ବନ୍ଦ ହେବ ଆତ୍ମା

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ):ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଜିଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସି (ଡିଆରଡିଏ)କୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇସାରିଛି। ଏବେ କୃଷି ବିଭାଗ ଅଧୀନରେ ସମସ୍ତ ଜିଲାରେ କାର୍ଯ୍ୟକାରୀ ହେଉଥିବା କୃଷି ବୈଷୟିକ ପରିଚାଳନା ଏଜେନ୍ସି(ଆତ୍ମା)କୁ ଅନୁଦାନ ଦେବା ବନ୍ଦ କରିବ କେନ୍ଦ୍ର। ଏନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧୀନ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।

ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଆତ୍ମା ଯୋଜନାରେ କ୍ଷେତ୍ରସ୍ତରରେ କର୍ମଚାରୀ ନିୟୋଜିତ ନ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ୨୦୨୧-୨୨ରୁ ୨୦୨୫ ପର୍ଯ୍ୟନ୍ତ ସବ୍‌ମିଶନ ଅନ୍‌ ଏଗ୍ରିକଲଚର ଏକ୍ସଟେନଶନ (ଏସ୍‌ଏମ୍‌ଏଇ) ପାଇଁ ଅନୁଦାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆତ୍ମାକୁ ଅନୁଦାନ ଦେବା ସମ୍ଭବ ହେବ ନାହିଁ। ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ କୁହାଯାଇଛି।
କୃଷି ଓ କୃଷକମାନଙ୍କର ବିକାଶ ପାଇଁ ୨୦୦୫-୦୬ରୁ ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧୀନରେ ସମସ୍ତ ଜିଲା ଓ ବ୍ଲକସ୍ତରରେ ଆତ୍ମା କାର୍ଯ୍ୟକାରୀ ହେଉଛି। ଏହି ସ୍କିମ୍‌ କୃଷି କ୍ଷେତ୍ର ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ବୈଷୟିକ ଜ୍ଞାନ ଦେଉଛି। ଏହାସହ କୃଷକମାନଙ୍କୁ ଆଧୁନିକ କୃଷି ପଦ୍ଧତି ସମ୍ପର୍କରେ ଅବଗତ କରିବା ଏବଂ ତାଲିମ ଦେବା ଆଦି କାର୍ଯ୍ୟ କରୁଛି। ଏଥିରେ କୃଷକ ଗୋଷ୍ଠୀ, କୃଷି କ୍ଷେତ୍ରରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଂଗଠନ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସାମିଲ ଅଛନ୍ତି। ୨୦୦୫-୦୬ରେ ଆତ୍ମା ପାଇଲଟ ପ୍ରକଳ୍ପ ଭାବେ ଓଡ଼ିଶା ସମେତ ୭ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲା। ଏହାର ଗୁରୁତ୍ୱକୁ ଉପଲବ୍ଧି କରି କୃଷି ମନ୍ତ୍ରଣାଳୟ ଏହାକୁ ୨୮ ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳର ୬୧୪ ଜିଲାରେ କାର୍ଯ୍ୟକାରୀ କରାଉଛି। ଏହା ଏକ କେନ୍ଦ୍ର ପ୍ରବର୍ତ୍ତିତ କାର୍ଯ୍ୟକ୍ରମ। ଏଥିରେ କେନ୍ଦ୍ର ସରକାର ୯୦ ପ୍ରତିଶତ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ୧୦ ପ୍ରତିଶତ ଅନୁଦାନ ଦେଉଥିଲେ। ତେବେ ୨୦୧୪ରେ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଏହି ଯୋଜନାରେ ମିଳୁଥିବା ଅନୁଦାନ ପରିମାଣକୁ ୬୦:୪୦କୁ ଖସାଇ ଦିଆଯାଇଛି। ଏବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯୋଜନା କରାଯାଇଛି। ଏଥିଯୋଗୁ କୃଷି କ୍ଷେତ୍ର ପାଇଁ ରାଜ୍ୟକୁ ମିଳୁଥିବା ପ୍ରାୟ ୧୦୦ କୋଟି ଟଙ୍କା ହରାଇବାକୁ ପଡ଼ିବ। ସୂଚନାଯୋଗ୍ୟ, କେନ୍ଦ୍ରର ଏନ୍‌ଡିଏ ସରକାର ଗୋଟିଏ ପରେ ଗୋଟିଏ କେନ୍ଦ୍ରୀୟ ଯୋଜନା ସମ୍ପୂର୍ଣ୍ଣ ଉଚ୍ଛେଦ କରି ରାଜ୍ୟ ଉପରେ ଆର୍ଥତ୍କ ବୋଝ ଲଦି ଚାଲିଛନ୍ତି। କଂଗ୍ରେସ ପରିଚାଳିତ ଉପା ସରକାରଙ୍କ ସମୟରେ କାର୍ଯ୍ୟକାରୀ ହୋଇଥିବା ବିଆରଜିଏଫ୍‌ ପାଣ୍ଠି, ଆଦର୍ଶ ସ୍କୁଲକୁ ଅନୁଦାନ ସହ ୮ଟି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ସେହିପରି କେତେକ ଯୋଜନାରେ କେନ୍ଦ୍ର ରାଜ୍ୟ ଅନୁଦାନ ରାଶିକୁ ୬୦:୪୦ରେ ସୀମିତ କରି ଦିଆଯାଇଛି। ଏଥିଯୋଗୁ ଅଧା ରହିଥିବା କେନ୍ଦ୍ର ଯୋଜନାକୁ ଚାଲୁ ରଖିବା ପାଇଁ ରାଜ୍ୟ ରାଜକୋଷ ଉପରେ ଆର୍ଥିକ ବୋଝ ପଡ଼ି ଚାଲିଛି।
କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଆତ୍ମା ଜରିଆରେ ରାଜ୍ୟରେ କୃଷିର ବିକାଶ ପାଇଁ ଅନେକ ଯୋଜନା ରାଜ୍ୟ ସରକାର ହାତକୁ ନେଇଛନ୍ତି। ଅନୁଦାନ ବନ୍ଦ ହେବା ପରେ ଏହା ଏକପ୍ରକାର ଅଚଳ ହୋଇଯିବ। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରେ ଚଳାଇବା କଷ୍ଟକର ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri