ବନ୍ଦ ହେବ ଆତ୍ମା

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ):ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଜିଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସି (ଡିଆରଡିଏ)କୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇସାରିଛି। ଏବେ କୃଷି ବିଭାଗ ଅଧୀନରେ ସମସ୍ତ ଜିଲାରେ କାର୍ଯ୍ୟକାରୀ ହେଉଥିବା କୃଷି ବୈଷୟିକ ପରିଚାଳନା ଏଜେନ୍ସି(ଆତ୍ମା)କୁ ଅନୁଦାନ ଦେବା ବନ୍ଦ କରିବ କେନ୍ଦ୍ର। ଏନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧୀନ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।

ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଆତ୍ମା ଯୋଜନାରେ କ୍ଷେତ୍ରସ୍ତରରେ କର୍ମଚାରୀ ନିୟୋଜିତ ନ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ୨୦୨୧-୨୨ରୁ ୨୦୨୫ ପର୍ଯ୍ୟନ୍ତ ସବ୍‌ମିଶନ ଅନ୍‌ ଏଗ୍ରିକଲଚର ଏକ୍ସଟେନଶନ (ଏସ୍‌ଏମ୍‌ଏଇ) ପାଇଁ ଅନୁଦାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆତ୍ମାକୁ ଅନୁଦାନ ଦେବା ସମ୍ଭବ ହେବ ନାହିଁ। ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ କୁହାଯାଇଛି।
କୃଷି ଓ କୃଷକମାନଙ୍କର ବିକାଶ ପାଇଁ ୨୦୦୫-୦୬ରୁ ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧୀନରେ ସମସ୍ତ ଜିଲା ଓ ବ୍ଲକସ୍ତରରେ ଆତ୍ମା କାର୍ଯ୍ୟକାରୀ ହେଉଛି। ଏହି ସ୍କିମ୍‌ କୃଷି କ୍ଷେତ୍ର ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ବୈଷୟିକ ଜ୍ଞାନ ଦେଉଛି। ଏହାସହ କୃଷକମାନଙ୍କୁ ଆଧୁନିକ କୃଷି ପଦ୍ଧତି ସମ୍ପର୍କରେ ଅବଗତ କରିବା ଏବଂ ତାଲିମ ଦେବା ଆଦି କାର୍ଯ୍ୟ କରୁଛି। ଏଥିରେ କୃଷକ ଗୋଷ୍ଠୀ, କୃଷି କ୍ଷେତ୍ରରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଂଗଠନ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସାମିଲ ଅଛନ୍ତି। ୨୦୦୫-୦୬ରେ ଆତ୍ମା ପାଇଲଟ ପ୍ରକଳ୍ପ ଭାବେ ଓଡ଼ିଶା ସମେତ ୭ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲା। ଏହାର ଗୁରୁତ୍ୱକୁ ଉପଲବ୍ଧି କରି କୃଷି ମନ୍ତ୍ରଣାଳୟ ଏହାକୁ ୨୮ ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳର ୬୧୪ ଜିଲାରେ କାର୍ଯ୍ୟକାରୀ କରାଉଛି। ଏହା ଏକ କେନ୍ଦ୍ର ପ୍ରବର୍ତ୍ତିତ କାର୍ଯ୍ୟକ୍ରମ। ଏଥିରେ କେନ୍ଦ୍ର ସରକାର ୯୦ ପ୍ରତିଶତ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ୧୦ ପ୍ରତିଶତ ଅନୁଦାନ ଦେଉଥିଲେ। ତେବେ ୨୦୧୪ରେ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଏହି ଯୋଜନାରେ ମିଳୁଥିବା ଅନୁଦାନ ପରିମାଣକୁ ୬୦:୪୦କୁ ଖସାଇ ଦିଆଯାଇଛି। ଏବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯୋଜନା କରାଯାଇଛି। ଏଥିଯୋଗୁ କୃଷି କ୍ଷେତ୍ର ପାଇଁ ରାଜ୍ୟକୁ ମିଳୁଥିବା ପ୍ରାୟ ୧୦୦ କୋଟି ଟଙ୍କା ହରାଇବାକୁ ପଡ଼ିବ। ସୂଚନାଯୋଗ୍ୟ, କେନ୍ଦ୍ରର ଏନ୍‌ଡିଏ ସରକାର ଗୋଟିଏ ପରେ ଗୋଟିଏ କେନ୍ଦ୍ରୀୟ ଯୋଜନା ସମ୍ପୂର୍ଣ୍ଣ ଉଚ୍ଛେଦ କରି ରାଜ୍ୟ ଉପରେ ଆର୍ଥତ୍କ ବୋଝ ଲଦି ଚାଲିଛନ୍ତି। କଂଗ୍ରେସ ପରିଚାଳିତ ଉପା ସରକାରଙ୍କ ସମୟରେ କାର୍ଯ୍ୟକାରୀ ହୋଇଥିବା ବିଆରଜିଏଫ୍‌ ପାଣ୍ଠି, ଆଦର୍ଶ ସ୍କୁଲକୁ ଅନୁଦାନ ସହ ୮ଟି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ସେହିପରି କେତେକ ଯୋଜନାରେ କେନ୍ଦ୍ର ରାଜ୍ୟ ଅନୁଦାନ ରାଶିକୁ ୬୦:୪୦ରେ ସୀମିତ କରି ଦିଆଯାଇଛି। ଏଥିଯୋଗୁ ଅଧା ରହିଥିବା କେନ୍ଦ୍ର ଯୋଜନାକୁ ଚାଲୁ ରଖିବା ପାଇଁ ରାଜ୍ୟ ରାଜକୋଷ ଉପରେ ଆର୍ଥିକ ବୋଝ ପଡ଼ି ଚାଲିଛି।
କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଆତ୍ମା ଜରିଆରେ ରାଜ୍ୟରେ କୃଷିର ବିକାଶ ପାଇଁ ଅନେକ ଯୋଜନା ରାଜ୍ୟ ସରକାର ହାତକୁ ନେଇଛନ୍ତି। ଅନୁଦାନ ବନ୍ଦ ହେବା ପରେ ଏହା ଏକପ୍ରକାର ଅଚଳ ହୋଇଯିବ। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରେ ଚଳାଇବା କଷ୍ଟକର ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri