ଝରଣା ନିକଟରେ ଠିଆ ହୋଇ ସେଲ୍‌ଫି ନେଉଥିଲେ ଏହି ଷ୍ଟାର, ଖସିଗଲା ପାଦ; ଆଉ ତା’ ପରେ…

ବେଜିଂ,୧୭ା୭: ହଂକଂର ୩୨ ବର୍ଷୀୟା ସୋସିଆଲ ମିଡିଆ ଷ୍ଟାର ସୋଫିଆ ଚ୍ୟାଙ୍ଗ୍‌ ଝରଣାର ଜଳସ୍ରୋତରେ ପଡ଼ିଯିବାରୁ ମୃତ୍ୟୁ ଘଟିଛି। ସୋଫିଆ ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ନିକଟରେ ଥିବା ଝରଣା ନିକଟରେ ଠିଆ ହୋଇ ସେଲ୍‌ଫି ନେଉଥିଲେ। ଏହି ସମୟରେ ତାଙ୍କ ପାଦ ଖସିଗଲା। ଫଳରେ ସେ ଗଭୀର ପାଣିରେ ବୁଡ଼ିଗଲେ।

ଶନିବାର ସୋଫିଆ ପାଇନଆପଲ ମାଉଣ୍ଟେନ ନିକଟରେ ଥିବା ଲୋକପ୍ରିୟ ପାର୍କ ସମ୍ମୁଖ ଝରଣା ପାଖରେ ସେଲ୍‌ଫି ନେଉଥିଲେ। ଫଳରେ ୧୬ ଫୁଟ ତଳକୁ ଖସିପଡ଼ିଲେ। ଏହା ପରେ ତାଙ୍କ ସାଙ୍ଗମାନେ ପୋଲିସକୁ ଖବର ଦେବା ସହ ତାଙ୍କୁ ପାଣିରୁ ଉଦ୍ଧାର କରି ୟୁଡେ ନେଦରସୋଲ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୋଫିଆଙ୍କର ସୋସିଆଲ ମିଡିଆରେ ୨୫୦୦୦ରୁ ଅଧିକ ଫଲୋଅର୍ସ ଥିଲେ। ସେ ସବୁବେଳେ ପ୍ରକୃତିର ସୁନ୍ଦର ସୁନ୍ଦର ଫଟୋ ଶେୟାର କରୁଥିଲେ। ଏଥିପାଇଁ ସେ ୟୁଜରଙ୍କ ନିକଟରେ ବେଶ୍‌ ଲୋକପ୍ରିୟ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ପ୍ରଶଂସକମାନେ ଶୋକ ପ୍ରକାଶ କରିଛନ୍ତି।

Share