ପ୍ରଯୋଜକଙ୍କୁ ପସନ୍ଦ ନ ଥିଲା ନାଁ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଫିଟ୍‌ ନାୟକଙ୍କ ଗହଣରେ ଗଣାଯାନ୍ତି ଜନ୍‌ ଆବ୍ରାହମ୍‌, ଯେଉଁ ନଁା ପାଇଁ ଜନ୍‌ ଏବେ ଭାରତରେ ବେଶ୍‌ ଚର୍ଚ୍ଚିତ, ଦିନ ଥିଲା ସେ ନାଁ କୁ ହିନ୍ଦୀ ଫିଲ୍ମ ଜଗତର ପ୍ରଯୋଜକମାନେ ନାପସନ୍ଦ କରୁଥିଲେ। ଫିଲ୍ମ କ୍ୟାରିୟର୍‌ ଆରମ୍ଭ ସମୟରେ କେତେଜଣ ପ୍ରଯୋଜକ ତାଙ୍କୁ ନାମ ପରିବର୍ତ୍ତନ କରିବାକୁ କହିଥିବା ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ‘ଏତବାର’ରେ କାମ କରିବା ସମୟରେ ମେକର୍ସ ତାଙ୍କ ନାମକୁ ବଦଳାଇ ଫରହାନ୍‌ ରଖିବାକୁ କହିଥିଲେ। ଜନ୍‌ଙ୍କ ଇରାନୀ ନାମ ଫରହାନ୍‌। ଫିଲ୍ମର ଶୁଟିଂବେଳେ ପ୍ରଡ୍ୟୁସର ତାଙ୍କର ଆଉ କିଛି ନାମ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଜନ୍‌ ହଁ ଭରି ଉତ୍ତରରେ ଫରହାନ ବୋଲି କହିଥିଲେ। ବଲିଉଡ୍‌ରେ ଶାହାରୁଖ, ସଲମାନ, ଆମୀରଙ୍କ ଭଳି ଖାନ୍‌ଙ୍କ ଦବ୍‌ଦବା ଅଧିକ ଥିବାବେଳେ ନାଁକୁ ନେଇ ଜନ୍‌ଙ୍କ ଲୋକପ୍ରିୟତା ବଢ଼ିବ ବୋଲି ପ୍ରଯୋଜକ ତାଙ୍କୁ କହିଥିଲେ। କିନ୍ତୁ ତାଙ୍କର ଏ ପ୍ରକାର ପ୍ରସ୍ତାବରେ ଜନ୍‌ ରାଜି ହୋଇ ନ ଥିବା କହିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଜନ୍‌ଙ୍କର କେହି ପରିଚିତ ନ ଥିବାବେଳେ ଏଥିରେ କ୍ୟାରିୟର୍‌ ଗଢ଼ିବା ପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିବା ସେ ପ୍ରକାଶ କରିଛନ୍ତି। ଫିଲ୍ମ ଏତବାରରେ ଜନ୍‌ ପାର୍ଶ୍ୱଭୂମିକାରେ ଅଭିନୟ କରିଥିବାବେଳେ ଚଳଚ୍ଚିତ୍ର ଜିସ୍ମ ଥିଲା ଜନ୍‌ଙ୍କ କ୍ୟାରିୟର୍‌ର ଡେବ୍ୟୁ। ଏଥିରେ ଜନ୍‌ଙ୍କ ବିପକ୍ଷରେ ବିପାଶା ବସୁ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍‌ ହୋଇ ନ ଥିଲେ ମଧ୍ୟ ଫିଲ୍ମରେ ଜନ୍‌ଙ୍କ ଅଭିନୟକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ବଡ଼ ପରଦାରେ ଜନ୍‌ଙ୍କୁ ଶେଷଥର ପାଇଁ ମଲ୍ଟି ଷ୍ଟାରର୍‌ ଫିଲ୍ମ ଏକ୍‌ ଭିଲେନ୍‌ ରିଟନ୍ସରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri