ଲିକ୍‌ ହେଲା ଏହି ଷ୍ଟାରଙ୍କ ପ୍ରାଇଭେଟ୍‌ ଭିଡିଓ

ଛୋଟ ପରଦାର ଲୋକପ୍ରିୟ କପଲଙ୍କ ମଧ୍ୟରୁ କରଣ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶ ଅନ୍ୟତମ। ସେମାନେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ପରସ୍ପର ଉଭୟଙ୍କ ନିକଟତର ଫଟୋ ଓ ଭିଡିଓ ଅନେକ ସମୟରେ ଭାଇରାଲ ହୋଇଥାଏ। ମାତ୍ର ଏଥର ତାଙ୍କର ଏକ ପ୍ରାଇଭେଟ୍‌ ଭିଡିଓ ଇଣ୍ଟରନେଟରେ ଲିକ୍‌ ହୋଇଛି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ପାର୍ଟିରେ ଉଭୟଙ୍କୁ ଦେଖିବାକୁ ମିଳିଥିବା ବେଳେ ଦୁହେଁ ପୋଜ ଦେଉଥିବାର ନଜର ଆସିଥିଲେ। ସେହିସମୟର ଅନ୍ତରଙ୍ଗ ଭିଡିଓ ଲିକ୍‌ ହୋଇ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପରସ୍ପରଙ୍କୁୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ତେଜସ୍ବୀ ଜାଣି ନଥିଲେ ଯେ, ଭିଡିଓ ରେକର୍ଡ କରାଯାଉଛି, ସେ ଜାଣିବା ମାତ୍ରେ କହିବାକୁ ଲାଗିଲେ, ଦୟାକରି ଏହାକୁ ପୋଷ୍ଟ କରନ୍ତୁ ନାହିଁ। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ନ ହେଉ ତେଜସ୍ବୀ ଚାହୁଁଥିବା ବେଳେ କରଣଙ୍କ ଏ ନେଇ କୌଣସିି ଆପତ୍ତି ନଥିଲା।
କରଣ ଏବଂ ତେଜସ୍ବୀଙ୍କର ଏହି ଭିଡିଓ ଏକ ଜନ୍ମଦିନ ପାର୍ଟିରୁ ଆସିଛି, ଯେଉଁଥିରେ ମୌନି ରୟ ମଧ୍ୟ ନଜର ଆସିଛନ୍ତି। ଏହା ପୂର୍ବରୁ ତାଙ୍କର ଏଭଳି ଅନେକ ଫଟୋ ସାମ୍ନାକୁ ଆସିଛି।

 

Share