ଜୁଆଙ୍ଗଙ୍କ ନିଅଁାର ଉତ୍ସ ‘ଚକମକି’

କେନ୍ଦୁଝର,୨୨ା୭(ଦୀପକ ମିଶ୍ର)ଆଧୁନିକତା ମଧ୍ୟରେ ହଜିଯାଇନାହିଁ ଜୁଆଙ୍ଗ ଜନଜାତିଙ୍କ ନିଅଁାର ଉତ୍ସ ‘ଚକମକି’ର ବ୍ୟବହାର। ବିଶ୍ୱର ସବୁ ଆଦିମ ଜନଜାତି ମଧ୍ୟରେ ଜୁଆଙ୍ଗ ଜନଜାତିଙ୍କ ନିଜର ଅନନ୍ୟ ଛାପ ରହିଛି। ବୈତରଣୀ ନଦୀର ଉତ୍ପତ୍ତିସ୍ଥଳରେ ବସବାସ କରୁଥିବା ଏହି ଆଦିମ ଜନଜାତିର ଲୋକମାନେ ଆଜିର ଆଧୁନିକ ଚାକଚକ୍ୟ ମଧ୍ୟରେ ବି ପରମ୍ପରାକୁ ଭୁଲିନାହାନ୍ତି। ସେଥିମଧ୍ୟରେ ଚାଙ୍ଗୁ ହେଉ କି ଅହୋରାତ୍ର ଜଳୁଥିବା ନିଆଁଧୁନି। ଏହି ପାରମ୍ପରିକ ଜିନିଷ ମଧ୍ୟରେ ‘ଚକମକି’ ହେଉଛି ଅନ୍ୟତମ।
ଚକମକି ଏକ ବାଉଁଶ ନଳରେ ନିର୍ମିତ ହୋଇଥାଏ। ଛୋଟ ବାଉଁଶନଳୀର ଏକ ପାର୍ଶ୍ୱରେ ଶିମିଳିତୁଳା ଥିବା ବେଳେ ଅନ୍ୟପଟେ ଝକମକ ପଥର ଖଣ୍ଡ ରହିଥାଏ। ଏହି ଦୁଇ ପାର୍ଶ୍ୱକୁ ଚମଡ଼ା ଖୋଳରେ ବନ୍ଦ କରାଯାଇଥାଏ। ଏହା ସହ ଏକ ଲୁହାଖଣ୍ଡ ବନ୍ଧାଯାଇଥାଏ। ଯେତେବେଳେ ନିଆଁର ଆବଶ୍ୟକ ହୋଇଥାଏ ଝକମକ ପଥରକୁ ଲୁହା ସାହାଯ୍ୟରେ ଘଷି ଶିମିଳିତୁଳାରେ ନିଆଁ ଲଗାଯାଇଥାଏ। ଏହି ନିଆଁକୁ ଫୁଙ୍କି ଧୂମପାନ କି ମଣ୍ଡଘରେ ଥିବା କାଠଖଣ୍ଡ ଜଳାଇବାରେ ବ୍ୟବହାର କରାଯାଇଥାଏ। ଆଜିର ଦିଆସିଲି, ଲାଇଟର ଯୁଗରେ ମଧ୍ୟ ଜୁଆଙ୍ଗମାନେ ନିଆଁର ଉତ୍ସ ଭାବେ ଚକମକିର ବ୍ୟବହାର କରୁଛନ୍ତି। ବିଶେଷକରି ଜୁଆଙ୍ଗ ଜନଜାତିର ବୟସ୍କ ବ୍ୟକ୍ତି ଏହାକୁ ଧୂମପାନ ସମୟରେ ବ୍ୟବହାର କରନ୍ତି। କାହିଁ କେଉଁକାଳରୁ ଏହାକୁ ବ୍ୟବହାର କରୁଥିବା ଜୁଆଙ୍ଗ ଅଧିବାସୀ ପ୍ରକାଶ କରିଛନ୍ତି। ପ୍ରତିଦିନ ଦିଆସିଲି କି ଲାଇଟର ପାଇଁ ଟଙ୍କା ଆବଶ୍ୟକତାର ଅଭାବ ଏହି ଚକମକି ପୂରଣ କରିପାରୁଛି। ଯେଉଁ ପର୍ଯ୍ୟନ୍ତ ହୋଇପାରିବ ଏହି ପାରମ୍ପରିକ ଲାଇଟର ବ୍ୟବହାର କରିବୁ ବୋଲି ସମ୍ପ୍ରଦାୟର ବୟସ୍କ ବୈଶ୍ୟ ଜୁଆଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri