ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୯ା୬(ବ୍ୟୁରୋ)- ପୂର୍ବତଟ ରେଳପଥ ଦ୍ୱାରା ଓଡ଼ିଶା ଭିତରେ ଚାଲୁଥିବା ସ୍ପେଶାଲ ଏକ୍ସପ୍ରେସ୍‌ ଟ୍ରେନ୍‌ ଜୁନ୍‌ ୩୦ ପରିବର୍ତ୍ତେ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ଜୁନ୍‌ ୮ ତାରିଖରୁ ରାଜ୍ୟ ମଧ୍ୟରେ ୬ଟି ଟ୍ରେନ୍‌ ଚଳାଚଳ କରୁଛି। ହେଲେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଯାତ୍ରୀବାହୀ ଟ୍ରେନ୍‌ ପରିବର୍ତ୍ତେ ଆସନ୍ତା ମାସେ ପର୍ଯ୍ୟନ୍ତ ଏହି ସ୍ପେଶାଲ ଟ୍ରେନ୍‌ ଯାତ୍ରୀ ପରିବହନ ଜାରି ରଖିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ମୁମ୍ବାଇ, ଭୁବନେଶ୍ୱରରୁ ହାଓଡ଼ା ଭଳି ଅନ୍ୟ ସ୍ପେଶାଲ ଟ୍ରେନ୍‌ ପୂର୍ବ ବିଜ୍ଞପ୍ତି ଅନୁସାରେ ଚଳାଚଳ କରିବ।