ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସ୍‌ଓପି: ୧୬ରୁ ଜଗା ଦର୍ଶନ

ପୁରୀ ଅଫିସ,୧୧ା୮: ଶ୍ରୀମନ୍ଦିର ଖୋଲିବା ନେଇ ଏସ୍‌ଓପି ଜାରି ହୋଇଛି। ଗୁରୁବାରଠୁ ଦୁଇଦିନ ସେବାୟତମାନଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କୁ ଦର୍ଶନ ଅନୁମତି ଦିଆଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ।

ସୂଚନାଯୋଗ୍ୟ, ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ଆସନ୍ତା ୧୬ ତାରିଖ ଅର୍ଥାତ୍‌ ସୋମବାରଠାରୁ ଭକ୍ତମାନଙ୍କ ପାଇଁ ବଡ଼ଦେଉଳ ଖୋଲିବ। ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିଲେ ହେଁ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ହେବ। ଏହାସହିତ ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରଖିବାକୁ କୁହାଯାଇଛି

ପ୍ରଥମ ୫ ଦିନ ପୁରୀ ସହରବାସୀ ବଡ଼ଠାକୁରଙ୍କୁ ଦର୍ଶନ କରିବେ। ଦର୍ଶନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରାଯିବ । ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ। କରୋନା ସଂକ୍ରମଣ ଯୋଗୁ ଗତ ଏପ୍ରିଲ ୨୩ରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିଲା।