‘ପିଲାମାନଙ୍କ ମଧ୍ୟରେ କୁଇଜିଂର ସ୍ପିରିଟ୍‌ ବଢିଛି’

ଭୁବନେଶ୍ୱର,୯।୮: ‘ମେଟଲ ମିଟ୍‌’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ୍‌ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଏହି ଅବସରରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର କାର୍ଯ୍ୟନିର୍ବାହୀ ଆତ୍ୟାଶା ସତପଥୀ କହିଛନ୍ତି, ପ୍ରତିବର୍ଷ ମେଟଲ ମିଟ୍‌ରେ ଅଧିକରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ୨୦୧୬ରେ ଯେତେେବେଳ ମେଟଲ ମିଟ୍‌ ଆରମ୍ଭ ହୋଇଥିଲା, ସେତେବେଳେ ଆମର ଆଶା ନ ଥିଲା ଏହା ଏତେ ଆଦର ଲାଭ କରିବ। କିନ୍ତୁ ଏବେ ଏହି କୁଇଜ୍‌ କାର୍ଯ୍ୟକ୍ରମ କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି। ଏବେ ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁସବୁ ଶିକ୍ଷା ଅନୁଷ୍ଠାନର ପିଲାମାନେ ଆସିଛନ୍ତି, ଆମେ ଦେଖୁଛୁ ସେମାନେ ମେଟଲ ମିଟ୍‌କୁ ଆଖିରେ ରଖି ଭଲ ପ୍ରସ୍ତୁତି କରୁଛନ୍ତି। ପିଲାମାନଙ୍କ ମଧ୍ୟରେ କୁଇଜିଂର ସ୍ପିରିଟ୍‌ ବଢିଛି। ୨୦୨୫ରେ ଭଲ ଟିମ୍‌ ସବୁ ଅଛନ୍ତି। ଦେଖାଯାଉ ଗ୍ରାଣ୍ଡ ଫିନାଲେରେ କିଏ ବାଜି ମାରୁଛି।
କୁଇଜିଂକୁ ପୁନର୍ଜୀବିତ କରିବା ପାଇଁ ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ତା’ର ଲକ୍ଷ୍ୟ ହାସଲ କରିପାରିଛି। ଚଳିତବର୍ଷ ସାରା ରାଜ୍ୟରୁ ୮୩ଟି ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରୁଛନ୍ତି। ଜୁନିୟର ଗ୍ରୁପ୍‌ରେ ୩୯ଟି ଟିମ୍‌ ଥିବାବେଳେ ସିନିୟର ଗ୍ରୁପ୍‌ରେ ୪୪ଟି ଟିମ୍‌ ରହିଛନ୍ତି। ଜୁନିୟର ଗ୍ରୁପ୍‌ରେ ପୁରୀ, କଟକ, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଓ ଅନୁଗୋଳ ଆଦି ଜିଲାର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗନେଉଥିବା ବେଳେ ସିନିୟର ଗ୍ରୁପ୍‌ରେ ଭୁବନେଶ୍ୱର, ରାୟଗଡ଼ା, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ଖଡଗପୁର, ରାୟପୁର, ଝାଡ଼ଖଣ୍ଡ ଆଦି ସ୍ଥାନର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଛନ୍ତି। ଏଥର ‘ମେଟଲ ମିଟ୍‌’ରେ ଛାତ୍ରୀଛାତ୍ରଙ୍କୁ ଅଜୟ ପୁନିଆଙ୍କ ପ୍ରଶ୍ନବାଣର ସାମ୍ନା କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ହଷ୍ଟେଲରେ ଝୁଲୁଛି ଛାତ୍ରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଗୋପାଳପୁର,୨୧।୬(ନବୀନ ରାଜ ଆଚାରି): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲରେ ରହୁଥିବା ଜନୈକା ଛାତ୍ରୀଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି।…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

ଇରାନ ଆଗରେ ନଇଁଲେ ଟ୍ରମ୍ପ! କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୧।୬: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri