ସାଇବର ଠକଙ୍କ ଶିକାର ହେଲେ ସ୍ବତନ୍ତ୍ର ସଚିବ

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):ରାଜ୍ୟରେ ଏବେ ସାଇବର ଠକଙ୍କ କାରନାମା ବଢିବାରେ ଲାଗିଛି। ସାଧାରଣ ଲୋକଙ୍କ ସମେତ ଏମାନେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କଲେଣି। ଦୁଇଦିନ ତଳେ ସାଇବର ଠକଙ୍କ ଶିକାର ହୋଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି। ସେ ତାଙ୍କର ଡାଇନିଂ ଟେବୁଲ ବିକ୍ରି ପାଇଁ ବିଜ୍ଞାପନ ଦେଇଥିଲେ। ଏହାପରେ ସାଇବର ଠକ ତାଙ୍କ ନିକଟକୁ ଏକ କ୍ୟୁଆର୍‌ କୋଡ୍‌ ପଠାଇଥିଲେ। ଏହାକୁ ସ୍କାନ୍‌ କରିବା ପରେ ଅଜିତଙ୍କ ପୁଅ ଅମ୍ବିକା ଆଶୀର୍ବାଦ ମହାନ୍ତିଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟିଯାଇଛି। ଏ ନେଇ ଅମ୍ବିକା ସୋମବାର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ସ୍ବତନ୍ତ୍ର ସଚିବ ମହାନ୍ତି ମୈତ୍ରୀବିହାର ଅଞ୍ଚଳରେ ପରିବାର ସହ ରୁହନ୍ତି। ଗତ ସପ୍ତାହରେ ସେ ଘରର ପୁରୁଣା ଡାଇନିଂ ଟେବୁଲ ୧୨ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଓଏଲ୍‌ଏକ୍ସରେ ଏକ ବିଜ୍ଞାପନ ଦେଇଥିଲେ। ସାଇବର ଠକ ଏହି ବିଜ୍ଞାପନ ଦେଖିବା ପରେ ଅଜିତଙ୍କୁ ଫୋନ୍‌ କରି ଡାଇନିଂ ଟେବୁଲ କିଣିବାକୁ ରାଜିଥିବା କହିଥିଲେ। ଏପରି କି ଅନ୍‌ଲାଇନ୍‌ରେ ଟଙ୍କା ପଠାଇବେ ବୋଲି କହି ଏକ କ୍ୟୁଆର୍‌ କୋଡ୍‌ ଦେଇଥିଲେ। ତାହାକୁ ସ୍କାନ୍‌ କଲେ ଅଜିତଙ୍କ ଆକାଉଣ୍ଟରୁ ପ୍ରଥମେ ୧୨ହଜାର ଟଙ୍କା କଟିଯିବ, କିନ୍ତୁ ପରେ ଆଉ ଗୋଟେ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କଲେ ୨୪ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଚାଲିଯିବ ବୋଲି ସାଇବର ଠକ କହିଥିଲେ। ଏହାପରେ ଅଜିତ ତାଙ୍କ ପୁଅ ଅମ୍ବିକାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଠକ ପ୍ରଥମେ ୨ ଟଙ୍କାର କ୍ୟୁଆର୍‌ କୋଡ୍‌ ପଠାଇ ଏହାକୁ ସ୍କାନ୍‌ କଲେ ୪ ଟଙ୍କା ଆସିଯିବ ବୋଲି କହିଥିଲେ। ଅମ୍ବିକାଙ୍କ ନିକଟକୁ ଏହି କୋଡ୍‌ ଆସିବା ପରେ ସେ ତାକୁ ସ୍କାନ କରିଥିଲେ। ତାଙ୍କ ଆକାଉଣ୍ଟକୁ ୪ଟଙ୍କା ଆସିବାରୁ ତାଙ୍କର ବିଶ୍ୱାସ ହୋଇଥିଲା। ତେଣୁ ଠକ ଆଉ ଏକ କ୍ୟୁଆର କୋଡ୍‌ ପଠାଇଥିଲେ। ଏହାକୁ ଅମ୍ବିକା ସ୍କାନ କରିବା ପରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟିଯାଇଥିଲା। ଅମ୍ବିକା ଉକ୍ତ ଠକଙ୍କୁ ଫୋନ୍‌ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ପୋଲିସ, ଡାକ୍ତର ମଧ୍ୟ ସାଇବର ଠକଙ୍କ ଜାଲରେ ଫସି ଲକ୍ଷାଧିକ ଟଙ୍କା ହରେଇଛନ୍ତି। ହେଲେ ଓଡ଼ିଶା ପୋଲିସ କିମ୍ବା କ୍ରାଇମ୍‌ବ୍ରାଞ୍ଚ ଏ ଦିଗରେ ଦୃଢ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri