁମାନେ ନିଜର ଫାଇଦା ଉଠାଇବାକୁ ଯାଇ ଚଢ଼ା ମୂଲ୍ୟ ଟେଣ୍ଡରକୁ ଅନୁମୋଦନ କରିଥିଲେ। ଯୋଗାଣକାରୀ ସଂସ୍ଥା ଅନ୍ୟ ରାଜ୍ୟକୁ ଯୋଗାଇଥିବା ମୂଲ୍ୟ ତୁଳନାରେ ଓଡ଼ିଶାକୁ ଅଧିକ ଟଙ୍କାରେ ନାପ୍‌କିନ ଯୋଗାଇବା ଯୋଗୁ ସରକାରଙ୍କୁ ବର୍ଷକୁ ୧୫.୨୯ କୋଟି ଟଙ୍କା କ୍ଷତି ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ସିଏଜି ରିପୋର୍ଟରେ ଏଭଳି ଅନିୟମିତତା ଧରାପଡ଼ିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କୁହାଯାଉଛି ଯେତେ ଯାହା ହଉ ପଛକେ ‘ଖୁସି’ ଯୋଜନାରେ ରାଜକୋଷ ଲୁଟି ଚାଲିଥିବା ବାବୁମାନେ ସବୁଠୁ ବେଶି ଖୁସି ।

ଅନିଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri