Categories: ଖେଳ

ଭାରତର ବିଜୟ ଧ୍ୱନି ପାକିସ୍ତାନରେ ବାଜିଲା, ପ୍ରଶଂସକ କହିଲେ ଏମିତି

ନୂଆଦିଲ୍ଲୀ,୨୦।୧: ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ଥର ପାଇଁ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିଛି। ଟିମ ଇଣ୍ଡିଆ ବ୍ରିସବେନ ଟେଷ୍ଟରେ ଜିତି ବର୍ଡର-ଗାଭାସ୍କର ଟ୍ରଫି ୨-୧ରେ ଜିତିଛି। ଟିମ ଇଣ୍ଡିଆର ଏହି ବିଜୟର ପ୍ରତିଧ୍ୱନୀ ପାକିସ୍ତାନ ମାଟିରେ ମଧ୍ୟ ଶୁଣାଯାଉଛି। ପାକିସ୍ତାନର କ୍ରିକେଟ ପ୍ରଶଂସକମାନେ ଭାରତୀୟ ଦଳକୁ ପ୍ରଶଂସା କରୁଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ କେବଳ ଭାରତୀୟ ଦଳର  ଅଷ୍ଟ୍ରେଲିଆକୁ ପରାସ୍ତ କରିବାର କ୍ଷମତା ଅଛି ଏବଂ ପାକିସ୍ତାନ ଏହା କରିବାରେ ସକ୍ଷମ ନୁହେଁ। ୟୁଟ୍ୟୁବରେ ଭାଇରାଲ ହୋଇଥିବା ଏକ ଭିଡିଓରେ ପାକିସ୍ତାନର ଲୋକମାନେ ଭାରତୀୟ ଦଳର ପ୍ରଶଂସା କରିବାରେ ବ୍ୟସ୍ତ ଅଛନ୍ତି। ପାକିସ୍ତାନ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିପାରିବ କି? ଏହି ପ୍ରଶ୍ନର ଉତ୍ତରରେ ଜଣେ ପ୍ରଶଂସକ କହିଛନ୍ତି, ଟିମ ଇଣ୍ଡିଆ ଏକ ନମ୍ବରରେ ଥିବାବେଳେ ପାକିସ୍ତାନ ୭ ନମ୍ବରରେ ଅଛି। ପାକିସ୍ତାନ ଦଳ କେବଳ ଘରେ କେନିଆ ଦଳକୁ ପରାସ୍ତ କରିପାରିବ। ଭାରତ ସହ ତୁଳନା କରିବା ଭଲ ନୁହେଁ। ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ କଙ୍ଗାରୁ ଦଳକୁ ପରାସ୍ତ କରିବାର ଦକ୍ଷତା ପାକିସ୍ତାନର ନୁହେଁ, ଏହା କେବଳ ଟିମ ଇଣ୍ଡିଆ ହଁି କରିପାରିବ।

Share